କୁଳଭୂଷଣ ଯାଦବ ମାମଲା: ଆଇସିଜେ ରାୟ ଆଜି

ନୂଆଦିଲ୍ଲୀ/ହେଗ୍‌, ୧୭ା୭(ପି.ଟି.) :କୁଳଭୂଷଣ ଯାଦବ ମାମଲାର ଚୂଡାନ୍ତ ରାୟ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ରେ ବୁଧବାର ହେବାକୁ ଯାଉଛି। ମାମଲାର ରାୟ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ ବୋଲି କୁହାଯାଉଛି। ଭାରତର ପୂର୍ବତନ ନୌସେନାଧିକାରୀ କୁଳଭୂଷଣଙ୍କୁ ଅପହରଣ କରି ପାକିସ୍ତାନ ନେଇଯାଇଥିବା ଭାରତ ଅଭିଯୋଗ କରିଥିବାବେଳେ ବେଲୁଚିସ୍ତାନରୁ ତାଙ୍କୁ ଗୁପ୍ତଚର କାର୍ଯ୍ୟ ଲାଗି ଗିରଫ କରାଯାଇଥିବା ପାକିସ୍ତାନ କହୁଛି। ଆତଙ୍କବାଦ ସହ ଯୋଡ଼ି ପାକ୍‌ ସେନା ଅଦାଲତ କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିବାବେଳେ ଏନେଇ ଭାରତ ଆଇସିଜେରେ ଆବେଦନ କରିବାରୁ କୁଳଭୂଷଣଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ଲାଗିଛି। ପାକିସ୍ତାନ ୧୯୬୩ ଭିଏନା ରାଜିନାମା ଉଲ୍ଲଂଘନ କରିଛି ଓ ଯାଦବଙ୍କ ଲାଗି ଆଇନଗତ ସହାୟତା ପାଇଁ ଅନୁମତି ଦେଉନାହିଁ ବୋଲି ଭାରତ ଅଭିଯୋଗ କରିଛି। ଭାରତର ଏଭଳି ଅଭିଯୋଗକୁ ମଧ୍ୟ ପାକିସ୍ତାନ ଆଇସିଜେରେ ଚ୍ୟାଲେଞ୍ଜ କରିଛି। ଏନେଇ ମାମଲା ଅନ୍ତର୍ଜାତୀୟ ନ୍ୟାୟାଳୟରେ ପହଞ୍ଚିଥିବାବେଳେ ଚୂଡ଼ାନ୍ତ ରାୟ ବୁଧବାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

‘ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନିଅନ୍ତୁ, ନଚେତ୍ କଥା ଆପଣଙ୍କ ଇସ୍ତଫା ପର୍ଯ୍ୟନ୍ତ ଯିବ’: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୩ା୭: କକ୍ରୋଚ ଜନତା ପାର୍ଟି (ସିଜେପି)ର ସଂସ୍ଥାପକ ଅଭିଜିତ ଦୀପକେ ଗୁରୁବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀର ଜନ୍ତରମନ୍ତରକୁ ଏକ ‘ୱାର୍…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ଛାତ୍ରମାନେ ଏକା ନୁହଁନ୍ତି… ଇଣ୍ଡିଆ ବ୍ଲକ ବୈଠକ ପରେ ରାହୁଲଙ୍କ ସହ ବିରୋଧୀ ଏମପି ଗଲେ ଗାନ୍ଧୀ ସ୍ମୃତି

ନୂଆଦିଲ୍ଲୀ,୨୩।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଗୁରୁବାର ଇଣ୍ଡିଆ ବ୍ଲକର ଏକ ବୈଠକ ଡକାଯାଇଥିଲା। NEET ପେପର୍‌ ଲିକ ପ୍ରସଙ୍ଗ ଉପରେ ଆଲୋଚନା କରିବା…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri