କାଠଗଡ଼ାରେ ଋଣପ୍ରଦାନକାରୀ,ଆୟକର ବିଭାଗ; କ୍ୟାଫେ କଫି ଡେ ମାଲିକ ଭି.ଜି.ସିଦ୍ଧାର୍ଥ ନିଖୋଜ

ନୂଆଦିଲ୍ଲୀ,୩୧-୭: କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ପ୍ରତିଷ୍ଠାତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌.କ୍ରିଷ୍ଣାଙ୍କ ଜ୍ୱାଇଁ ଭି.ଜି.ସିଦ୍ଧାର୍ଥ ସୋମବାର ରାତିରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଖୋଜାଖୋଜି କରିବା ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଥିବା ବେଳେ ସେ ଆମତ୍ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ନିଖୋଜ ହେବା ପଛରେ ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ଓ ଶେୟାରଧାରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ତାଙ୍କର ଶେଷ ପତ୍ରକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କୁ ଋଣପ୍ରଦାନକାରୀ ଓ ଆୟକର ବିଭାଗ କ୍ରମାଗତ ଚାପ ପକାଇ ଚାଲିଥିଲେ ବୋଲି ସିଦ୍ଧାର୍ଥ ତାଙ୍କ ପତ୍ରରେ ଦର୍ଶାଇଛନ୍ତି। ଏହି ଚାପକୁ ସେ ଆଉ ସହିପାରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ତାଙ୍କର ଏହି ପତ୍ର ଆୟକର ବିଭାଗ ଓ ଋଣପ୍ରଦାନକାରୀଙ୍କୁ କାଠଗଡାରେ ଛିଡା କରିଛି।
କଫି କିଙ୍ଗ ଭାବେ ପରିଚିତ ସିଦ୍ଧାର୍ଥଙ୍କୁ ସୋମବାର ରାତିରେ ବେଙ୍ଗାଲୁରୁରୁ ମଙ୍ଗଲୁରୁ ଯାଉଥିବା ବେଳେ ଦକ୍ଷିଣ କନ୍ନଡ ଜିଲ୍ଲାର କୋଟେପୁରା ଅଞ୍ଚଳରେ ଅବସ୍ଥିତ ନେତ୍ରାବତୀ ନଦୀ ପୋଲ ଉପରେ ଶେଷ ଥର ପାଇଁ ଦେଖାଯାଇଥିଲା। ଡ୍ରାଇଭରଙ୍କ କହିବାନୁଯାୟୀ କୌଣସି ବ୍ୟକ୍ତିଙ୍କ ସହ ଫୋନରେ ଆଲୋଚନା କରୁଥିବା ବେଳେ ଗାଡ଼ିରୁ ଓହ୍ଲାଇ ବୁଲିବାକୁ ଯାଉଛନ୍ତି କହି ସେ ଆଗକୁ ବଢ଼ିଥିଲେ। ଏହାପରେ ଡ୍ରାଇଭର ତାଙ୍କର ଆଉ କୌଣସି ଖୋଜ ଖବର ନ ପାଇଁ ଘରକୁ ଫେରିବା ପୂର୍ବରୁ ସମସ୍ତଙ୍କୁ ଜଣାଇଥିଲେ। ଚାପଗ୍ରସ୍ତ ସିଦ୍ଧାର୍ଥ ନଦୀକୁ ଡେଇଁ ଆମତ୍ହତ୍ୟା କରିଛନ୍ତି ବୋଲି ପୋଲିସ ଆଶଙ୍କାବ୍ୟକ୍ତ କରିଛି। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଖୋଜିବା ପାଇଁ ଏନ୍‌ଡିଆର୍‌ଏଫ୍‌, କୋଷ୍ଟଗାର୍ଡ, ହୋମଗାର୍ଡ, ଅଗ୍ନିଶମ ସେବା ଓ କୋଷ୍ଟାଲ ପୋଲିସ ସହାୟତା ନିଆଯାଉଛି।
କର୍ମଚାରୀଙ୍କୁ ଭାବବିହ୍ବଳ ଚିଠି
ସିସିଡି ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥ ନିରୁଦ୍ଦିଷ୍ଟ ହେବା ପରେ ତାଙ୍କର ପତ୍ର ସାମ୍ନାକୁ ଆସିଛି। ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ଓ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏହି ପତ୍ରରେ ସେ ଦର୍ଶାଇଛନ୍ତି ଯେ, ଦୀର୍ଘ ୩୭ ବର୍ଷ ଧରି ସବୁପ୍ରକାର ଚେଷ୍ଟା ସତ୍ତ୍ୱେ ସେ ଏକ ଲାଭଜନକ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାରେ ବିଫଳ ହୋଇଛନ୍ତି। ନିଜ କମ୍ପାନୀ ପାଇଁ ସେ ସବୁକିଛି କଷ୍ଟ ସହିଛନ୍ତି। ତେବେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ବ୍ୟକ୍ତିମାନଙ୍କୁ ସେ ନିରାଶ କରିଥିବାରୁ ଦୁଃଖିତ ବୋଲି ସିଦ୍ଧାର୍ଥ ଲେଖିଛନ୍ତି। ଆଉ ଚାପ ସହିପାରିବି ନାହିଁ ବୋଲି ଉଲ୍ଲେଖ କରି ସେ ଲେଖିଛନ୍ତି ଯେ, କିଛି ମାସ ପୂର୍ବେ ଜଣେ ଋଣପ୍ରଦାନକାରୀ ତଥା ଘରୋଇ ଇକ୍ୟୁଟି ପାର୍ଟନର ଶେୟାର କିଣିବା ଲାଗି ତାଙ୍କୁ ବାଧ୍ୟ କରିଥିଲେ। ଜଣେ ବନ୍ଧୁଙ୍କ ଠାରୁ ପ୍ରଚୁର ଅର୍ଥ ଆଣି ସେ ଶେୟାର କିଣିଥିଲେ। ତେବେ ଅନ୍ୟ ଋଣପ୍ରଦାନକାରୀ ମଧ୍ୟ ସମାନ ଦାବି ଜଣାଇଛନ୍ତି। ଏହାଛଡ଼ା ଆୟକର ବିଭାଗର ଜଣେ ପୂର୍ବତନ ଡିଜି ତାଙ୍କୁ ଅଯଥା ହଇରାଣ ହରକତ କରିଛନ୍ତି। ସଂଶୋଧିତ ରିଟର୍ନ ଦାଖଲ କରିବା ସତ୍ତ୍ୱେ ମାଇଣ୍ଡଟ୍ରି ସହ ୨ ଥର ଚୁକ୍ତି କରିବାକୁ ଉଦ୍ୟମ କରି ସେ ବିଫଳ ହୋଇଥିଲେ। କାରଣ ଆୟକର ଡିଜି ତାଙ୍କ କମ୍ପାନୀ ଶେୟାରକୁ ଜବତ କରି ଏହାକୁ ପ୍ରତିଥର ରୋକିଥିଲେ। ଫଳରେ ସେ ନଗଦ ସଙ୍କଟର ସାମ୍ନା କରିଥିଲେ। ସେ ତାଙ୍କର ସମସ୍ତ ଆର୍ଥିକ କାରବାର ନିଜେ କରୁଥିଲେ। ଏ ସମ୍ପର୍କରେ ବୋର୍ଡ, କର୍ମଚାରୀ ଏପରିକି ପରିବାର ସଦସ୍ୟଙ୍କୁ ଲୁଚାଇଥିଲେ ବୋଲି ଦର୍ଶାଇ ସିଦ୍ଧାର୍ଥ ଏଥିପାଇଁ ସେ ଆଇନ ଦୃଷ୍ଟିରୁ ନିଜେ ହିଁ ଦାୟୀ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କର ସମସ୍ତ ସମ୍ପତ୍ତି ସମ୍ପର୍କରେ ପତ୍ରରେ ଜଣାଇ ବକେୟା ଋଣ ଏହାଦ୍ୱାରା ପରିଶୋଧ ହୋଇଯିବ ବୋଲି ଦର୍ଶାଇଛନ୍ତି।
ସ୍ବାକ୍ଷରକୁ ନେଇ ଆୟକର ବିଭାଗର ସନ୍ଦେହ
ସିଦ୍ଧାର୍ଥଙ୍କ ପତ୍ର ଉପରେ ଆୟକର ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ସେ ମାର୍ଚ୍ଚ ୧୮ରେ ୧୦ ଟଙ୍କାର ଫେସ୍‌ ଭାଲ୍ୟୁରେ ୯୮୦ ଟଙ୍କା ପ୍ରତି ଶେୟାର ମୂଲ୍ୟରେ ସଫ୍ଟଓ୍ବେୟାର କମ୍ପାନୀ ମାଇଣ୍ଡଟ୍ରିରେ ଥିବା ତାଙ୍କର ମୋଟ ୨୦ ପ୍ରତିଶତ ଶେୟାରକୁ ମୁମ୍ବାଇର ଲାର୍ସେନ ଆଣ୍ଡ ଟୁବ୍‌ରୋ(ଏଲ୍‌ଆଣ୍ଡଟି)କୁ ବିକ୍ରି କରିଦେଇଥିଲେ। ୨୦୧୭ ସେପ୍ଟେମ୍ବରରେ ଆୟକର ବିଭାଗ ପକ୍ଷରୁ ତାଙ୍କ ଅଫିସ୍‌ରେ ଚଢ଼ାଉ କରାଯାଇଥିଲା। ସିଦ୍ଧାର୍ଥଙ୍କ ଅଭିଯୋଗର ଜବାବରେ ଆୟକର ବିଭାଗ କହିଛି ଯେ, ଚଢ଼ାଉ ଓ ଖାନତଲାସ କରାଯିବା ପରେ ବଳିଷ୍ଠ ପ୍ରମାଣ ଭିତ୍ତିରେ ତାଙ୍କ କମ୍ପାନୀର ଶେୟାରକୁ ଜବତ କରାଯାଇଥିଲା। ଏଥିପାଇଁ ସମ୍ପୂର୍ଣ୍ଣ ଆଇନଗତ ପ୍ରକ୍ରିୟା ପାଳନ କରାଯାଇଛି। ମାଇଣ୍ଡଟ୍ରି ଶେୟାର ବିକି ସିଦ୍ଧାର୍ଥ ୩୩୦୦ କୋଟି ଟଙ୍କା ପାଇଥିବା ବେଳେ ଆୟକର ବାବଦରେ ମାତ୍ର ୪୬ କୋଟି ଟଙ୍କା ଦେଇଥିଲେ। କିନ୍ତୁ ସର୍ବନିମ୍ନ ଆୟକର ବାବଦରେ ତାଙ୍କୁ ୩୦୦ କୋଟି ଟଙ୍କା ଦେବାର ଥିଲା। ତେବେ ସିଦ୍ଧାର୍ଥଙ୍କ ସ୍ବାକ୍ଷରକୁ ନେଇ ଆୟକର ବିଭାଗ ସନ୍ଦେହ ପ୍ରକାଶ କରିଛି। କାରଣ ଏହା ନିକଟରେ ଥିବା ତାଙ୍କର ସ୍ବାକ୍ଷର ସହ ପତ୍ରରେ ଥିବା ସ୍ବାକ୍ଷର ମେଳ ଖାଉନି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଷ୍ଟକ୍‌ ମାର୍କେଟକୁ ସୂଚନା
ସିସିଡି ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ନିଖୋଜ ସମ୍ପର୍କରେ କମ୍ପାନୀ ପକ୍ଷରୁ ଷ୍ଟକ୍‌ ମାର୍କେଟକୁ ଜଣାଇ ଦିଆଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛିି ଯେ, ଅଦ୍ୟାବଧି ଯୋଗ୍ୟ ନେତୃତ୍ୱ ଅଧୀନରେ ଏହା ଚାଲିଛି। ଏହି ଟିମ୍‌ ଭବିଷ୍ୟତରେ ତା’ର କାମ କରିଦେଖାଇବ। ସିଦ୍ଧାର୍ଥଙ୍କ ନିଖୋଜ ହେବା ଖବର ପ୍ରଚାରିତ ହେବା ପରେ କାଫେ କଫି ଡେ ଏଣ୍ଟରପ୍ରାଇଜେସ୍‌ ଶେୟାର ମୂଲ୍ୟ ୨୦% ଲୋୟର ସର୍କିଟ ଛୁଇଁଥିଲା। ଏହା ୫୨ ସପ୍ତାହର ସର୍ବନିମ୍ନ ସ୍ତର ୧୫୪.୦୫ ଟଙ୍କା ପ୍ରତି ଶେୟାରରେ ପହଞ୍ଚତ୍ୟାଇଛି।
୫ ଲକ୍ଷରୁ କୋଟିପତି ବ୍ୟବସାୟୀ
କର୍ନାଟକର ଚିକମଙ୍ଗଲୁରରେ ଜନ୍ମିତ ସିଦ୍ଧାର୍ଥଙ୍କ ପରିବାର କଫି ଚାଷ ସହ ଜଡ଼ିତ। ପରିବାର ନିକଟରେ ୧୫ ହଜାର ଏକର କଫି ବଗିଚା ରହିଛି। ତେବେ ଉତ୍ତରାଧିକାରୀ ସୂତ୍ରରେ ମିଳିଥିବା ସମ୍ପତ୍ତିର ସହାୟତା ନ ନେଇ ସେ ତାଙ୍କର କଫି ଚେନ୍‌ ସୃଷ୍ଟି କରିଥିଲେ। ମେଙ୍ଗାଲୁରୁ ୟୁନିଭର୍ସିିଟିରୁ ଇକୋନୋମିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ମୁମ୍ବାଇରେ ପହଞ୍ଚତ୍ଥିଲେ। ଜେଏମ ଫାଇନାନ୍ସିଆଲ ସର୍ଭିସେସ୍‌ରେ ମ୍ୟାନେଜମେଣ୍ଟ ଟ୍ରେନି ଭାବେ କାର୍ଯ୍ୟାରମ୍ଭ କରିଥିଲେ। ସେହିଠାରୁ ଶେୟାର ମାର୍କେଟ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ତେବେ ବେଶି ଦିନ ଚାକିରି ନ କରି ସେ ମୁମ୍ବାଇରୁ ମାଙ୍ଗାଲୋର ଫେରି ଆସିଥିଲେ। ପିତାଙ୍କ ଠାରୁ ମାତ୍ର ୫ ଲକ୍ଷ ଟଙ୍କା ନେଇ ସେ ନିଜର ବ୍ୟବସାୟ ଆରମ୍ଭ କରି ପରେ କୋଟିପତି ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ସେ ବ୍ୟବସାୟିକ କ୍ୟାରିୟର ଆରମ୍ଭରେ ସିବାନ ସିକ୍ୟୁରିଟିଜ ନାମରେ ଫାଇନାନ୍ସିଆଲ କମ୍ପାନୀ ଖୋଲିିଥିଲେ। ପରେ ଏହାର ନାମ ଓ୍ବେ୨ଓ୍ବେଲ୍‌ଥ ସିକ୍ୟୁରିଟିଜ ରଖାଯାଇଥିଲା। ଏହା ଦେଶର ବଡ଼ ଫାଇନାନ୍ସିଆଲ ଏବଂ ଷ୍ଟକ୍‌ ବ୍ରୋକିଂ କମ୍ପାନୀ ହୋଇଥିଲା। ଏହାପରେ ସେ କର୍ନାଟକରେ କଫି ଚେନ୍‌ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ। କଫି କିଙ୍ଗ ଭାବେ ସେ ପ୍ରସିଦ୍ଧି ଲାଭ କରିଥିଲେ। ଆଜି ତାଙ୍କ ନିକଟରେ ୧୭୫ କ୍ୟାଫେର ଚେନ୍‌ ରହିଥିବା ବେଳେ ୬୦ ହଜାରରୁ ଊର୍ଦ୍ଧ୍ୱ ଭେଣ୍ଡିଂ ମେଶିନ ରହିଛି। ଏହାଛଡ଼ା ଅଷ୍ଟ୍ରିଆ, କରାଚୀ, ଦୁବାଇ ଓ ଚେକ୍‌ ରିପବ୍ଲିକ୍‌ରେ ତାଙ୍କ କମ୍ପାନୀର ଆଉଟଲେଟ୍‌ ରହିଛି। କଫି ଛଡ଼ା ସେ ମାଇଣ୍ଡଟ୍ରି, ଗ୍ଲୋବାଲ ଟେକ୍ନୋଲୋଜି ଭେଞ୍ଚର୍ସ ଲିମିଟେଡ, ଡାର୍କ ଫରେଷ୍ଟ ଫର୍ନିଚର କମ୍ପାନୀ, ସିକାଲ ଲଜିଷ୍ଟିକ୍ସରେ ମଧ୍ୟ ସେ ନିବେଶ କରିଥିଲେ। ସେ ୩ ହଜାର ଜମିରେ କଦଳୀ ଚାଷ କରି ବିଦେଶକୁ କଦଳୀ ରପ୍ତାନି କରୁଥିଲେ।
ଭାରତ ଲାଇସେନ୍ସ ରାଜ୍‌ରୁ ଇନ୍ସପେକ୍ଟର ରାଜ୍‌ରେ ବଦଳି ଯାଇଛି
ଭି.ଜି.ସିଦ୍ଧାର୍ଥଙ୍କ ନିଖୋଜ ପାଇଁ ଆୟକର ବିଭାଗକୁ ଦାୟୀ କରାଯାଉଥିବା ବେଳେ ନିଜ ପ୍ରତିକ୍ରିୟାରେ ବାୟୋକନ ମୁଖ୍ୟ କିରଣ ମଜୁମଦାର ସ’ କହିଛନ୍ତି ଯେ, ଭାରତ ବର୍ତ୍ତମାନ ଲାଇସେନ୍ସ ରାଜ୍‌ରୁ ଇନ୍ସପେକ୍ଟର ରାଜ୍‌କୁ ବଦଳି ଯାଇଛି। ଏହାକୁ ନେଇ ସମସ୍ତେ ଚିନ୍ତିତ। ଭାରତକୁ ସ୍ବଚ୍ଛ କରିବାକୁ ଉଦ୍ୟମ ହେଉଛି। ତେବେ ଏହାକୁ ପର୍ଯ୍ୟାୟକ୍ରମେ କରାଯିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri