କାମରେ ଆସୁନି ଡାଇଭର୍ସନ ରାସ୍ତା

ଡାବୁଗାଁ,୧।୮(ଡି.ଏନ୍‌.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରୁ ୨୦୦ ମିଟର ଦୂର ୩୯ ନଂ ରାଜ୍ୟ ରାଜପଥର ଅଙ୍ଗୀ ନଦୀ ଉପରେ ପୂର୍ତ୍ତ ବିଭାଗ ତରଫରୁ ଚାଲିଛି ପୋଲ ନିର୍ମାଣ। ଲୋକମାନଙ୍କ ଯାତାୟାତ ପାଇଁ ପକ୍କା ଡାଇଭର୍ସନ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗର ଟେଣ୍ଡରରେ ନିୟମ ରହିଛି । ପକ୍କା ଡାଇଭର୍ସନ ନକରି ଠିକାଦାର ନଦୀ ଗର୍ଭରେ ମାଟି ପକାଇ ଏହା ତିଆରି କରିଛନ୍ତି। ଯାହାକି ସ୍ଥାୟୀ ଭାବେ ରହୁନାହିଁ । ସ୍ବଳ୍ପ ବର୍ଷା ହେଲେ ଧୋଇ ହୋଇଯାଉଛି । ୩ ଦିନ ହେଲା ଲଗାଣ ବର୍ଷାରେ ଡାଇଭର୍ସନ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଡାଇଭର୍ସନକୁ ଲାଗି ଅଙ୍ଗୀ ନଦୀ ପୋଲ ନିର୍ମାଣର ଶେଷ ପର୍ଯ୍ୟାୟରେ ପୋଲକୁ ସଂଯୋଗ କରୁଥିବା ଆପ୍ରୋଚ ରୋଡ ୨୦ ରୁ ୨୫ ଫୁଟ ଉଚ୍ଚତା ରହିଛି । ଏଥିରେ ମୋରମ ପରିବର୍ତ୍ତେ ବାଲିଆ ମାଟି ପକାଯାଇଥିବାରୁ ବର୍ଷା ହେଲେ ଧୋଇ ହୋଇ ଡାଇଭର୍ସନ ରାସ୍ତା ଉପରକୁ ଆସି ମାଟି ଜମା ହେଉଛି । ଉକ୍ତ ରାସ୍ତା ଉମରକୋଟ, ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ସମେତ ଛତିଶଗଡକୁ ସଂଯୋଗ କରୁଛି ।ଡାଇଭର୍ସନ ରାସ୍ତା ଏଭଳି ତିଆରି ହୋଇଛି ଯେ ଗୋଟିଏ ପାର୍ଶ୍ୱରୁ ଗାଡି ଚଳାଚଳ ହେଲେ ବିପରୀତ ଦିଗରୁ ଆସୁଥିବା ଗାଡି ଗୁଡିକ ଦେଖାଯାଉନାହିଁ । ୨ ପାର୍ଶ୍ୱରୁ ଗାଡିମୋଟର ଆସି ସିଧାସଳଖ ନଦୀର ପୁରୁଣା ପୋଲ ଉପରେ ସାମ୍ନାସାମ୍ନି ହେଉଛନ୍ତି । ଏହି ଡାଇଭର୍ସନ ରାସ୍ତା ଦେଇ ଉମରକୋଟ, ଡାବୁଗାଁ ପଟୁ ବସ, ଟ୍ରକ ଓ ଛୋଟଛୋଟ ଗାଡି ମୋଟର ନବରଙ୍ଗପୁର ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଗାଡି ଦେଖାଯାଉନାର୍ହି। ଯାହା ଫଳରେ ଦୁର୍ଘଟଣାର ସାମ୍ନା ହେବାକୁ ପଡୁଛି। ଡାବୁଗାଁରେ ପୂର୍ତ୍ତ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ଥାଇ ମଧ୍ୟ ବିଭାଗୀୟ ଅଧିକାରୀମାନେ ନବରଙ୍ଗପୁର ଏବଂ ଜୟପୁର ଠାରୁ ୭ ଦିନରେ ଥରେ ଆସୁଛନ୍ତି। କାର୍ଯ୍ୟର ତଦାରଖ ଯନ୍ତ୍ରୀ କିଭଳି କରୁଛନ୍ତି ତାହା ଉକ୍ତ ଡାଇଭର୍ସନ ରାସ୍ତାକୁ ଦେଖିଲେ ଜଣାପଡୁଛି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri