କାଳବୈଶାଖୀ ହେଲା କାଳ: ଉପୁଡ଼ିଲା ଟେଣ୍ଟ ଖୁଣ୍ଟ, ଜୀବନ ବିକଳରେ ଦୌଡ଼ିଲେ ଦର୍ଶକ

ମହାକାଳପଡ଼ା, ୧୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମା’ ଦରିଆ ରାମଚଣ୍ଡୀ ମନ୍ଦିର ପୀଠରେ ଜମ୍ବୁ ଦ୍ୱୀପ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ୪ର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ହେଲେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା। ଭରପୂର ଦର୍ଶକ ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟର ମଜା ନେଉଥିଲେ। ସାଢ଼େ ୬ଟାରେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଥିଲା। ତୁହାକୁ ତୁହା ବର୍ଷା ଓ ପବନର ବେଗ ବଢ଼ିବାରୁ ମଞ୍ଚ ଭିତରେ ଥିବା ଦର୍ଶକ ଭୟଭୀତ ହୋଇଥିଲେ। ବିଶାଳ ମଞ୍ଚ ଲାଗି ପୋତା ଯାଇଥିବା ଖୁଣ୍ଟ ୨ରୁ ୩ ଫୁଟ୍‌ ଉପରକୁ ଉଠି ଓହଳି ଥିଲା। ମଞ୍ଚ ଭିତରେ ଥିବା ଦର୍ଶକମାନେ ଭୟଭୀତ ହୋଇ ଜୀବନ ବିକଳରେ ଯିଏ ଯୁଆଡେ ପାରିଲେ ଦୌଡିଥିଲେ। ଅନେକ ଦର୍ଶକ ଶିଶୁ, ମହିଳା, ବୃଦ୍ଧାବୃଦ୍ଧ, ବରିଷ୍ଠ ନାଗରିକ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ିଲା। ତଥାପି ଦର୍ଶକମାନେ ମା’ ରାମଚଣ୍ଡୀଙ୍କୁ ସ୍ମରଣ କରି ବ୍ୟାରିକେଡ୍‌ରୁ ବାହାରିବା ବେଳେ କାଦୁଅ ଓ ବର୍ଷାରେ ଭିଜି ଭିଜି ମା’ଙ୍କ ମନ୍ଦିରକୁ ଯାଇଥିଲେ। କାଳବୈଶାଖୀ ବର୍ଷା ପବନ ଅଧ ଘଣ୍ଟା ଧରି ତାଣ୍ଡବ ରଚାଇଥିଲା। ଏଥିରେ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଅପରପକ୍ଷରେ ୪ର୍ଥ ସା କାର୍ଯ୍ୟକ୍ରମରେ ଯୋଗଦେବାକୁ ଅସୁଥିବା ୨ ମନ୍ତ୍ରୀ ଅଧା ବାଟରୁ ଫେରି ଯାଇଥିବା ସୂଚନା ମିଳିଛି। କାଳବୈଶାଖୀରେ ଅନେକ ଦୋକାନର ପଲିଥିନ ଉଡ଼ି ଯାଇଛିି। ବର୍ଷା ପବନ ବେଳେ ରାଜସ୍ବ ନିରୀକ୍ଷକ ବିଜୟ କୁମାର ବେହେରା ଘଟଣାସ୍ଥଳରେ ଉପସ୍ଥିତ ରହି ଦର୍ଶକମାନଙ୍କୁ ଭୟଭୀତ ନ ହୋଇ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଥିଲେ। ଏ ସଂକ୍ରାନ୍ତରେ ମହାକାଳପଡ଼ା ତହସିଲଦାର ତଥା ମନ୍ଦିର ଟ୍ରଷ୍ଟି ଶିବ ମଲ୍ଲିକଙ୍କୁ ପଚାରିବାରେ ବର୍ଷା ପବନ ବେଳେ ଲୋକଙ୍କୁ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ନିଖୋଜ, ଆଜି ମିଳିଲା ବୃଦ୍ଧଙ୍କ ମୃତଦେହ; କେନାଲରେ ଗୋଟିଏ ପରେ ଗୋଟିଏ ଅଘଟଣକୁ ନେଇ… 

କୋକସରା,୧୮।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବୁଧବାର ଦିନ ଇନ୍ଦ୍ରାବତୀ ଉଠା ଜଳସେଚନ…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

SCB ଅଗ୍ନିକାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୧୮।୩(ସୁନିତ୍‌ ମିଶ୍ର): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri