କ୍ୟାବିନେଟ ନିଷ୍ପତ୍ତି: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ

ଭୁବନେଶ୍ୱର,୧୭ା୬(ବ୍ୟୁରୋ)-ଚଳିତବର୍ଷ ପୁରୀରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆଇନ ବିଭାଗ ପକ୍ଷରୁ ଦିଆଯାଇଥିବା ସଂକଳ୍ପକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।
ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଆରମ୍ଭରେ ଚାଇନା ସହ ସଂଘର୍ଷରେ ପ୍ରାଣବଳୀ ଦେଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଶହୀଦଙ୍କ ସ୍ମୃତିରେ ବୈଠକରେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ଆଇନ ବିଭାଗ ପକ୍ଷରୁ ରଥଯାତ୍ରା ବନ୍ଦ କରିବା ନେଇ ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ବୈଠକରେ ଯୋଗ ଦେଇ ରାଜ୍ୟ ଆଡଭୋକେଟ ଜେନେରାଲ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିଷୟରେ କ୍ୟାବିନେଟକୁ ଅବଗତ କରାଇଥିଲେ। ବୈଠକରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉଚ୍ଚତମ ନ୍ୟୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦ୍ଦେଶାବଳୀର ଅନୁପାଳନ ହେବ । ଏଥି ସହିତ ସମସ୍ତ ରୀତିନୀତି ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲାରେ ଥିବା ପରିଚାଳନା କମିଟି ଓ ଅନୁଷ୍ଠାନଗୁଡ଼ିକ ଯେପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲାର ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାର ୨୦୨୦ ମେ ୩୦ ତାରିଖ ଏବଂ ରାଜ୍ୟ ସରକାରଙ୍କ ୨୦୨୦ ଜୁନ୍‌ ୧ ତାରିଖରେ କୋଭିଡ୍‌-୧୯ ପରିଚାଳନା ପାଇଁ ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ କଡାକଡି ଭାବେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ମସିହା ଜନଗଣନା ସମ୍ପର୍କିତ ପ୍ରଶିକ୍ଷଣ, ନିର୍ଭୁଲ ତଥ୍ଯ ଦେବାକୁ…

ଛତ୍ରପୁର,୨୩ା୨(ଦିଲ୍ଲୀପ ସାମଲ): ୨୦୨୭ ମସିହା ଜନଗଣନା ସମ୍ପର୍କିତ ଏକ ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା ଅତିରିକ୍ତ ଜିଲାପାଳ ତଥା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁନୀଲ କୁମାର…

ଅଭିଯୋଗ ଶୁଣାଣି, ଗୋପାଳବନ୍ଧରେ ଫୁଡକୋର୍ଟ ନିର୍ମାଣ ବନ୍ଦ କରି ସୌନ୍ଦର୍ଯ୍ଯକରଣ ପାଇଁ ଦାବି

ପୁରୁଷୋତ୍ତମପୁର,୨୩ା୨(ସବିତା ମିଶ୍ର): ଗଞ୍ଜାମ ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମଙ୍କ ଯୁଗ୍ମ ଶୁଣାଣୀ ଶିବିର ସୋମବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ଯାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

ବଢ଼ିବ ଆମ ବସ୍‌ ସେବାର କଳେବର: ନଗର ଉନ୍ନୟନ ମନ୍ତ୍ରୀ ଦେଲେ ବଡ଼ ଅପ୍‌ଡେଟ୍‌

ଭୁବନେଶ୍ୱର,୨୩।୨: ରାଜ୍ୟରେ ବଢ଼ିବ ଆମ ବସ୍‌ ସେବାର କଳେବର। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଉ ୬୦୦ ଇ-ବସ…

ଝିଅ-ପୁଅ ଭିତରେ ଭେଦଭାବ କରୁଥିଲେ ବାପା, ଛୁରୀ ଭୁସି ହତ୍ୟା କରିଦେଲେ…

ଲକ୍ଷ୍ନୌ,୨୩ା୨: ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ବାପାଙ୍କୁ ତାଙ୍କ ଦୁଇ ଝିଅ ଛୁରୀରେ ଭୁସି ହତ୍ୟା କରିଥିବା…

କିନ୍ନର ହତ୍ୟା ଘଟଣା: ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ, ଗହୀର ମଝିରେ ଏକୁଟିଆ ରହୁଥିବାବେଳେ…

ପିପିଲି,୨୩ା୨: ପିପିଲି ସିଫା ନିକଟରେ କିନ୍ନରଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଛବିନ କାଣ୍ଡିଙ୍କୁ ଗିରଫ କରିଛି ପୋଲିସ। ତେବେ ହତ୍ୟାକାଣ୍ଡର ୨୦ ଦିନ ପରେ…

ଅନ୍ୟଜଣଙ୍କ ଆଡମିଟ୍‌ କାର୍ଡ ନେଇ ଆସିଥିଲେ ପରୀକ୍ଷା ଦେବାକୁ: ନାଁ ଲେଖିବାକୁ କହିବାରୁ…

ବାହାନଗା,୨୩। ୨(ଅରୂପ କୁମାର ଦାସ ):ମାଟ୍ରିକ ପରୀକ୍ଷାର ୪ର୍ଥ ଦିନ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଦଶମ ଛାତ୍ରୀଛାତ୍ରମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ସେହିପରି…

ଦୀପକଙ୍କୁ ଭେଟିବା ପରେ ରାହୁଲ କହିଲେ ଭୟ କରିବାର ଆବଶ୍ୟକତା ନାହିଁ, ଜାଣନ୍ତୁ କାହିଁକି…

ଡେରାଡୁନ୍‌,୨୩ା୨: ଉତ୍ତରାଖଣ୍ଡର କୋଟଦ୍ୱାରରେ ଜଣେ ମୁସଲମାନ ଦୋକାନୀଙ୍କ ପାଇଁ ଠିଆ ହୋଇ ପ୍ରସିଦ୍ଧି ଲାଭ କରିଥିବା ଜିମ୍‌ ମାଲିକ ଦୀପକ କୁମାର ଦିଲ୍ଲୀରେ କଂଗ୍ରେସ ଏମ୍‌ପି ଏବଂ…

କନ୍ଧମାଳରେ ଆଉ ୩୦ ମାଓବାଦୀ : ରାଇକିଆ, ଦାରିଙ୍ଗବାଡି, କୋଟଗଡରେ ସକ୍ରିୟ

ଫୁଲବାଣୀ,୨୩।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଆଉ ୩୦ ମାଓବାଦୀ ସକ୍ରିୟ ଅଛନ୍ତି। ସେମାନେ ପ୍ରତିଦିନ ସ୍ଥାନ ବଦଳାଉଛନ୍ତି। ଜିଲାର ରାଇକିଆ, ଦାରିଙ୍ଗବାଡି ଏବଂ କୋଟଗଡରେ ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri