ଖଣ୍ଡାରେ ହାଣି ବୃଦ୍ଧଙ୍କୁ ହତ୍ୟା, ହତ୍ୟାକାରୀଙ୍କ ଆତ୍ମ ସମର୍ପଣ

ପୁରୁଷୋତ୍ତମପୁର,୨୫।୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଧୋବାଡି ପାଟପୁର ଗ୍ରାମରେ ମଙ୍ଗଳବାର ଜଣେ ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ସେ ହେଲେ ସେହି ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ (୬୦)। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଧୋବାଡି ପାଟପୁର ଗ୍ରାମର ମୂରଲି ପ୍ରଧାନ ହିଞ୍ଜଳି ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ। ହତ୍ୟାକାଣ୍ଡ ଘଟିଥିବା ସ୍ଥାନଟି ପୁରୁଷୋତ୍ତମପୁର ଥାନା ଅଞ୍ଚଳର ହୋଇଥିବାରୁ ହିଞ୍ଜିଳି ପୋଲିସ ପୁରୁଷୋତ୍ତମପୁର ଥାନାକୁ ଜଣାଇଥିଲା। ପୁରୁଷୋତ୍ତମପୁର ଏସ୍‌ଡିପିଓ ନିମାଇଁ ଚରଣ ସେଠୀ ଓ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛନ୍ତି। ଅଭିଯୁକ୍ତ ମୂରଲିଙ୍କୁ ହିଞ୍ଜଳି ଥାନାରୁ ପୁରୁଷୋତ୍ତମପୁର ଥାନାକୁ ଆଣି ତଦନ୍ତ ଚଳାଇଛନ୍ତି। ଏନେଇ ନଂ.୧୪୨/୧୯ରେ ହତ୍ୟା ମାମଲା ରୁଜୁ ହୋଇଛି।
ଏସ୍‌ଡିପିଓ ସେଠୀଙ୍କ ସୂଚନା ପ୍ରକାରେ, ମୂରଲି ଓ କୃଷ୍ଣଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି କୌଣସି କାରଣକୁ ନେଇ ଶତ୍ରୁତା ଲାଗି ରହିଥିଲା। କୃଷ୍ଣଙ୍କୁ ହତ୍ୟା କରିବାକୁ ମୂରଲି ସୁଯୋଗ ଖୋଜୁଥିଲେ। ମଙ୍ଗଳବାର ସକାଳେ କୃଷ୍ଣ ଗ୍ରାମଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ନିଜ ବିଲକୁ ଧାନ ବିହନ ବୁଣିବାକୁ ଯାଇଥିଲେ। ସୁଯୋଗ ଅପେକ୍ଷାରେ ଥିବା ମୂରଲି ସୋରିନାଳ ନିକଟସ୍ଥ ଏକ ଅମରିଲଟା ବୁଦା ମଧ୍ୟରେ ଖଣ୍ଡା ଧରି ଛକି ରହିଥିଲା। କୃଷ୍ଣ ବିହନ ବୁଣିସାରି ସେହିବାଟ ଦେଇ ଫେରିବାବେଳେ ବୁଦାରୁ ବାହାରି ମୂରଲି ଅତର୍କିତ ଖଣ୍ଡାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ କୃଷ୍ଣଙ୍କର ମୃତ୍ୟୁ ହୋଇଯାଇଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ସେଠାରୁ ୫ କିମି ଦୂର ହିଞ୍ଜିଳିକାଟୁ ଥାନାକୁ ଯାଇ ମୂରଲି ଆତ୍ମସମର୍ପଣ କରିଥିଲେ। ଘଟଣାର ଅଧିକ ତଦନ୍ତ ଚାଲିଛି, ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଏସ୍‌ଡିପିଓ ସେଠୀ କହିଛନ୍ତି।
ପ୍ରକାଶ ଯେ, ପ୍ରାୟ ୮ବର୍ଷ ତଳେ ମୂରଲିଙ୍କ ବିବାହିତ ଝିଅଙ୍କର ମୃତ୍ୟୁ ହୋଇଥିଲା। କୃଷ୍ଣ ଗୁଣିଗାରେଡି କରି ଝିଅକୁ ମାରିଦେଇଥିବା ମୂରଲି ସନ୍ଦେହ କରି ଏକ ଖଣ୍ଡା ତିଆରି କରି ମାରିବାକୁ ଯୋଜନା କରିଥିଲେ। କୃଷ୍ଣ ଏହା ଜାଣିପାରି ଗଁା ଛାଡି ବାହାରକୁ ଚାଲିଯାଇଥିଲେ। କିଛିଦିନ ତଳେ କୃଷ୍ଣ ଗ୍ରାମକୁ ଫେରିଥିଲେ। ଗ୍ରାମକୁ ଫେରିବାର କିଛିଦିନ ପରେ ପୁଣି ମୂରଲିଙ୍କ ସ୍ତ୍ରୀ ଦେହ ଖରାପ ହୋଇଥିଲା। କୃଷ୍ଣ ଗୁଣିଗାରେଡି କରୁଥିବା ସନ୍ଦେହ କରି ମୂରଲି ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri