ଖୁବ୍‌ଶୀଘ୍ର ଖୋଲିବ ୪୫ ନୂଆ କୋର୍ଟ: ମହିଳାଙ୍କୁ ମିଳିବ ତ୍ୱରିତ ନ୍ୟାୟ

ଭୁବନେଶ୍ୱର, ୧୫-୧(ବ୍ୟୁରୋ):ମହିଳାଙ୍କୁ ସୁରକ୍ଷା ଓ ସାମାଜିକ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି। ମହିଳାମାନେ କିଭଳି ସ୍ବାବଲମ୍ବୀ ହୋଇ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ ହୋଇପାରିବେ ଓ ସମାଜରେ ଆତ୍ମସମ୍ମାନର ସହ ବଞ୍ଚତ୍ବେ, ସେଥିପାଇଁ ସେମାନଙ୍କ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ସେମାନଙ୍କୁ ବିଭିନ୍ନ ସୁବିଧାସୁଯୋଗ ପ୍ରଦାନ ସହ ବ୍ୟାଙ୍କ ଋଣ ଜରିଆରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୨୭ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଜେନା କହିଲେ, ମହିଳାମାନେ କିଭଳି ସୁରକ୍ଷିତ ରହିବେ, ସେମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ, ସେଥିପାଇଁ ରାଜ୍ୟରେ ଖୁବ୍‌ଶୀଘ୍ର ୪୫ ନୂତନ କୋର୍ଟ ଖୋଲାଯିବ। ଏଥିମଧ୍ୟରେ ନାବାଳିକାଙ୍କ କ୍ଷେତ୍ରରେ ହେଉଥିବା ମାମଲାଗୁଡ଼ିକର ଶୀଘ୍ର ବିଚାର ପାଇଁ ୨୪ ପୋକ୍‌ସୋ କୋର୍ଟ ରହିଛି ବୋଲି ସେ କହିଥିଲେ।
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ରାଜ୍ୟର ମହିଳାଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ତାଙ୍କ ବିଭାଗ ଆନ୍ତରିକ ଉଦ୍ୟମ କରିଆସୁଛି। ପ୍ରତିଷ୍ଠା ଦିବସରେ ଅଧ୍ୟକ୍ଷତା କରି ଆୟୋଗ ଅଧ୍ୟକ୍ଷା ଡ. ମିନତି ବେହେରା କହିଲେ, ମହିଳାଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଉପରେ ଆୟୋଗ ସର୍ବଦା ତତ୍ପରତା ପ୍ରକାଶ କରିଆସିଛନ୍ତି। ଆୟୋଗ ଅଧୀନରେ ପଞ୍ଜୀକୃତ ୭୨୨୯୯ଟି ମାମଲା ମଧ୍ୟରୁ ୬୨୩୦୩ଟିର ସମାଧାନ ହୋଇଥିବାବେଳେ ୯୯୯୬ ମାମଲାର ଶୁଣାଣି ଚାଲୁ ରହିଛି। ଏହାବ୍ୟତୀତ ସମ୍ବେଦନଶୀଳ ଘଟଣାଗୁଡ଼ିକରେ ଆୟୋଗ ସ୍ବତଃପ୍ରବୃତ୍ତ ଭାବେ ମାମଲା ଗ୍ରହଣ କରି ମହିଳାଙ୍କ ଅଧିକାର ଓ ସ୍ବାର୍ଥକୁ ବଜାୟ ରଖିବାରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ବିଶିଷ୍ଟ ଅତିଥି ଜାତୀୟ ମହିଳା ଆୟୋଗ ସଦସ୍ୟା ଚନ୍ଦ୍ରମୁଖୀ ଦେବୀ କହିଲେ, ନିର୍ଯାତିତା ମହିଳାଙ୍କୁ ଗୋଟିଏ ଛାତତଳେ ଆଇନ ପରାମର୍ଶ, ଡାକ୍ତରୀ ଚିକିତ୍ସା, ମାନସିକ ପରାମର୍ଶ ଯୋଗାଇଦେବା ନିମନ୍ତେ ‘ୱାନ୍‌ଷ୍ଟପ୍‌ ସେଣ୍ଟର-ସଖୀ’ ଏକ ସମୟୋପଯୋଗୀ ପରିକଳ୍ପନା। ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ନିତ୍ୟାନନ୍ଦ ବାରିକ ରାଜ୍ୟର ସମସ୍ତ ଜିଲାରେ କାର୍ଯ୍ୟକ୍ଷମ ହୋଇଥିବା ୱାନ୍‌ଷ୍ଟପ୍‌ ସେଣ୍ଟରର ସୁପରିଚାଳନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ‘ସଖୀ’ କେନ୍ଦ୍ରର ଉତ୍ତମ ପରିଚାଳନା ସମ୍ବନ୍ଧୀୟ ଏକ କର୍ମଶାଳା ଆୟୋଜନ ହୋଇଥିଲା। ଲକ୍ଷ୍ନୌରୁ ଆସିଥିବା ଅଭିଜ୍ଞ ସଖୀ ପରିଚାଳିକା ଅର୍ଚ୍ଚନା ସିଂ ‘ସଖୀ’ର ଉତ୍ତମ ପରିଚାଳନା ଓ କାର୍ଯ୍ୟକାରିତା ଉପରେ ଦିଗ୍‌ଦର୍ଶନ ଦେଇଥିଲେ।
ଏହି ଅବସରରେ କର୍ମକ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହିଳା ଆୟୋଗର ମୁଖପତ୍ର ‘ହସ ଫୁଟିଲା ଓ ପରିବାର ତିଷ୍ଠିଲା’ ଉନ୍ମୋଚିତ ହୋଇଥିଲା। ଆୟୋଗ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ସ୍ବାଗତ ଭାଷଣ ଓ ଜଲିନା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri