ଖରିଫ ଧାନର ଅଭାବୀ ବିକ୍ରି

ଜଳେଶ୍ୱର, ୮।୨(ସ୍ବ.ପ୍ର.)-ଚଳିତବର୍ଷ ପ୍ରତିକୂଳ ପାଗରେ ଧାନ ଅମଳ ବିଳମ୍ବ ହୋଇଥିଲେ ମଧ୍ୟ ଏହା ମଧ୍ୟରେ ୨ମାସ ବିତିଗଲାଣି। ଅଧା ଚାଷୀ ଟୋକନ ପାଇ ମଧ୍ୟ ଧାନ ବିକ୍ରି ପାଇଁ ସୁଯୋଗ ପାଇପାରିନାହାନ୍ତି। ପ୍ରଶାସନିକ ଉଦାସୀନତା ଯୋଗୁ ଧାନର ବ୍ୟାପକ ଅଭାବୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।
କୃଷି ବିଭାଗର ସର୍ବେକ୍ଷଣ ଅନୁଯାୟୀ, ଚଳିତବର୍ଷ ଜଳେଶ୍ୱର ବ୍ଲକରେ ୨୧ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ ହୋଇଥିଲା। ଚଳିତବର୍ଷ ଯୋଗାଣ ବିଭାଗର ଟୋକନ ଅନୁଯାୟୀ ଜଳେଶ୍ୱର ବ୍ଲକର ଧାନ ବିକ୍ରି ଲାଗି ୧୯ଟି ସମବାୟ ସମିତିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେତିକି ବି ଚାଷୀଙ୍କୁ ଟୋକନ ଦିଆଯାଇଥିଲା, ତା’ର ଅଧାରୁ କମ୍‌ ସଂଖ୍ୟକ ଚାଷୀଙ୍କଠାରୁ ଅଦ୍ୟାବଧି ଧାନ ସଂଗ୍ରହ ହୋଇଛି। ଏହି ଅନୁଯାୟୀ ୫୪୯୭ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ଟୋକନ୍‌ ପାଇଥିଲେ। ଅଦ୍ୟାବଧି ୨୨୯୭ଜଣ ଧାନ ବିକ୍ରି କରିବାର ସୁବିଧା ପାଇଛନ୍ତି। ୩୨ଶହ ଚାଷୀ ଧାନ ବିକ୍ରି କରିବା ପାଇଁ ଅପେକ୍ଷା କରିଛନ୍ତି। ମାତ୍ର ୯୩୭୨୫ କୁଇଣ୍ଟାଲ ଧାନ ବିକ୍ରି ହୋଇଥିବା ଯୋଗାଣ ବିଭାଗ ସୂତ୍ରରୁ ଜଣାପଡିଛି ।
ଅଲାଲପୁର ସମବାୟ ସମିତିରେ ୬୬୦ଜଣ ଚାଷୀଙ୍କ ମଧ୍ୟରୁ ୧୯୭, ବର୍ତ୍ତନା ସମବାୟ ସମିତିରେ ୪୫୫ଜଣଙ୍କ ମଧ୍ୟରୁ ୨୪୨, ଦକ୍ଷିଣ ପ୍ରହରାଜପୁର ୨୬୫ଜଣଙ୍କ ମଧ୍ୟରୁ ୮୫, ନାମ୍ପୋ ସମବାୟ ସମିତିରେ ୪୪୩ ଚାଷୀଙ୍କ ମଧ୍ୟରୁ ୨୧୩, ଚାଫଲାରେ ୨୪୩ ଚାଷୀଙ୍କ ମଧ୍ୟରୁ ୧୧୦, ଲକ୍ଷ୍ମଣନାଥରେ ୨୭୧ଜଣଙ୍କ ମଧ୍ୟରୁ ୧୦୯ ଚାଷୀଙ୍କୁ ଧାନ ବିକ୍ରି ଲାଗି ଟୋକନ ମିଳିଥିଲା। ସେହିପରି ଖୁଆଡ଼ରେ ୧୭୭ଜଣଙ୍କ ମଧ୍ୟରୁ ୭୪, ରାୟାଁରାମଚନ୍ଦ୍ରପୁରରେ ୧୩୦ଜଣ ମଧ୍ୟରୁ ୬୫, ରାମନଗରପାଟଣାରେ ୨୨୯ ଜଣଙ୍କ ମଧ୍ୟରୁ ୧୦୯, ରାଇବଣିଆରେ ୨୯୩ଜଣଙ୍କ ମଧ୍ୟରୁ ୧୬୬, ଜ୍ୟୋତିଜଙ୍ଗମ ସମବାୟ ସମିତିରେ ୫୧୮ ଜଣଙ୍କ ମଧ୍ୟରୁ ୨୪୯, ପଶ୍ଚିମବାର୍ଡ଼ରେ ୧୫୮୫ଜଣଙ୍କ ମଧ୍ୟରୁ ୬୭, ଆମ୍ବଳିଅଠା ସମବାୟ ସମିତିରେ ୨୪୩ଜଣଙ୍କ ମଧ୍ୟରୁ ୪୪, ଗୋବରଘଟାରେ ୧୪୫ ଜଣରୁ ୪୮, ତେଘରୀରେ ୨୮୮ଜଣରୁ ୧୩୭, କଳମାରେ ୧୩୫ଜଣରୁ ୧୩୧, ଓଲମରାରେ ୨୧୬ଜଣରୁ ୬୬, ଇକଡ଼ାରେ ୩୦୩ ଜଣରୁ ୬୮, ପାଇକସିଦା ସମବାୟ ସମିତିରେ ୨୨୫ ଚାଷୀଙ୍କ ମଧ୍ୟରୁ ୧୧୭ଜଣ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ। ଟୋକନ୍‌ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିଥିଲେ ମଧ୍ୟ ସମିତି ଧାନ କ୍ରୟ କରିବା ଓ ଏଥିଲାଗି ମିଲର ମାଲିକମାନେ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି । କେତେକ ପ୍ରଭାବଶାଳୀ ମିଲର ଧାନ କ୍ରୟ ବେଳେ କୁଇଣ୍ଟାଲ ପିଛା ୧୨ କି.ଗ୍ରା. କମ୍‌ କରି ନେଉଥିବା ହେତୁ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଧାନ କୁଇଣ୍ଟାଲ ପିଛା ୧୮୧୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ୧୩୫୦ଟଙ୍କାରେ ଅଭାବୀ ବିକ୍ରି ହେଉଛି। ଫଳରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ଏହାର ସମାଧାନ ଲାଗି ଜିଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ଜଳେଶ୍ୱର ବ୍ଲକରେ ଥିବା କୃଷକ ସଭା, କୃଷକ ସଂଘ, ବିଭିନ୍ନ ସଙ୍ଗଠନ ଓ ଚାଷୀମାନେ ଦାବି କରିଛନ୍ତି। ନଚେତ୍‌ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ଅଣସର ଘରେ ଶ୍ରୀଜୀଉ, ପଟ୍ଟଦିଅଁଙ୍କୁ ପୂଜାର୍ଚ୍ଚନା

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅଣସର ଘରେ ବିରାଜମାନ ମନ୍ଦିର ସମ୍ମୁଖରେ ପଟ୍ଟଦିଅଁଙ୍କୁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଅଣସର ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri