କ୍ୟାନ୍‌ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ

ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇ, ସେଥିରୁ ମୁକୁଳି, ପୁଣି ନିଜ ଜୀବନର ଲକ୍ଷ୍ୟ ପୂରଣ କରିବା ଭଳି ଏକ ଉଦାହରଣ ଦେଖିବା ପରେ ଆପଣ ହୁଏତ କହିବେ, “ସତରେ ଜୀବନରେ କିଛି ଅସାଧ୍ୟ ନୁହେଁ।” ୩୭ ବର୍ଷୀୟା ଆମେରିକୀୟ ମହିଳା ସାରା ଥୋମସ୍‌ ଇଂଲିଶ୍‌ ଚ୍ୟାନେଲକୁ ଲଗାତର ୪ଥର ପହଁରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସାରା ଗତ ରବିବାର ସକାଳୁ ଏହି ଲକ୍ଷ୍ୟ ସହ ପହଁରା ଆରମ୍ଭ କରିଥିବାବେଳେ ୫୪ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ନେଇ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଅଲ୍‌ଟ୍ରା ମାରାଥନ୍‌ ସ୍ବିମର୍‌ ସାରା ଥୋମସ୍‌ ସ୍ତନ କର୍କଟରେ ପୀଡିତ ଥିଲେ ଓ ଗତବର୍ଷ ଅର୍ଥାତ ୨୦୧୮ରେ ତାଙ୍କ ଚିକିତ୍ସା ଶେଷ ହୋଇଛି। ସାରା ନିଜର ଏହି ବିଜୟକୁ କର୍କଟ ରୋଗରୁ ମୁକ୍ତି ପାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉତ୍ସର୍ଗ କରିଛନ୍ତି।
ସାରା ପ୍ରଥମ ବ୍ୟକ୍ତି ଭାବେ ଇଂଲିଶ୍‌ ଚ୍ୟାନେଲ୍‌କୁ କ୍ରମାଗତ ୪ଥର ପହଁରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ନିଜର ଅନ୍ତିମ ରାଉଣ୍ଡ ଶେଷ କରୁଥିବା ସମୟରେ ଏକ ବିରାଟ ବଡ଼ ଜୁଆର ତାଙ୍କ ଉପରକୁ ମାଡ଼ି ଆସି ପଛକୁ ଫିଙ୍ଗି ଦେଇଥିଲା, କିନ୍ତୁ ମଙ୍ଗଳବାର ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ସେ ଏହି ଚ୍ୟାଲେଞ୍ଜ ପୂରଣ କରିଥିଲେ। ଏଭଳି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବା ପରେ ସାରା କହିଛନ୍ତି, “ଆମେ ସତରେ ଏହା ସମ୍ପୂର୍ଣ୍ଣ କରିପାରିଛୁ ବୋଲି ମୁଁ ବିଶ୍ୱାସ କରିପାରୁନି। ଲୁଣିଆ ପାଣି କାରଣରୁ ଏହି ଯାତ୍ରା ଆହୁରି କଷ୍ଟଦାୟକ ଥିଲା। ଅନେକ ଲୋକ ମୋତେ ଦେଖା କରିବାକୁ ବେଳାଭୂମି ନିକଟକୁ ଆସିଥିଲେ, ମୋତେ ଅଭିନନ୍ଦନ ଜଣାଇଥିଲେ। କିନ୍ତୁ ଅନେକ ଲୋକ ଆଶ୍ଚର୍ଯ୍ୟ ଚକିତ ଥିବା ମୁଁ ଅନୁଭବ କରିିଥିଲି। ” ପ୍ରକାଶ ଥାଉ କି, ପୂର୍ବରୁ କେବଳ ୪ଜଣ ସ୍ବିମର୍‌ ବିଶାଳ ଇଂଲିଶ୍‌ ଚ୍ୟାନେଲକୁ କ୍ରମାଗତ ତିନିଥର ପହଁରି ସାରିଛନ୍ତି। ତେବେ କ୍ରମାଗତ ୪ ଥର ପହଁରି ପ୍ରଥମ ବ୍ୟକ୍ତି ଭାବେ ସାରା ଥୋମସ୍‌ ଏହି ରେକର୍ଡ ଭାଙ୍ଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri