Posted inଖେଳ

କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ପାଇଁ ବିସିସିଆଇର ସର୍ତ୍ତ

ନୂଆଦିଲ୍ଲୀ,୨୧।୭(ପି.ଟି.): ଶେଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ନେଇ ରାଜି ହୋଇଛି। ଏଥିପାଇଁ ବିସିସିଆଇ ଅବଶ୍ୟ ନୂଆ ସର୍ତ୍ତ ରଖିଛି। ବୋର୍ଡର ଅନୁମତି ନେବା ପରେ ଯାଇ କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ କରାଯାଇପାରିବ ବୋଲି ବିସିସିଆଇ କହିଛି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପୂର୍ବରୁ ବିସିସିଆଇକୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା)ର ଅଧୀନରେ ସାମିଲ ହେବାକୁ ପରାମର୍ଶ ଦେଇଥିଲା। ଏ ସଂକ୍ରାନ୍ତରେ ବିସିସିଆଇକୁ ରାଜି କରିବାର ଆଇସିସି ସଫଳ ହୋଇଛି। ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡ଼ା) ମାନ୍ୟତା ପ୍ରତ୍ୟାହାର କରିବାର ସମ୍ଭାବନା ଥିତ୍ବାରୁ ଆଇସିସି ଏଭଳି ପରାମର୍ଶ ଦେଇଥିଲା। ଫଳରେ ବିସିସିଆଇ ଏବେ କିଛି ସର୍ତ୍ତରେ ପରିବର୍ତ୍ତନ ଆଣି ନାଡ଼ାର ଅଧୀନକୁ ଆସିବାକୁ ରାଜି ହୋଇଛି।
ବିସିସିଆଇ ତା’ର ସମ୍ପୂର୍ଣ୍ଣ ଅଧିକାର ନାଡ଼ାକୁ ଦେବାକୁ ଚାହୁଁନାହିଁ। ବିସିସିଆଇର ଆଣ୍ଟି ଡୋପିଂ ମ୍ୟାନେଜରଙ୍କ ଉପସ୍ଥିତିରେ ଖେଳାଳିଙ୍କ ନମୁନା ନେବାକୁ ସର୍ତ୍ତ ରଖାଯାଇଛି। କେବଳ ସେତିକି ନୁହଁ କେଉଁ ମ୍ୟାଚ୍‌ ଅବସରରେ କ୍ରିକେଟଙ୍କ ନମୁନା ନିଆଯିବ ତାହା ମଧ୍ୟ ବିସିସିଆଇ ସ୍ଥିର କରିବ। ନିୟମ ଦୃଷ୍ଟିରୁ ଯାହା ବି କରାଯିବା କଥା ତାହା ଆରମ୍ଭରୁ ୬ ମାସ ମଧ୍ୟରେ ଟ୍ରାଏଲ ଭାବେ କରାଯିବାକୁ କୁହାଯାଇଛି। ଏ ନେଇ ଡ୍ରାଫ୍ଟରେ ପରିବର୍ତ୍ତନ ଆଣି ବିସିସିଆଇ ଏହାକୁ ନାଡ଼ା ଓ ବିସିସିଆଇ ଦ୍ୱାରା ଅନୁବନ୍ଧିତ ହୋଇଥିବା ଏକ ନମୁନା ସଂଗ୍ରହକାରୀ ଏଜେନ୍ସି ଆଇଟିଡିଏମ୍‌ ନିକଟକୁ ପଠାଇଛି।
ବୋର୍ଡ ଏ ନେଇ କ୍ରୀଡ଼ା ସଚିବଙ୍କ ସହ ଚୁକ୍ତିରେ ହସ୍ତାକ୍ଷର କରିବ ଓ ଏସଂକ୍ରାନ୍ତରେ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଘରୋଇ ସେସନରେ ଟ୍ରାଏଲ କରିବ। ନାଡ଼ା ତା’ର ନିୟମ ଅନୁସାରେ କାର୍ଯ୍ୟ କରିବ। ଫଳରେ ଘରୋଇ ସେସନ ପ୍ରାରମ୍ଭରେ କ୍ରିକେଟରଙ୍କ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। ପୁଣି ଯଦି ବିସିସିଆଇ ଏହି କାର୍ଯ୍ୟରେ ବାଧା ଉପୁଯାଏ ତାହାଲେ ଓ୍ବାଡ଼ାକୁ ନାଡ଼ା ନକାରାତ୍ମକ ରିପୋର୍ଟ ଦେବାକୁ ବାଧ୍ୟ ହେବ ବୋଲି କୁହାଯାଇଛି। ଓ୍ବାଡ଼ା ଡେଡ୍‌ଲାଇନ୍‌ ଜାରି କରିଥିବାରୁ ବିସିସିଆଇକୁ ଆଇସିସି ସତର୍କ କରାଇଥିଲା। ଖୁବ୍‌ଶୀଘ୍ର ନାଡ଼ା ସହିତ ଥିବା ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲା ଓ ଏଥିରେ ବିସିସିଆଇକୁ ମନାଇବାରେ ଆଇସିସି ଅବଶ୍ୟ ସଫଳ ହୋଇଛି। ତେବେ ବିସିସିଆଇର ଏହି ସର୍ତ୍ତରେ ନାଡ଼ା ସମ୍ମତି ପ୍ରକାଶ କରୁଛି କି ନା ତାହା ଦେଖିବାକୁ ଏବେ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri