Posted inଖେଳ

କ୍ରୀଡ଼ାକ୍ଷେତ୍ରରେ ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନି

ଭୁବନେଶ୍ୱର,୧୩।୩(ସ୍ପୋଟର୍‌ସ ବ୍ୟୁରୋ)- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ଦଳର ମାଲିକାଣୀ ତଥା ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଅମ୍ବାନି ୨୦୨୦ କ୍ରୀଡ଼ାକ୍ଷେତ୍ରରେ ସବୁଠୁ ପ୍ରଭାବଶାଳୀ ଟପ୍‌ ୧୦ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ଟେନିସ ତାରକା ସେରେନା ଓ୍ବିଲିୟମସ ଓ ଜିମ୍ନାଷ୍ଟିକ ସିମୋନ ବାଇଲସଙ୍କ ନାମ ମଧ୍ୟ ରହିଛି। କ୍ରୀଡ଼ା ବ୍ୟବସାୟ ନେଟଓ୍ବର୍କ ଆଇସ୍ପୋର୍ଟକନେକ୍ଟ ପକ୍ଷରୁ ଗୁରୁବାର ଚଳିତ ବର୍ଷର କ୍ରୀଡ଼ାରେ ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରାଯାଇଛି। ପ୍ରଥମେ ୨୫ ଜଣଙ୍କୁ ନେଇ ତାଲିକା ପ୍ରସ୍ତୁତ କରାଯାଇଥିଲା। ବିଶେଷଜ୍ଞ କମିଟିର ମତାମତ ଅନୁଯାୟୀ ଟପ୍‌ ୧୦ ମହିଳାଙ୍କୁ ବଛାଯାଇଛି। ବିଶେଷଜ୍ଞ କମିଟିରେ ଟେଲଷ୍ଟ୍ରାର ଗ୍ଲୋବାଲ ସେଲସ୍‌ ହେଡ୍‌ ଆନ୍ନା ଲକଉଡ, ଓ୍ବାଇ ସ୍ପୋଟର୍‌ସ ମ୍ୟାନେଜିଂ ପାର୍ଟନର ତଥା ଓମେନ ଇନ ସ୍ପୋଟର୍‌ସର ପୂର୍ବତନ ଅଧ୍ୟକ୍ଷା ସେଲି ହାଙ୍କକ୍‌, ଆଇସିସି ପାଇଁ ଗଣମାଧ୍ୟମ ସ୍ବତ୍ୱଧିକାରର ପୂର୍ବତନ ମୁଖ୍ୟ ଆରତି ଦେବାସ ଓ ଆଇସ୍ପୋଟର୍‌ସକନେକ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରଣୀ ବର୍ମା ସଦସ୍ୟା ଥିଲେ। ଆଇସ୍ପୋଟର୍‌ସସକନେକ୍ଟର ପକ୍ଷରୁ ନୀତିଙ୍କ ସମ୍ପର୍କରେ କୁହାଯାଇଛି, ନୀତାଙ୍କ ନେତୃତ୍ୱରେ ମୁମ୍ବାଇ ଫ୍ରାଞ୍ଚାଇଜ ଆଇପିଏଲର ସବୁଠୁ ସଫଳ ଦଳ ହୋଇପାରିଛି ଓ ସେ ଦେଶର ବିଭିନ୍ନ କ୍ରୀଡ଼ା ପ୍ରକଳ୍ପ ସହ ଜଡ଼ିତ। ୨୦୨୦ କ୍ରୀଡ଼ାକ୍ଷେତ୍ରରେ ସବୁଠୁ ପ୍ରଭାବଶାଳୀ ଟପ୍‌ ୧୦ ମହିଳାଙ୍କ ତାଲିକାରେ ଜିମ୍ନାଷ୍ଟିକ ସିମୋନ ବାଇଲସ, ଫୁଟବଲ ଖେଳାଳି ମେଗାନ ରାପିନୋ, କିମ୍ବଦନ୍ତୀ ଟେନିସ ଖେଳାଳି ସେରେନା ଓ୍ବିଲିୟମସ, ନାଓମି ଓସାକା, ଫର୍ମୁଲା ଓ୍ବାନ ବିପଣନ ଓ ଯୋଗାଯୋଗ ନିର୍ଦ୍ଦେଶିକା ଏଲି ନୋରମାନ, ଡବ୍ଲ୍ୟୁଏନ୍‌ବିଏ କମିଶନର କ୍ୟାଥି ଏଞ୍ଜେଲବର୍ଟ, ଫିଫା ସାଧାରଣ ସମ୍ପାଦକ ଫାତମା ସାମୋଉରା, ପାରା ଅଲିମ୍ପିକ୍ସର ସିଇଓ ମେରି ଡେଭିସ ଓ ମହିଳା କ୍ରିକେଟ ଇସିବିର ପରିଚାଳନା ନିର୍ଦ୍ଦେଶିକା କ୍ଲୋୟାର କନୋର। ନୀତା ଅମ୍ବାନି ୨୦୧୪ ଜୁନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବୋର୍ଡରେ ସାମିଲ ହୋଇଥିଲେ। ତାଙ୍କ ମାଲିକାନାରେ ମୁମ୍ବାଇ ଇଣ୍ଡିଆନ୍ସ ୪ ଥର ଆଇପିଏଲ ଚାମ୍ପିୟନ ହୋଇଛି। ଆଇସ୍ପୋଟର୍‌ସସକନେକ୍ଟର ତରଫରୁ ପ୍ରକାଶ କରାଯାଇଛି, ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଓ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିତାଲି ରାଜଙ୍କ ନାମ ସ୍ଥାନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri