Posted inଖେଳ

କୋଭିଡ-୧୯ ସଂକ୍ରମଣ: ଥୋମାସ, ଉବର କପ୍‌ ଘୁଞ୍ଚିଲା

ନୂଆଦିଲ୍ଲୀ,୨୧।୩(ପି.ଟି.): କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟଏଫ୍‌) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ବିଶ୍ୱର ଶ୍ରେଷ୍ଠ ପୁରୁଷ ଓ ମହିଳା ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ ରୂପେ ମାନ୍ୟତା ପାଇଥିବା ଥୋମାସ କପ୍‌ ଓ ଉମର କପ୍‌କୁ ୩ ମାସ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ବିଡବ୍ଲ୍ୟୁଏଫ୍‌ ନିଷ୍ପତ୍ତି ନେଇଛି। ପୂର୍ବରୁ ଏହି ଦୁଇ ଟୁର୍ନାମେଣ୍ଟ ଡେନମାର୍କରେ ମେ ମାସ ୧୬ରୁ ୨୪ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା।
ଟୁର୍ନାମେଣ୍ଟ ଆୟୋଜକ ବ୍ୟାଡମିଣ୍ଟନ ଡେନ୍‌ମାର୍କ ସହ ଆଲୋଚନା ଓ ପରାମର୍ଶ କରିବା ପରେ ବିଡବ୍ଲ୍ୟଏଫ୍‌ ଏହି ନିଷ୍ପତ୍ତି ନେଇଛି। ଏବେ ଏହି ଟୁର୍ନାମେଣ୍ଟ ଡେନମାର୍କର ଆରହୁସ୍‌ଠାରେ ଅଗଷ୍ଟ ୧୫ରୁ ୨୩ ତାରିଖ ମଧ୍ୟରେ ଆୟୋଜନ କରାଯିବ ବୋଲି କୁହାଯାଇଛି। କୋଭିଡ-୧୯ ଏବେ ସାରା ବିଶ୍ୱରେ ମହାମାରୀର ରୂପ ନେଇଛି। ତେଣୁ ଏହି ଟୁର୍ନାମେଣ୍ଟ ଘୁଞ୍ଚାଇବାକୁ ଆମେ ନିଷ୍ପତ୍ତି ନେଉଛୁ ବୋଲି ବିଡବ୍ଲ୍ୟଏଫ୍‌ ତରଫରୁ କୁହାଯାଇଛି। ପୂର୍ବରୁ ଶୁକ୍ରବାର ବିଡବ୍ଲ୍ୟୁଏଫ୍‌ ୫ଟି ଟୁର୍ନାମେଣ୍ଟକୁ ସସ୍‌ପେଣ୍ଡ କରିବାକୁ ନିଷ୍ପତ୍ତି ନେଇଥିଲା। ଏଥିରେ ୩ଟି କଣ୍ଟିନେଣ୍ଟାଲ ଚାମ୍ପିୟନଶିପ୍‌ ସାମିଲ ରହିଛି ଓ ଏଗୁଡିକ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ରୂପେ ବିବେଚିତ ହେଉଥିଲା।
ଖେଳାଳି, ଦର୍ଶକ, ଅଫିସିଆଲ ଓ ପୂରା ବ୍ୟାଡମିଣ୍ଟନ ସମୁଦାୟ ସ୍ବାସ୍ଥ୍ୟ, ନିରାପତ୍ତା ନେଇ ଆମେ କୌଣସି ରିସ୍କ ନେବାକୁ ଚାହୁଁନାହୁଁ। ତେଣୁ ବ୍ୟାଡମିଣ୍ଟନ ଡେନମାର୍କ ସହ ପରାମର୍ଶ କରି ଆମେ ଏହି ନିଷ୍ପତ୍ତି ନେଇଛୁ ବୋଲି ବିଡବ୍ଲ୍ୟୁଏଫ୍‌ ସାଧାରଣ ସମ୍ପାଦକ ଥୋମାସ ଲୁଣ୍ଡ କହିଛନ୍ତି। ବିଡବ୍ଲ୍ୟୁଏଫ୍‌ କାଉନସିଲ, ବ୍ୟାଡମିଣ୍ଟନ ଡେନମାର୍କ, ବିଡବ୍ଲ୍ୟୁଏଫ୍‌ କମର୍ସିଆଲ ପାର୍ଟନର ମିଳିତ ଭାବେ ସହମତିରେ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବଡବ୍ଳ୍ୟୁଏଫ୍‌ ମେମ୍ବର୍ସ ଫୋରମ ଓ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)କୁ ମଧ୍ୟ ଘୁଞ୍ଚାଇଦେଇଛି। ଏହି ଇଭେଣ୍ଟ ଏବେ ଆଗାମୀ ଅଗଷ୍ଟ ୨୦ ଓ ୨୧ ତାରିଖରେ ଆୟୋଜନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri