‘କୃଷି କ୍ଷେତ୍ରକୁ ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଯୋଗାନ୍ତୁ’

ଭୁବନେଶ୍ୱର, ୨୩ା୧(ବ୍ୟୁରୋ): ଓଡ଼ିଶାରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ ଚାଷକାର୍ଯ୍ୟ ନିମନ୍ତେ ଋଣର ଜରୁରୀ ଆବଶ୍ୟକତା ରହିଛି। ସମ୍ପ୍ରତି ଚାଷ କାର୍ଯ୍ୟରେ ନୂତନ ଜ୍ଞାନକୌଶଳ ଓ ପଦ୍ଧତି ଅନୁସରଣ କରାଯାଉଥିବା ବେଳେ ଏଥି ନିମନ୍ତେ ଅଧିକ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବ୍ୟାଙ୍କ୍‌ଗୁଡ଼ିକ ସହଜରେ ଓ ସୁବିଧାରେ ଚାଷୀମାନଙ୍କୁ ଅଧିକରୁ ଅଧିକ ଋଣ ଯୋଗାଇ ଦେଇ ଓଡ଼ିଶାର ପ୍ରଗତିରେ ଭାଗିଦାର ହେବା ପାଇଁ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।
ବୁଧବାର କୃଷି ଓଡ଼ିଶା-୨୦୨୦ ଅବସରରେ ପୂର୍ବାହ୍ନରେ ଜନତା ମଇଦାନରେ ଆୟୋଜିତ ବ୍ୟାଙ୍କର୍ସମାନଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ଅଧିବେଶନରେ ମନ୍ତ୍ରୀ ଯୋଗଦେଇ ଏହା କହିଛନ୍ତି। ସମ୍ପ୍ରତି ଉଚ୍ଚଶିକ୍ଷିତ ଯୁବପିଢ଼ି କୃଷିକ୍ଷେତ୍ର ପ୍ରତି ଆଗ୍ରହ ଦେଖାଉଛନ୍ତି। ଏପରି କ୍ଷେତ୍ରରେ ସେମାନଙ୍କୁ ସହଜରେ ଋଣ ଯୋଗାଇ ଦେବା ନିମନ୍ତେ ତତ୍ପରତା ପ୍ରକାଶ ପାଇବା ଉଚିତ୍‌। ତାମିଲନାଡ଼ୁ, ପଶ୍ଚିମବଙ୍ଗ, କେରଳ, ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟ ତୁଳନାରେ ଓଡ଼ିଶାର ବ୍ୟବସାୟିକ ବ୍ୟାଙ୍କ୍‌ଗୁଡ଼ିକର କୃଷି ଋଣ ହାର ବହୁତ କମ୍‌ ବୋଲି ସାହୁ କହିଥିଲେ। ଏହି ପରିପ୍ରେକ୍ଷୀରେ କୃଷି ଅଧିକାରୀମାନେ ନିୟମିତ ବ୍ୟାଙ୍କ୍‌ଗୁଡ଼ିକ ସହିତ ସମନ୍ବୟ ରକ୍ଷା କରି କୃଷିଋଣ ପ୍ରଦାନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମନ୍ତ୍ରୀ ସାହୁ କହିଛନ୍ତି।
ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁ ପ୍ରସାଦ କହିଲେ ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କୃଷିଜାତ ଦ୍ରବ୍ୟର ବହୁତ ଚାହିଦା ରହିଥିବାରୁ ଏ ଦିଗରେ ଅଧିକରୁ ଅଧିକ ପୁଞ୍ଜି ନିବେଶ କରାଯିବାର ସୁଯୋଗ ରହିଛି। ବିଭିନ୍ନ ସରକାରୀ ଯୋଜନା ଓ ବିଶେଷକରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ନିମନ୍ତେ ରାଜ୍ୟ ସରକାର ବହୁଳ ପରିମାଣ ସବ୍‌ସିଡି ଅର୍ଥ ପ୍ରଦାନ କରୁଛନ୍ତି। ଏପରି କ୍ଷେତ୍ରରେ ବ୍ୟାଙ୍କ୍‌ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ଋଣ ପ୍ରଦାନ କଲେ ଚାଷୀମାନେ ସବ୍‌ସିଡିର ଲାଭ ପାଇପାରନ୍ତେ ବୋଲି ରଘୁ ପ୍ରସାଦ କହିଛନ୍ତି। ବୈଠକରେ ୟୁକୋ ବ୍ୟାଙ୍କ୍‌ର ଭୁବନେଶ୍ବର ସର୍କଲ ହେଡ୍‌ର ଜେନେରାଲ ମ୍ୟାନେଜର ଏସ୍‌.କୁମାର ଓଡ଼ିଶାର କୃଷକମାନଙ୍କର ଉନ୍ନତି ନିମନ୍ତେ ବ୍ୟାଙ୍କ୍‌ଗୁଡ଼ିକ ନିଶ୍ଚିତ ରୂପେ ଆଗେଇ ଆସିବେ ବୋଲି କହିଥିଲେ। ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଜେନେରାଲ ମ୍ୟାନେଜର ସୋନାଲି ଦାଶଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍‌. ମୁଥୁକୁମାର, ମତ୍ସ୍ୟ ନିର୍ଦ୍ଦେଶକ ଏନ୍‌. ତିରୁମାଲା ନାୟକ, ପ୍ରାଣୀ ସମ୍ପଦ ବିକାଶ ନିର୍ଦ୍ଦେଶକ ରତ୍ନାକର ରାଉତଙ୍କ ସମେତ କୃଷି ବିଭାଗର ବରିଷ୍ଠ ଅଧିକାରୀ ଏବଂ ରାଜ୍ୟର ୫୦୦ରୁ ଉର୍ଦ୍ଧ୍ୱ ବ୍ୟାଙ୍କ୍‌ ଅଧିକାରୀମାନେ ଯୋଗଦେଇ କୃଷିଋଣ କ୍ଷେତ୍ରର ବିଭିନ୍ନ ଦିଗ ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ପଞ୍ଚାୟତସ୍ତରରେ ହେବ ସ୍ବତନ୍ତ୍ର ବୈଠକ
ରାଜ୍ୟର ମୋଟ ଲୋକସଂଖ୍ୟାର ଏକ ବୃହତ ଭାଗ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭର କରି ଜୀବନଜୀବିକା ନିର୍ବାହ କରିଥାନ୍ତି। କୃଷକମାନେ ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ ହୋଇଥିବାରୁ ରାଜ୍ୟ ସରକାର କୃଷକମାନଙ୍କ ଉନ୍ନତି ନିମନ୍ତେ ଅନେକ ଯୁଗାନ୍ତକାରୀ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇବା ଓ ଉନ୍ନତ ଚାଷ ପ୍ରଣାଳୀ ସମ୍ପର୍କରେ ସଚେତନ କରାଇବା ଦିଗରେ ପଞ୍ଚାୟତିରାଜ ଜନପ୍ରତିନିଧିମାନେ ବିଶେଷ ଭୂମିକା ଗ୍ରହଣ କରିପାରିବେ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ‘କୃଷି ଓଡ଼ିଶା-୨୦୨୦’ର ତୃତୀୟ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଜେନା କହିଥିଲେ, ପଞ୍ଚାୟତ ସମିତି ସ୍ତରରେ କୃଷିର ଉନ୍ନତି ଲାଗି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବୈଠକ କରାଯିବ। ଏହି ସ୍ବତନ୍ତ୍ର ବୈଠକରେ କୃଷି ବିଭାଗର ଅଧିକାରୀଙ୍କ ସମେତ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ସମବାୟ, ବିଦ୍ୟୁତ୍‌ ଓ ଅନ୍ୟ କୃଷି ସମ୍ପୃକ୍ତ ବିଭାଗଗୁଡ଼ିକ ସାମିଲ ହେବେ। ଅଧ୍ୟକ୍ଷତା କରି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ କହିଥିଲେ, ଫସଲ ଅମଳ ପରବର୍ତ୍ତୀ ପରିଚାଳନା ଓ ଏହାକୁ ଉପଯୁକ୍ତ ମୂଲ୍ୟରେ ବିକ୍ରିକରି କୃଷକମାନଙ୍କ ଆୟବୃଦ୍ଧି କରିବା ପାଇଁ ବିଭାଗ ପଦକ୍ଷେପ ନେଉଥିବାବେଳେ ପଞ୍ଚାୟତିରାଜ ଜନପ୍ରତିନିଧିମାନଙ୍କର ଏ ଦିଗରେ ଅର୍ଥପୂର୍ଣ୍ଣ ଯୋଗଦାନ ରହିଛି। ଉତ୍ସବରେ ସମ୍ମାନିତ ଅତିଥିଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଆପିକଲର ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୩୦ ସଫଳ ଚାଷୀ ଓ ଉଦ୍ୟୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri