କାଲେରୁ ସେତୁ ଉଦ୍‌ଘାଟନ ଦାବିରେ ଧାରଣା: ଜନ ପ୍ରତିନିଧି, ସେତୁ ସୀମାନ୍ତବର୍ତ୍ତୀ ଗ୍ରାମବାସୀ ସାମିଲ

କାଲିମେଳା,୧୮।୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲା କାଲିମେଳା ବ୍ଲକ ସୀମାନ୍ତ ମୋଟୁସ୍ଥିତ ସିଲେରୁ ନଦୀ ଉପରେ ନିର୍ମିତ କାଲେରୁ ସେତୁ ଉଦ୍‌ଘାଟନ ଦାବି କରି ମଙ୍ଗଳବାର ଜିଲାର ବିଭିନ୍ନ ରାଜନୈତିକ ଦଳର ଲୋକ ପ୍ରତିନିଧି ଏବଂ ଜନସାଧାରଣ ସେତୁ ନିକଟରେ ଧାରଣାରେ ବସିଛନ୍ତି। ଆନ୍ଧ୍ର ସରକାର ତୁରନ୍ତ ଏହି ସେତୁକୁ ଉଦ୍‌ଘାଟନ କରି ଏହା ଉପରେ ଯାତାୟାତ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ା ଏହି ଧାରଣାରେ ଆନ୍ଧ୍ର ଓ ଛତିଶଗଡ ରାଜ୍ୟର ସେତୁ ସୀମାନ୍ତବର୍ତ୍ତୀ ଗ୍ରାମର ଜନସାଧାରଣ ମଧ୍ୟ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ପ୍ରଥମେ ଅନୁଷ୍ଠିତ ଏକ ବୈଠକରେ ଜିଲା ଆଦିବାସୀ ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଆଡମା ରାବା, ପୂର୍ବତନ ଏମପି ପ୍ରତିନିଧି ବିଶ୍ୱନାଥ ରେଡ୍ଡି,ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ପଣ୍ଡା, କାମରାଜ କବାସୀ, ଜିଲା ଓକିଲ ସଂଘ ସଭାପତି ନୃସିଂହ ଚରଣ ମହାନ୍ତି, ମୋଟୁ ସରପଞ୍ଚ ମୁନା ସୋଡି, ପୁଷୁଗୁଡା ସରପଞ୍ଚ ରାମା ରାବା, ମାଲାଭରମ ସରପଞ୍ଚ କିଟି ୱାଇକା, ସମିତିସଭ୍ୟ ମିସୁମ ଖାନ, ମହାରାଜପାଲି ସରପଞ୍ଚ ରଶ୍ମିତା ମାଡାକମି, ମୋଟୁ ନାଏବ ସରପଞ୍ଚ କଳ୍ପନା ସୋଡି, ପଙ୍କଜିନି ମହାରଣା, ସମିତିସଭ୍ୟ ସୟାମ ଭୀମେ, ପୁଷୁଗୁଡାର ପୂର୍ବତନ ସରପଞ୍ଚ ମଟୁମ ଲାଛି, କାଲିମେଳା ବିଜେଡି ସଭାପତି ଶରତଚନ୍ଦ୍ର ବିଶ୍ୱାଳଙ୍କ ସମେତ ସ୍ଥାନୀୟ ୭ଟି ପଞ୍ଚୟତର ଜନପ୍ରତିନିଧି ଏବଂ ୩ ରାଜ୍ୟର ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଜନସାଧାତଣ ଉପସ୍ଥିତ ଥିଲେ। ଦୀର୍ଘ ଦିନର ଦାବି ପରେ ସିଲେରୁ ନଦୀ ଉପରେ ଏହି ସେତୁ ନିର୍ମାଣ ହୋଇଛି। ଏକ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ସେତୁ ଉଦ୍‌ଘାଟନ ହୋଇପାରିନାହଁି ା ଏନେଇ ଓଡିଶା ଏବଂ ଆନ୍ଧ୍ର ପ୍ରଦେଶ ସ୍ଥାନୀୟ ଜିଲା ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଆଗାମୀ ୧୫ ଦିନ ଭିତରେ ସେତୁ ଉଦ୍‌ଘାଟନ କରା ନ ଗଲେ ଜୋର ଜବରଦସ୍ତି ଏହି ସେତୁକୁ ବ୍ୟବହାର କରିବେ ବୋଲି ଜନସାଧାରଣ ଚେତାବନୀ ଦେଇଛନ୍ତି। ମାଲାକନଗିରି ଜିଲାର ୬୦/୭୦ ଭାଗ ଲୋକ ସ୍ବାସ୍ଥ୍ୟ ସେବା, ରୋଜଗାର, ବ୍ୟବସାୟ ପାଇଁ ଦେଶୀ ଡଙ୍ଗାରେ ବିପଦସଙ୍କୁଳ ଅବସ୍ଥାରେ ନଦୀପାର ହୋଇ ଛତିଶଗଡ, ଆନ୍ଧ୍ରକୁ ଯାଉଛନ୍ତି। ଯାତାୟାତ ପାଇଁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ା ଏବେ ଏହି ସେତୁ ଉପରେ ୨ଚକିଆ ଗାଡି ଚଳାଚଳ କରୁଥିବା ବେଳେ ବସ,ଟ୍ରକ କିମ୍ବା ଅନ୍ୟାନ୍ୟ ଭାରିଯାନ ଚଳାଚଳ କରିପାରୁନାହଁି ା ସଂନ୍ଧ୍ୟା ହେଲେ ଗେଟ ବନ୍ଦ ରହୁଥିବାରୁ ସେତୁ ଉପର ଦେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହୁଛି ା ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲା ପ୍ରଶାସନ ପକ୍ଷରୁ ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲାପାଳଙ୍କୁ ଉକ୍ତ ସେତୁ ଉଦ୍‌ଘାଟନ ପାଇଁ ପୂର୍ବରୁ ଚିଠି ଲେଖାଯାଇଥିଲା। ମାତ୍ର ଏହାର କୌଣସି ପ୍ରଭାବ ସମ୍ପୃକ୍ତ ଜିଲା ପ୍ରଶାସନ ଉପରେ ପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri