କ୍ୱାରାଣ୍ଟାଇନକୁ ଗଲେ ପଶ୍ଚିମବଙ୍ଗ ଫେରନ୍ତା

ରସାଳପୁର, ୨୩।୪(ଡି.ଏନ୍‌.ଏ.)-ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ଏବେ ଓଡ଼ିଶା ସରକାରଙ୍କ ଚିନ୍ତା ବଢିଯାଇଛି। ବାଲେଶ୍ୱର, ଭଦ୍ରଖ, ଯାଜପୁରରେ ୩ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣରୁ କିଭଳି ରକ୍ଷା କରାଯିବ ସେନେଇ ରାଜ୍ୟ ସରକାର ସମସ୍ତ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ଅର୍ପଣ କରିଛନ୍ତି। ପଶ୍ଚିମବଙ୍ଗ ଫେରନ୍ତା ଲୋକ ପ୍ରାୟ ଗ୍ରାମାଞ୍ଚଳର ହୋଇଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମା ଅନୁଧ୍ୟାନ କରିବା ପାଇଁ ପୋଲିସ୍‌ ଡିଜି ଅଭୟ ମଙ୍ଗଳବାର ବାଲେଶ୍ୱର ଓ ମୟୁରଭଞ୍ଜ ଗସ୍ତ କରି ସୀମାର ପରିସ୍ଥିତି ସମୀକ୍ଷା କରିଥିଲେ। ଡିଜିଙ୍କ ଗସ୍ତ ପୂର୍ବରୁ ବାଲେଶ୍ୱର ଜିଲା ସଦର ବ୍ଲକର ବିଡ଼ିଓ ତାଙ୍କ ଅଧିନରେ ଥିବା ୩୭ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ଫେରନ୍ତା ଲୋକଙ୍କ ତାଲିକା ଦେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସରପଞ୍ଚଙ୍କଠାରୁ ଆରମ୍ଭ କରି ୱାର୍ଡ଼ମେମ୍ବର ପର୍ଯ୍ୟନ୍ତ ଖୋଜି ବାହାର କରି ପୋଲିସ ସହାୟତାରେ ପଞ୍ଚାୟତରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ୍‌ରେ ମଙ୍ଗଳବାର ଭର୍ତ୍ତି କରିଛନ୍ତି। ୧୪ଦିନ ପର୍ଯ୍ୟନ୍ତ ସେମାନେ ସେହି କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ନିୟୋଜିତ ନୋଡ଼ାଲ ଅଫିସର ସୂଚନା ଦେଇଛନ୍ତି। ସଦର ବ୍ଲକ ଅଧୀନ ୩୭ଟି ପଞ୍ଚାୟତର ମଧ୍ୟରୁ ୧୮ଟି ପଞ୍ଚାୟତରୁ ୫୯ ଜଣ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଆଳୁମେଦା ପଞ୍ଚାୟତରୁ ୪ଜଣ, ବାହାବଳପୁରରୁ ଜଣେ, ଦୁବୁଲାଗଡ଼ିରୁ ୨, ଗୋପୀନାଥପୁରରୁ ୨, ହଳଦୀପଦାରୁ ଜଣେ, ହିଡ଼ିଗାଁରୁ ୨, ଜୟଦେବକସବାରୁ ୩, କଷାଫଳରୁ ୨, କସିପଦାରୁ ୭, ଖାନନଗରରୁ ୨, ନଗ୍ରମରୁ ୪, କୁରାଢ଼ିଆରୁ ୨, ପରୀକ୍ଷିରୁ ୧୯, ରସାଳପୁରରୁ ୪, ରୂପ୍‌ସାରୁ ଜଣେ, ସାରଗାଁରୁ ଜଣେ, ଶାସଙ୍ଗରୁ ଜଣେ, ଶ୍ରୀକୋଣାରୁ ଜଣେ ଲେଖାଏଁ ଭର୍ତ୍ତି ହୋଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ରାସ୍ତାରେ ପଡ଼ିଲା ବିରାଟକାୟ ଗଛ

ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri