ଯାଜପୁର ଅଫିସ,୨୩ା୪- କୋଲକୋତା ଫେରନ୍ତା ୫ଜଣ ଶ୍ରମିକଙ୍କୁ ସରକାରଙ୍କ ନୀତିନିୟମ ମାନି ରହିବାକୁ ପରାମର୍ଶ ଦେବାକୁ ଯାଇ ଦଶରଥପୁର ବ୍ଲକ ରାହାସୋଇ ପଞ୍ଚାୟତର ସରପଞ୍ଚ ଏବଂ ନାଏବ ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ବୁଧବାର ମଧ୍ୟାହ୍ନରେ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ନାଏବ ସରପଞ୍ଚ ଜଲି ସାହୁ କୋଲକୋତା ଫେରନ୍ତା ୫ଜଣଙ୍କ ନାମରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ସହ ସରପଞ୍ଚ ମାଧବ ମଲିକ, ଆଶାକର୍ମୀ ରମା ପରମାଣିକ ଓ ଅଙ୍ଗନୱାଡି କର୍ମୀ ରମାସୁନ୍ଦରୀ ପଣ୍ଡା ରାହାସୋଇ ଗ୍ରାମକୁ କରୋନା ସଂକମଣ ସଂକ୍ରାନ୍ତରେ ନୀରିକ୍ଷଣ କରିବାକୁ ଯାଇଥିଲେ। ସେଠାରେ କୋଲକୋତା ଫେରନ୍ତା ପ୍ରଭାତ କୁମାର ଦାସ, ବ୍ରଜକିଶୋର ପାତ୍ର, ସନ୍ତୋଷ କୁମାର ପାତ୍ର, ଟୁନା ପଲାଇ ଓ ସୁନା ପଲାଇଙ୍କୁ ଭେଟି ସରକାରୀ ନିୟମ ମାନି ରହିବାକୁ ପରାମର୍ଶ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ସଞ୍ଜୟ ଦାସ ଓ ଜନ୍ମେଜୟ ଦାସ ହଠାତ ଉତ୍ତ୍ୟକ୍ତ ହୋଇ ଅଶଭ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କୁ ଧକ୍କା ମାରିଥିଲେ। ସରକାରଙ୍କ କୌଣସି ନୀତି ନିୟମ ମାନିବୁ ନାହିଁ କି ଅନ୍ୟ କୌଣସି ସ୍ଥାନରେ ରହିବୁ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ। ଏହାର ଆବଶ୍ୟକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାଏବ ସରପଞ୍ଚ ସାହୁ ନିବେଦନ କରିଛନ୍ତି। ଅଭିଯୋଗ ଆଧାରରେ ଯାଜପୁର ଥାନାରେ ଏକ ମାମଲା (ନଂ.୧୮୦/୨୦୨୦) ରୁଜୁ ହୋଇ ତଦନ୍ତ ଚାଲିଥିବା ଆଇଆଇସି ଆଶିଷ କୁମାର ସାହୁ ପ୍ରକାଶ କରିଛନ୍ତି।
କୋଲକୋତା ଫେରନ୍ତାଙ୍କୁ ବୁଝାଇବାକୁ ଯାଇ ହଟହଟା: ସରପଞ୍ଚ, ନାଏବ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ
Posted inHome Left, ଆମ ଜିଲା ଖବର, ଯାଜପୁର View All
ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ
ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…
ସୁନା ଭର୍ତ୍ତି ବ୍ୟାଗ୍ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…
କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି
ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…
ସଲମାନଙ୍କ ଫଟା ଜୋତାର ଦାମ୍ ଜାଣିଲେ ଉଡିଯିବ ହୋଶ୍
ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…
ହାର୍ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍
ଓ୍ବାଶିଂଟନ୍,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍…
ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍: ଉଜୁଡିଲା ଚାଷୀଙ୍କ ଅମଳ ଆଶା
ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…
ପୂର୍ବତନ ବିଧାୟକ, ପୂର୍ବତନ ଏମ୍ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ
ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…
ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…
Archives

