କ୍ଷତିପୂରଣ ଦାବିରେ ଚାଷୀଙ୍କ ଆନ୍ଦୋଳନ

ଖଇରା,୧୨।୧୧(ଡି.ଏନ.ଏ.)- ବୁଲ୍‌ବୁଲ୍‌ ବାତ୍ୟା ପ୍ରଭାବରେ ଧାନ ଓ ପନିପରିବା ଆଦି ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ତୁରନ୍ତ କ୍ଷୟକ୍ଷତି ଆଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସକାଶେ ଦାବି କରି ଶତାଧିକ ଚାଷୀ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତରା ରାଜସ୍ବ କ୍ଷେତ୍ର ଅଧୀନ ଅନ୍ତରା, ଗରସଙ୍ଗ, ରପେୟା ଓ ବରଦା ଗ୍ରାମର ଶତାଧିକ ଚାଷୀ ଆରଆଇଙ୍କ କାର୍ଯ୍ୟାଳୟ ଘେରାଉ କରି ରାଜସ୍ବ ନିରୀକ୍ଷକ ସୁବ୍ରତ କୁମାର ସିଂଙ୍କୁ ଅଟକ ରଖି ଦାବି ପୂରଣ ଲାଗି ଅଡି ବସିଥିଲେ। ଖବର ପାଇ ଖଇରା ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ ଓ ସହକାରୀ କୃଷି ଅଧିକାରୀ ବାସୁଦେବ ଶତପଥୀ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଚାଷୀଙ୍କୁ ବୁଝାଶୁଝା କରିଥିଲେ। ଚାଷୀମାନଙ୍କ ଦାବି ସମ୍ପର୍କରେ ସେମାନେ ଜିଲାପାଳଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବାରୁ ସେମାନେ ଆନ୍ଦୋଳନରୁ ଓହରିଥିଲେ।
ଏହି ଆନ୍ଦୋଳନକାରୀ ଚାଷୀ ଦର୍ଶାଇଥିଲେ ଯେ, ବାତ୍ୟା ଓ ବର୍ଷା ଛାଡିବାର ୩ଦିନ ବିତିଲାଣି । ଏ ପର୍ଯ୍ୟନ୍ତ ଅନ୍ୟ କୌଣସି ଅଧିକାରୀ ଏ ଅଞ୍ଚଳକୁ ଆସି କ୍ଷୟକ୍ଷତି ଆକଳନ କରି ନାହଁାନ୍ତି ା ଏହା ବାତ୍ୟା ପ୍ରଭାବିତ ଚାଷୀଙ୍କୁ ଅଧିକ କ୍ଷୁବ୍ଧ କରିଛି। ଏଠାକାର ୪ ପଞ୍ଚାୟତ ସମେତ ଆଖପାଖରେ ଅଧିକ କ୍ଷୟକ୍ଷତି ଘଟିଛି। ତୁରନ୍ତ କ୍ଷତି ଆକଳନ କରି କୃଷିଋଣ ଛାଡ଼ କରିବା,ଏକର ପ୍ରତି ୨୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ, ଜଳକର ଛାଡ଼, ପ୍ରଧାନମନ୍ତ୍ରୀ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଚାଷୀଙ୍କୁ ସହାୟତା ଘୋଷଣା କରିବାଲାଗି ସେମାନେ ଦାବି ଉପସ୍ଥାପନ କରିଛନ୍ତି। ଚାଷୀମାନେ ପୂର୍ବାହ୍ନରେ ଆରଆଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ବେଳେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ସୋସିଆଲ ରୁରାଲ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବରଦାର ପୂର୍ବତନ ସରପଞ୍ଚ ପରୀକ୍ଷିତ ମହାପାତ୍ର, ରପେୟା ସରପଞ୍ଚ ଅଜୟ ସାମଲ, ଓସଙ୍ଗ ସେବା ସମବାୟ ସମିତିର ସଭାପତି ନରେଶ କର, ଚାଷୀ ଶ୍ୟାମସୁନ୍ଦର ଜେନା, କେଶବ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri