Posted inଜାତୀୟ

କାର୍‌ ରାଇଡ୍‌ରୁ ବଦଳିଥିଲା ସମୀକରଣ

ମୁମ୍ବାଇ/ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ରରେ ତିନୋଟି ଭିନ୍ନ ବିଚାରଧାରାର ଦଳର ମେଣ୍ଟକୁ ନେଇ ସରକାର ଗଢ଼ାଯିବା ପାଇଁ ସ୍ଥିର ହୋଇଛି। ଏହି ଅପ୍ରତ୍ୟାଶିତ ପଦକ୍ଷେପ ରାଜନୈତିକ ପର୍ଯ୍ୟବେକ୍ଷକ ଓ ଦିଲ୍ଲୀର ନେତାମାନଙ୍କୁ ବିସ୍ମିତ କରିଛି। ତେବେ ଏହି ବଡ଼ ରାଜନୈତିକ ଘଟଣାକ୍ରମ ପଛରେ ଦୁଇ ଶତ୍ରୁଙ୍କ କାର୍‌ ରାଇଡ୍‌ କାମ କରିଥିଲା ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
୨୧ ବିଧାନସଭା ନିର୍ବାଚନର ଫଳ ୨୪ ତାରିଖ ଅପରାହ୍ନରେ ଆସିବା ପରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ପରିଭ୍ରମଣରେ ଘରୁ ବାହାରିଥିଲେ।
ବାଟରେ ସେ ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ଙ୍କୁ ଭେଟିଥିଲେ। ଉଭୟେ ନିଜ ନିଜ ବାଟରେ ଯିବା ପୂର୍ବରୁ ଏକ କାର୍‌ରେ ବସି କିଛି କିଲୋମିଟର ଯାତ୍ରା କରିଥିଲେ। ଏଇଠୁ ଆରମ୍ଭ ହୋଇଥିଲା ଶିବସେନା ଓ ଏନ୍‌ସିପି ମଧ୍ୟରେ ଆଲୋଚନା। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ପାଓ୍ବାରଙ୍କ ମଧ୍ୟରେ ଯୋଗସୂତ୍ରର ମାଧ୍ୟମ ପାଲଟିଥିଲେ ସଞ୍ଜୟ। ସେ ଦୁହିଙ୍କ କଥା ପରସ୍ପରକୁ ଏକାଧିକ ଥର ଭେଟି ଜଣାଉଥିଲେ। ଇତିମଧ୍ୟରେ ପାଓ୍ବାର କୌଣସି ରାଜନୈତିକ ଖେଳରେ ଆଗ୍ରହୀ ନ ଥିବା ପ୍ରକାଶ କରିଥିଲେ। କିନ୍ତୁ ଏନ୍‌ସିପି ମୁଖପାତ୍ର ନଓ୍ବାବ ମଲିକ କହିଥିଲେ, ପାଓ୍ବାର ସାହେବ ଚାଣକ୍ୟଙ୍କୁ ଚେକ୍‌ ଦେଇଛନ୍ତି। ଅନେକ ରାଜ୍ୟରେ ଭାଜପାକୁ କ୍ଷମତାସୀନ କରାଇଥିବା ଦଳର ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କ ଉଦ୍ଦେଶ୍ୟରେ ସେ ଏପରି କହିଥିଲେ। ଏନ୍‌ସିପି ମଙ୍ଗୁଆଳଙ୍କଠାରୁ ପ୍ରତିଶ୍ରୁତି ମିଳିବା ପରେ ଉଦ୍ଧବ ଶେଷରେ ଭାଜପା ସହ ତିନି ଦଶନ୍ଧି ପୁରୁଣା ସମ୍ପର୍କ ତୁଟାଇବା ପାଇଁ ଆଗକୁ ବଢ଼ିଥିଲେ। କିନ୍ତୁ ବିଚାରଧାରା ଦୃଷ୍ଟିରୁ ଏକ ବିରୋଧାଭାସ ଥିବା ଦଳ ସହ ମେଣ୍ଟ କରିବା ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଥମ ବୈଠକରେ ମନାକରିଦେବା ପରେ କେଁ ବାହାରିଥିଲା। ତେବେ କଂଗ୍ରେସ ବିଧାୟକମାନଙ୍କ ଚାପ ଓ ଏନ୍‌ସିପିର ବରିଷ୍ଠ ନେତାଙ୍କ ଉଦ୍ୟମ ନିଷ୍ପତ୍ତି ବଦଳାଇବା ପାଇଁ ସୋନିଆଙ୍କୁ ବାଧ୍ୟ କରିଥିଲା।
ଶିବସେନା ସହ ହାତ ନ ମିଳାଇଲେ କେତେଜଣ କଂଗ୍ରେସ ବିଧାୟକ ଦଳ ଛାଡ଼ିପାରନ୍ତି ବୋଲି ମହାରାଷ୍ଟ୍ରର କଂଗ୍ରେସ ନେତାମାନେ ସୋନିଆଙ୍କୁ ଚେତାଇଦେଇଥିଲେ। ସୋନିଆଙ୍କ ପ୍ରତିନିଧି ଅହମଦ ପଟେଲ, ମଲ୍ଲିକାର୍ଜୁନ ଖାର୍ଗେ ଏବଂ କେ.ସି. ବେଣୁଗୋପଳ ସମାନ ରିପୋର୍ଟ ହାଇକମାଣ୍ଡଙ୍କୁ ଦେଇଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଜୟପୁରର ଏକ ହୋଟେଲରେ ଥିବା କଂଗ୍ରେସ ବିଧାୟକଙ୍କ ମନକଥା ସମ୍ପର୍କରେ ସୋନିଆଙ୍କୁ ଅବଗତ କରାଇଥିଲେ। ଇତିମଧ୍ୟରେ କର୍ନାଟକ ଭଳି ବିଫଳତାର ପୁନରାବୃତ୍ତି ଚାହୁଁ ନ ଥିବା କଂଗ୍ରେସ ନେତୃତ୍ୱ ମହାରାଷ୍ଟ୍ରରେ ଏପରି ଏକ ମେଣ୍ଟ ଗଢ଼ିବାକୁ ନିଷ୍ପତ୍ତି ନେଲେ, ଯାହାକି ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମ୍‌ପି) ଉପରେ ଆଧାରିତ ହେବ। କ୍ଷମତା ଭାଗବଣ୍ଟା ଚୁକ୍ତି ଅନୁସାରେ ଶେଷରେ ସିଏମ୍‌ପି ଚିଠା ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା

ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?