Posted inବୌଦ୍ଧ

କିଡ୍‌ନୀ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ଜିଲାପାଳଙ୍କ ନିକଟରେ ଦାବି

ବୌଦ୍ଧ ,୬ା୬(ସ୍ବ.ପ୍ର.)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ ୧୧ଟି ପଞ୍ଚାୟତର ୨୪ ଗୋଟି ଗ୍ରାମରେ କିଡ୍‌ନୀ ରୋଗ ମହାମାରୀ ରୂପ ଧାରଣ କରିଛି ା ଏହି ରୋଗରେ ଆକ୍ରାନ୍ତ ହୋଇ ଗତ କିଛି ବର୍ଷ ମଧ୍ୟରେ ୧୮୯ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବର୍ତ୍ତମାନ ୨୫୪ ଜଣ ରୋଗାକ୍ରାନ୍ତ ବ୍ୟକ୍ତି ଉପଯୁକ୍ତ ଚିକିତ୍ସା ଓ ଔଷଧ ଅଭାବରୁ ଭାଗ୍ୟକୁ ଆଦରି ପଡି ରହିଛନ୍ତି ା ଏହି ରୋଗର ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ହରଭଙ୍ଗା ବ୍ଲକ କିଡ୍‌ନୀ ପ୍ରପୀଡିତ ନାଗରିକ କମିଟି ପକ୍ଷରୁ ବହୁ ସମୟରେ ଦାବି ହୋଇଆସୁଛି ା ଏଥିସହିତ ଆକ୍ରାନ୍ତମାନଙ୍କୁ ଚିକିତ୍ସା ଓ ଆବଶ୍ୟକ ଔଷଧ ଯୋଗାଇ ଦେବାକୁ ଗତ ଏପ୍ରିଲ ମାସ ୨୭ ତାରିଖରେ କମିଟି ପକ୍ଷରୁ ବୌଦ୍ଧ ଜିଲାପାଳଙ୍କୁ ଅବଗତ କରାଯାଇଥିଲା ା ଏହା ମଧ୍ୟରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା କମିଟି ଆବାହକ ବିକାଶ ମହାକୁଡ ପ୍ରକାଶ କରିଛନ୍ତି ା ଏନେଇ କମିଟିର କର୍ମକର୍ତ୍ତା ଓ କେତେଜଣ ସରପଞ୍ଚ ଗତ ଶୁକ୍ରବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ା ଆସନ୍ତା ୧୧ ତାରିଖ ସୁଦ୍ଧା ରୋଗୀଙ୍କୁ ମାଗଣା ଚିକିତ୍ସା ଓ ଔଷଧ ଯୋଗାଇ ଦିଆ ନ ଗଲେ ୧୨ ତାରିଖରୁ ବ୍ଲକ କିଡ୍‌ନୀ ପ୍ରପୀଡ଼ିତ ନାଗରିକ କମିଟି ଓ ପଞ୍ଚାୟତସ୍ତରୀୟ ଲୋକପ୍ରତିନିଧିମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି ା ଦାବିପତ୍ର ପ୍ରଦାନ ସମୟରେ କମିଟିର ସଦସ୍ୟ ଅଶୋକ ସେଠୀ, ପ୍ରଦୀପ ମହାନନ୍ଦ, କୃତ୍ତିବାସ ପଲିଆ ପ୍ରମୁଖ ସାମିଲ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଘରକୁ ଫେରିବାବେଳେ ଅଟକାଇ ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଜଣେ ଗୁରୁତର

ବଘିଆପଡ଼ା,୯ା୩(ଶ୍ରୀକାନ୍ତ ସାହୁ): ବୌଦ୍ଧ ଜିଲା ହରିପୁର ଛକରେ ଏକ ହତ୍ୟାକାଣ୍ଡ ହୋଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟା ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ବୌଦ୍ଧ…

ବାହାଘରର ୨ ଦିନ ପରେ ପ୍ରେମିକ ସହ ଛୁ’ ନବବଧୂ: ସ୍ବାମୀ ଏତଲା ଦେବାପରେ ଘଟିଲା..

ବୌଦ୍ଧ, ୨୮।୨(ଅଜିତ କୁମାର ବାରିକ): ବାହାଘରର ୨ ପରେ ପ୍ରେମିକ ସାଙ୍ଗରେ ଫେରାର ହୋଇଯାଇଛନ୍ତି ନବବଧୂ। ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲାରେ। ସ୍ବାମୀ ଥାନାରେ…

ବିୟୁଟିପାର୍ଲରରେ ଲାଗିଲା ଭୟଙ୍କର ନିଆଁ, ଧୂଆଁ ଦେଖି…

ବୌଦ୍ଧ,୨୭ା୨(ଅଜିତ କୁମାର ବାରିକ): ବୌଦ୍ଧ ସହରର ଖାଲିଆ ବଗିଚାଠାରେ ଏକ ବିୟୁଟିପାର୍ଲରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଖାଲିଆ…

୪ ମାସ ବିତିନି ପୁଣି ବାଣ ବିସ୍ଫୋରଣ: ଲୋକେ ଭୟଭୀତ

ବୌଦ୍ଧ,୨୧ା୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ଜିଆକଟା ଗ୍ରାମରେ ବାଣ ବିସ୍ଫୋରଣ ଘଟଣାକୁ ୪ ମାସ ବିତି ନ ଥିବା ବେଳେ ପୁଣି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri