କାମେ ନାଇଁ ଆଏବାର ସ୍ବଜଳଧାରା ପ୍ରକଳ୍ପ: ପାଏନ୍‌ ଲାଗି ଗୁଲଗୁଲା ଦେଣ୍ଡୁପଦରବାସୀ

ବିନିକା, ୨୪ା୪(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ର ଦେଣ୍ଡୁପଦର ଗାଁ। ୨ଟା ଓ୍ବାର୍ଡ ଥିବାର ଇ ଗଁାରେ ପାଖାପାଖି ୮ଶହ ଲୋକ୍‌ ବାସ୍‌ କରୁଛନ୍‌। ଗଁାରେ ଗଲା ୧୨ ବଛର ହେଲା ପିଇଲା ପାଏନ୍‌ ସମସିଆ ଲାଗିରହିଥିଲେ ବି ତାର ସମାଧାନର ବାଟ୍‌ ନାଇଁ ଫିଟିପାରବାର। ଏହେଦେ ଗଁାରେ ଥିବାର ଗୁଟେ ବଲି ନଲ୍‌ଚୁଅଁା ଲୁକ୍‌କର ସାହାଭରସା ପାଲଟିଛେ। ୨୦୦୭-୦୮ ଆରଥିକ ବଛରରେ ଜିଲା ଜଳ ଓ ପରିମଳ ମିଶନ ସୁବର୍ଣ୍ଣପୁର ତରଫୁ ୮ ଲାଖ୍‌ ଟଁକା ଖରଚ୍‌ରେ ଗଁାରେ ସ୍ବଜଳଧାରା ପ୍ରକଳ୍ପ ତିଆର ହେଲା। ଫିଦିନ୍‌ ୫୦ ହଜାର ଲିଟର ପିଇଲା ପାଏନ୍‌ ପ୍ରକଳ୍ପରୁ ଗଁାର ଲୁକ୍‌କୁ ଯୁଗେଇ ଦେବାର ବେବସ୍‌ତା ରହିଥିଲା। ଗଁାରେ ପାଖାପାଖି ୨୨ଟା ଷ୍ଟାଣ୍ଡପୋଷ୍ଟ ତିଆର କରି ଲୁକ୍‌କୁ ପାଏନ୍‌ ଯୁଗେଇ ଦେବାର ବେବସ୍‌ତା ହେଲା। ହେଲେ ଦୁଖର କଥା ଯେ, ପ୍ରକଳ୍ପଟା ମାସେ ଚଲ୍‌ଲା ଉତାରୁ ବିଦ୍ୟୁତ୍‌ ଅଭାବୁ ବଁଦ୍‌ ହେଇଗଲା। ପହେଲାରୁ ପ୍ରକଳ୍ପ ଚଲାବାର ଲାଗି ଗଁାର ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ପଛେ ବିଦ୍ୟୁତ୍‌ ବିଭାଗ ପ୍ରକଳ୍ପ ଲାଗି ଉନିଆ ଟ୍ରାନ୍ସଫର୍ମରର ବେବସ୍‌ତା କରବାର ଲାଗି କହି ବିଦ୍ୟୁତ୍‌ ସଂଯୋଗ କାଟିଦେଲା। ସେଦିନ୍‌ଠାନୁ ପ୍ରକଳ୍ପ ଅଚଲ ହେଇ ପଡ଼ିରହିଛେ। ଇ ବାବ୍ଦେ ବିନିକା ବ୍ଲକ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗୀୟ ଜେଇ ଗଜେନ୍ଦ୍ର ନାଏକକୁଁ ପଚରାଲାରୁ ଦେଣ୍ଡୁପଦର ଜଳଯୋଗାଣ ପ୍ରକଳ୍ପ କାଯ୍‌କ୍ଷମ କରବାର ଲାଗି ଉଚ କତୁରପକ୍ଷକୁଁ ଜନେଇଛେଁ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବାବୁପାଲି କାର୍ଯ୍ୟନିର୍ବାହୀ ଅଧ୍‌କାରୀ ବିଶ୍ୱମ୍ବର ଶତପଥୀକୁଁ ପଚରାଲାରୁ ପ୍ରକଳ୍ପର ଦାଇତିଅ ପଁଚେତ୍‌କେ ଦେବାର ଲାଗି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ୍‌କେ ବହୁତଥର କୁହାଯାଇଛେ। ପ୍ରକଳ୍ପ କାଯ୍‌କ୍ଷମ କରବାର ଲାଗି ପଁଚେତ୍‌ ତରଫୁ ଦେଢ଼ ଲାଖ୍‌ ଟଁକାର ଖରଚ୍‌ ଅଟକଲର କାଗଜପତର ବି କରାଯାଇଛେ। ହେଲେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ପ୍ରକଳ୍ପର ଦାଇତିଅ ପଁଚେତ୍‌କେ ନାଇଁ ଦେବାର, ଯେନ୍‌ଥିରଲାଗି ଲୋକ୍‌ ମଉଲିକ ସୁବିଧାରୁ ବଁଚିତ ହେଉଛନ୍‌। ପ୍ରକଳ୍ପର ଭାର ପଁଚେତ୍‌କେ ଦେଲେ ଯେତେ ଜଲଦି ହେବା ନୂତନ ଟ୍ରାନ୍ସଫର୍ମର ଲଗେଇ ପ୍ରକଳ୍ପ ଚାଲୁ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

କାର୍‌ ରେସିଂର କରୁଣ ପରିଣତି: ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କାଦେଇ ବାଇକ୍‌, ସ୍କୁଟି ଉପରକୁ ମାଡ଼ିଗଲା କାର୍‌

ସମ୍ବଲପୁର,୨୪୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ବଜାର ଛକରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର(ନଂ.ଓଡି୧୫ଇ-୫୩୫୪) ଦ୍ରୁତଗତିରେ ଆସି ଅଇଁଠାପାଲି ଦୈନିକ ବଜାର ଛକ ରାସ୍ତା…

ଦୁଃଖଦ ଖବର: ଆମବସ୍‌ ଧକ୍କାରେ ଯୁବକ ମୃତ

ସମ୍ବଲପୁର,୨୬ା୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ତଳି ଛକରେ ଆମବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ପ୍ରେସ୍‌କ୍ଲବ କର୍ମଚାରୀ ଅନୁଗୋଳ ଜିଲା ଜରପଡ଼ା…

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲାର…

ସ୍କୁଲରେ ମାରପିଟ ହୋଇ ଲହୁଲୁହାଣ ଘଟଣା, ୨ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ

ସମ୍ବଲପୁର, ୧୯।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ୧୫ତାରିଖରେ ସଂଘଟିତ ରକ୍ତାକ୍ତ ସଂଘର୍ଷରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦ୍ବୟ ନିଲମ୍ବିତ ହୋଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri