କୟର ଇଣ୍ଡିଆର ନୂଆ ଶୋ’ରୁମ

ଭୁବନେଶ୍ୱର,୯-୭(ବ୍ୟୁରୋ): କୟର ଇଣ୍ଡିଆର ନୂଆ ଷ୍ଟୋର ସ୍ଥାନୀୟ ଖାରବେଳ ନଗରଠାରେ ସୋମବାର ଶୁଭାରମ୍ଭ ହୋଇଛି। ଏହାକୁ ଷ୍ଟୋରର ସ୍ବତ୍ତ୍ୱାଧିକାରୀ ରଶ୍ମିରଞ୍ଜନ ପାତ୍ର,ଓ୍ବେଲସ୍ପନ ଫ୍ଲୋରିଂ ଗ୍ଲୋବାଲ ବ୍ରାଣ୍ଡସ ଲିମିଟେଡର ସାଧାରଣ ପ୍ରବନ୍ଧକ ଅନୀଲ ଝା, ସ୍ପ୍ରିଙ୍ଗ ଏୟାର ବେଡିଙ୍ଗ କମ୍ପାନୀ ଇଣ୍ଡିଆ ଲିମିଟେଡର ଏଜିଏମ୍‌ ଜୟ କୁମାର ବୋଷ ପ୍ରମୁଖ ଉନ୍ମୋଚନ କରିଥିଲେ। ନୂଆ ଷ୍ଟୋରଟି ୩,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ଖୋଲିଛି। ଗ୍ରାହକମାନେ ଗୋଟିଏ ଛାତ ତଳେ ସେମାନଙ୍କ ଆବଶ୍ୟକତା ମୁତାବକ ଫର୍ନିସିଂ ସାମଗ୍ରୀ ଲାଭ କରିପାରିବେ। ବିଭିନ୍ନ ଫର୍ନିସିଂ ବ୍ରାଣ୍ଡର ଡିସ୍ପଲେ ଗ୍ୟାଲେରୀ ମଧ୍ୟ ଏଠାରେ ସ୍ଥାପନ କରାଯାଇଛି। ଗ୍ରାହକମାନେ ଡୋର୍‌ ମ୍ୟାଟ୍‌, ମେଟିଙ୍ଗସ, କାର୍ପେଟ,ଓ୍ବାଲ୍‌ ଟୁ ଓ୍ବାଲ୍‌, ମ୍ୟାଟ୍ରେସ, ହୋମ୍‌ ଡେକର, ଫର୍ନିସିଂ ଏଠାରେ ପାଇ ପାରିବେ। ଆମେରିକା ଭିତ୍ତିକ ମ୍ୟାଟ୍ରେସ ବ୍ରାଣ୍ଡ ସ୍ପ୍ରିଙ୍ଗ ଏୟାର, ହସ୍‌, ଫ୍ଲୋରିଙ୍ଗ ବର୍ଗରେ ଓ୍ବେଲସ୍ପନର ପ୍ରଡକ୍ଟ ଏଠାରେ ରହିଛି। ସେହିଭଳି ବେଡ, ବାଥ୍‌ ବର୍ଗରେ ପ୍ରମୁଖ ବ୍ରାଣ୍ଡ ସ୍ପେଶେଷ, ଇନଷ୍ଟା, ନେକ୍ସସଫ୍ଟ, ମେଟ୍ରୋଟର୍ଫ, ଟାଇମ୍‌,କଦମ୍‌, କମ୍ପର୍ଟ, ଏକ୍ସେଲ, ନେଚୁରା, ଓବେଟି, ଓବସେସନ ଭଳି ବ୍ରାଣ୍ଡର ପ୍ରଡକ୍ଟ ଗ୍ରାହକ ଲାଭ କରିପାରିବେ। ଫର୍ନିସି ସାମଗ୍ରୀର ଆବଶ୍ୟକତା ପୂରଣ ସହ ଗ୍ରାହକଙ୍କ ଚାହିଦାକୁ ଆଧାର କରି ଏଭଳି ପଦକ୍ଷେପ ନିଆଯାଇଥିବା ସ୍ବତ୍ତ୍ୱାଧିକାରୀ ରଶ୍ମିରଞ୍ଜନ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri