ଖରିଫ ଚାଷ ପାଇଁ ଜମିକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର, ୭।୬ (ବ୍ୟୁରୋ)- ଅଦିନିଆ ବର୍ଷା ସହ କୁଆପଥର ମାଡରେ ରବି ଧାନ ସହିତ ପନିପରିବା, ଡାଲି, ଫଳ ଜାତୀୟ ଫସଲ ନଷ୍ଟ ହୋଇଥିଲା। ଏଥିଯୋଗୁ ଚାଷୀ ବହୁ କ୍ଷତି ସହିଥିଲେ । କୃଷି ଓ ରାଜସ୍ବ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନାହିଁ। ଋଣ ପରିଶୋଧ ଚିନ୍ତାରେ ଚାଷୀ ସରକାରୀ ସହାୟତାକୁ ଅପେକ୍ଷା କରିଛି। ତଥାପି ହାରି ନାହିଁ । ପୁଣି ସେ ତା କାମରେ ଲାଗି ପଡିଛି । ରବି ଫସଲରେ ଭାଙ୍ଗି ପଡିଥିବା ଆର୍ଥିକ ମେରୁଦଣ୍ଡକୁ ସଳଖିବା ପାଇଁ ପୁଣି ଥରେ ସେ ଜମିକୁ ଓହ୍ଲାଇଛି।
ଚଳିତ ବର୍ଷ ଜୁନ ୧୦ରୁ ମୌସୁମୀ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିପାଇଁ ଚାଷୀ ତା’ର ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ଖରିଫରେ ପାଣିପାଗ, ଦଇବ ସାହା ହେଲେ ଅମଳ ଭଲ ହେବ ବୋଲି ଚାଷୀ ଆଶା ରଖିଛି। ପ୍ରାୟ ଏକମାସ ହେବ ଜିଲାର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷା ଲାଗିରହିଛି । ଏହା ବୁଣା ଧାନ ପାଇଁ ଚାଷୀଙ୍କୁ ସୁହାଇଛି । ଅଣଜଳସେଚିତ ଅଞ୍ଚଳରେ ଚାଷୀ ଚାଷ କାମ ଆରମ୍ଭ କରିଛି । ଜିଲାର ଯୁଯୁମୁରା, ରେଢାଖୋଲ, ନାକଟିଦେଉଳ, ଜମନକିରା, କୁଚିଣ୍ଡା ଆଦି ବ୍ଲକ ଅଞ୍ଚଳର ଚାଷୀ ବୁଣା ଧାନ କରୁଛନ୍ତି । ଏପଟେ ଜଳସେଚନ ଅଞ୍ଚଳର ଜମିରେ ସୁଖା ଯୋତ କରାଯାଉଛି । ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ରାୟ କହିଛନ୍ତି, ମୌସୁମୀ ବର୍ଷା ହେଲେ ଚାଷୀ ବୁଣା ଧାନ କରି ପାରିବେ ନାହିଁ । ତେଣୁ ବୁଣାଧାନ ପାଇଁ ଏହା ଉପଯୁକ୍ତ ସମୟ । ଧାନ ବୁଣିଲା ପରେ ତାପମାତ୍ରା ଓ ବର୍ଷା ଠିକ ରହିଲେ ଭଲ ଗଜା ହୋଇ ପାରିବ । ନିୟମିତ ବର୍ଷା ହେଲେ କ୍ଷେତରେ ହଳ ଓ ଟ୍ରାକ୍ଟରରେ ନଙ୍ଗଳ କରିବା ହୋଇ ପାରିବ ନାହିଁ । ଏବେ ଚାଷୀମାନଙ୍କ ପାଇଁ ଆଉ ଏକ ବଡ ସୁଯୋଗ ରହିଛି । ସେମାନେ ଧଣିଚା ଚାଷ କରି ପାରିବେ । ଧଣିଚା ଚାଷ କଲେ କ୍ଷେତରେ ଉର୍ବରତା ଆସିବ । ଜୈବିକ ପଦ୍ଧତିରେ ତାହା ସାର ପରି କାମ ଦେବ । ଏବେ ଧଣିଚା ବୁଣିଲେ ପ୍ରାୟ ଏକମାସ ଭିତରେ ସେହି ଗଛ ମରିଯିବ । ପୁଣି ଚାଷୀ କ୍ଷେତରେ ଧାନ ଫସଲ କରି ପାରିବ । ଗୋଟିଏ ଏକର ପିଛା ୧୦ କେଜି ଧଣିଚା ମଞ୍ଜି ଚାଷୀ ବୁଣି ପାରିବେ । ସେହି ମଞ୍ଜି ଦର କେଜି ପିଛା ୩୫ରୁ ୪୦ ଟଙ୍କା ରହିଛି । ଏଥିରେ ଚାଷୀ ଲାଭବାନ ହୋଇପାରିବ ବୋଲି ସେ କହିଛନ୍ତି।
ଖରିଫ ପାଇଁ ଜିଲାରେ ମୋଟ ୧ ଲକ୍ଷ ୬ ହଜାର ହେକ୍ଟର ଜମିରେ ଧାନ ଚାଷ କରିବାର ଲକ୍ଷ୍ୟ ରହିଛି । ସେଥି ମଧ୍ୟରୁ ୨୦ ହଜାର ହେକ୍ଟର ଜମିରେ ବୁଣା ଧାନ ହୋଇଥାଏ । ଜଳ ସେଚନ ଅଞ୍ଚଳରେ ମଧ୍ୟ ଚାଷୀମାନେ ପୋଖରୀରୁ ପାଣି ନେଇ ପଲ୍ଲା କିଆରି ପ୍ରସ୍ତୁତ କରି ସାରିଛନ୍ତି । ଜୁନ୍‌ ୧୦ ପରେ କେନାଲରେ ପାଣି ଛଡାଯିବା ପାଇଁ ଆଶା କରାଯାଉଛି । ତେଣୁ ଜଳସେଚନ ଅଞ୍ଚଳରେ ମଧ୍ୟ ଶୀଘ୍ର ଚାଷ କାମ ଆରମ୍ଭ ହୋଇଯିବ । ଚଳିତ ବର୍ଷ ବର୍ଷା ସ୍ବାଭାବିକ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେଣୁ ମରୁଡି, ଗଜା ମରୁଡି ଭଳି ପରିସ୍ଥିତି ଉପୁଜିବ ନାହିଁ ବୋଲି ମୁଖ୍ୟ କୃଷି ଅଧିକାରୀ ରାୟ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ରାସ୍ତାରେ ପଡ଼ିଲା ବିରାଟକାୟ ଗଛ

ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri