Posted inଖେଳ

କୋହଲି, ଶାସ୍ତ୍ରୀ ଫେରିବା ପରେ ପ୍ରଦର୍ଶନ ନେଇ ସମୀକ୍ଷା ହେବ

ଲଣ୍ଡନ,୧୩।୭(ପି.ଟି.)- ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା କ୍ରିକେଟ ପ୍ରଶାସକ କମିଟି (ସିଓଏ) ବିଶ୍ୱକପ୍‌ରେ ଭାରତର ପ୍ରଦର୍ଶନ ନେଇ ତର୍ଜମା କରିବ। ଅଧିନାୟକ କୋହଲି ଓ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ସ୍ବଦେଶ ଫେରିବା ପରେ ସିଓଏ ଭାରତର ଖେଳାଳିମାନଙ୍କ ପ୍ରଦର୍ଶନ ନେଇ ଆଲୋଚନା କରିବ। ବିଶ୍ୱକପ୍‌ ଭଳି ବଡ଼ ଟୁର୍ନାମେଣ୍ଟରେ ଦଳ ଚୟନ ଉପରେ ଫୋକସ କରାଯିବ।
ଅଧ୍ୟକ୍ଷ ବିନୋଦ ରାଏଙ୍କ ନେତୃତ୍ୱରେ ସିଓଏର ଅନ୍ୟ ସଦସ୍ୟା ଯଥା ଡାଏନା ଇଦୁଲଜୀ ଓ ଅବସରପ୍ରାପ୍ତ ଲ୍ୟୁଟନାଣ୍ଟ ଜେନେରାଲ ରବି ଥୋଡଗେ ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦଙ୍କ ସହ ଆଲୋଚନ କରିବେ। ଖାସ୍‌ କରି ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ର ରୋଡମ୍ୟାପ୍‌ ତଥା ଯୋଜନା ସମ୍ପର୍କରେ ଏହି ଆଲୋଚନା କରାଯିବ ବୋଲି କୁହାଯାଇଛି। କୋହଲି ଓ ଶାସ୍ତ୍ରୀ ସ୍ବଦେଶ ଫେରିଲେ ତାଙ୍କ ସହ ଆଲୋଚନା କରାଯିବ ବୋଲି ବିନୋଦ କହିଛନ୍ତି। ତେବେ ଏନେଇ ତାରିଖ ବା ସମୟ ଧାର୍ଯ୍ୟ କରାଯାଇ ନାହିଁ। କେବେଳ ସେତିକି ନୁହଁ ମୁଖ୍ୟ ଚୟନକର୍ତ୍ତାଙ୍କ ସହ ମଧ୍ୟ ଆଲୋଚନା କରାଯିବ ବୋଲି ବିନୋଦ କହିଛନ୍ତି।
ଗତ ବୁଧବାର ଭାରତ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇ ବିଶ୍ୱକପ୍‌ରୁ ବାଦ୍‌ ପଡିଥିଲା। ରବିବାର କୋହଲିଙ୍କ ସମେତ ଅନ୍ୟ ଭାରତୀୟ ଖେଳାଳି ବିମାନ ଯୋଗେ ମୁମ୍ବାଇରେ ଅବତରଣ କରିବେ। ଲିଗ୍‌ ପର୍ଯ୍ୟାୟରେ ଭାରତ ମାତ୍ର ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା ଓ ପଏଣ୍ଟ ତାଲିକାର ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଥିଲା। ଏହି ରିଭ୍ୟୁ ମିଟିଂ ବା ତର୍ଜମା ବୈଠକ ସମ୍ପର୍କରେ ସିଓଏ ମୁଖ୍ୟ ଅଧିକ କିଛି ସୂଚନା ଦେଇନାହାନ୍ତି। ବିଶ୍ୱକପ୍‌ରେ ଭାରତର ଅଭିଯାନ ଶେଷ ହୋଇଛି। ତେବେ କିଭଳି, କାହିଁକି ଓ କେତେବେଳେ ସେ ସମ୍ପର୍କରେ ଅଧିକ କିଛି କହିବି ନାହିଁ ବୋଲି ବିନୋଦ କହିଛନ୍ତି। ତେବେ କୋହଲି, ଶାସ୍ତ୍ରୀ ଓ ଚୟନ କମିଟି ମୁଖ୍ୟଙ୍କୁ କିଛି ପ୍ରଶ୍ନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଶେଷ ମୁହୂର୍ତ୍ତରେ ବିଶ୍ୱକପ୍‌ ଦଳରୁ ବାଦ୍‌ ପଡିଥିବା ଅମ୍ବାତି ରାୟୁଡୁଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ। ଯଦି ୪ ନମ୍ବର ସ୍ଥାନ ପାଇଁ ରାୟୁଡୁ ଯୋଗ୍ୟ ନ ଥିଲେ ତେବେ ତାଙ୍କୁ ବିଶ୍ୱକପ୍‌ର ଠିକ୍‌ ପୂର୍ବରୁ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ କାହିଁକି ଖେଳାଯାଇଥିଲା। ଏ ନେଇ ମଧ୍ୟ ପ୍ରଶ୍ନ କରାଯିବ। ବିଶ୍ୱକପ୍‌ ଦଳରେ ରାୟୁଡୁ ରିଜର୍ଭ ଖେଳାଳି ଭାବେ ସାମିଲ ହୋଇଥିଲେ। କେତୋଟି ଆଘାତ ସମସ୍ୟା ପରେ ତାଙ୍କୁ ଦଳରେ ସାମିଲ କରାଯାଇ ଖେଳାଯାଇ ପାରିଥାନ୍ତା। କନ୍ତୁ ଶେଷରେ ତାଙ୍କୁ ସାମିଲ କରାଗଲା ନାହିଁ। ଯାହା ଫଳରେ ସେ ଅଭିମାନରେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଥିଲେ।
ସେହିପରି ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଦଳରେ ୩ଜଣ ଉଇକେଟେକିପରଙ୍କୁ ଖେଳାଯିବା ନେଇ ମଧ୍ୟ ପ୍ରଶ୍ନ କରାଯିବ। ବହୁଦିନ ଧରି ଦୀନେଶ କାର୍ତ୍ତିକ ଦିନିକିଆରେ ଭଲ ପ୍ରଦର୍ଶନ କରି ନ ଥିଲେ। ଏପରିକି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଧ୍ୟ ସେ ଭଲ ପ୍ରଦର୍ଶନ କରି ନ ଥିଲେ। ଏପରିସ୍ଥଳେ ତାଙ୍କୁ ଦଳରେ ସାମିଲ କରାଯିବା ନେଇ ମଧ୍ୟ ପ୍ରଶ୍ନ ହେବ। ଧୋନୀ, କାର୍ତ୍ତିକଙ୍କ ସମେତ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମଧ୍ୟ ଦଳରେ ସାମିଲ ହୋଇଥିଲେ। ସେମିଫାଇନାଲରେ ଧୋନୀଙ୍କୁ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରି ତାଙ୍କୁ ନିମ୍ନକ୍ରମରେ ଖେଳାଇବା ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା। ୫ ରନରେ ୩ ଉଇକେଟ ହରାଇ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଧୋନୀଙ୍କୁ ୪ ନମ୍ବରରେ ଖେଳା ନ ଯାଇ ୭ ନମ୍ବରରେ ଖେଳାଯିବା ନେଇ ପ୍ରଶ୍ନ କରାଯିବ। ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର ଧୋନୀଙ୍କ ବ୍ୟାଟିଂ କ୍ରମ ନେଇ ନିଷ୍ପତ୍ତି ନେଇଥିଲେ। ଶାସ୍ତ୍ରୀଙ୍କୁ ମଧ୍ୟ ଏ ନେଇ ପ୍ରଶ୍ନ ପଚରାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଆଗାମୀ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ପର୍ଯ୍ୟନ୍ତ ଏବେକାର ୫ଜଣିଆ ଚୟନ କମିଟି କାର୍ଯ୍ୟ କରିବ। ଅନ୍ୟ ଚୟନକର୍ତ୍ତା ସରନଦୀପ ସିଂ ଓ ଦେବାଙ୍ଗ ଗାନ୍ଧୀ ମଧ୍ୟ ବୈଠକରେ ନିଜ ଆଡୁ ପର୍ଯ୍ୟାପ୍ତ ମତାମତ ଦେଇ ନ ଥିଲେ। ତେଣୁ ସବୁ ଦୃଷ୍ଟିକୋଣରୁ ବିଚାର ଆଲୋଚନା ହେବ ବୋଲି ସିଓଏ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଲୋକ ସଭାରେ ଏକ ଅତ୍ୟନ୍ତ ଆକର୍ଷଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri