କାଚ ଓ ବାତ୍ୟା ପରବର୍ତ୍ତୀ ବିଭୀଷିକା

”ଭଂଗା କାଚକୁ ସଂଗ୍ରହ
କରିବା, ସଫା କରିବା ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ନେଇ କେଉଁଠାରେ ପକାଇବା କାଠିକର ପାଠ। ଏହି ଆବର୍ଜନାଟି ସହଜରେ ବର୍ଷ ବର୍ଷ ଧରି ମାଟିରେ ମିଶେନାହିଁ କିମ୍ବା ବିଘଟିତ ହୁଏନାହିଁ। ଫଳରେ ପରେ ଗୁରୁତର ପରିବେଶଜନିତ ପ୍ରଦୂଷଣର ମୁଖ୍ୟାଂଶ ହୋଇଥାଏ। ଗାଡ଼ିଟିଏ ରାସ୍ତାରେ ଧକ୍କା ହେବା ଦ୍ୱାରା ଗାଡ଼ିର କାଚ ଗୁଣ୍ଡ ହୋଇ ରାସ୍ତାସାରା ମୋତି ଗୁଣ୍ଡ ପରି ଚିକ୍‌ ଚିକ୍‌ ଦେଖାଯାଏ। ଅନ୍ୟ ଛୋଟମୋଟ ଗାଡ଼ି ଚକରେ ପଶି କଣା କରାଏ। ସାଇକେଲ ଲିକ୍‌ ହୁଏ, ପାଦରେ ପଶିଥାଏ। ଏପରି କି ଚପଲ ଓ ଜୋତା ଫୁଟାଇବା ଫଳରେ ଅନ୍ୟ ଆଘାତ ଅପେକ୍ଷା କାଚଜନିତ କ୍ଷତ ଅଧିକ ସଂକ୍ରମଣ ଘଟାଇଥାଏ।“

କାଚର ଆବିଷ୍କାର ଚାଇନା ଦେଶରେ ହୋଇଥିଲା। କାଚର ଗୋଟିଏପଟେ ପ୍ରଲେପ ଲଗାଇ ମଣିଷ ନିଜର ପ୍ରତିଛବି ଏଥିରେ ଦେଖିପାରିଲା ‘କାଚ’ ଆଲୋକ ପାଇଁ ପ୍ରତିବନ୍ଧକ ନ ଥିବାରୁ ଏହା ମଧ୍ୟଦେଇ ଆଲୋକ ଯାଇପାରେ। କାଚକୁ ବିଭିନ୍ନ ପ୍ରକାରର ରାସାୟନିକ ଓ ପ୍ରଲେପ ମାଧ୍ୟମରେ ଗୋଟିଏପଟେ ଆଲୋକ ପ୍ରତିରୋଧ ଓ ଅନ୍ୟ ଗୋଟିଏ ପଟେ ଆଲୋକାଭିମୁଖୀ କରାଯାଇପାରୁଛି ଓ ବିଭିନ୍ନ ରଙ୍ଗର ସୁଦୃଶ୍ୟ କାଚମାନ ଗଢ଼ା ଯାଇପାରୁଛି।
ଏବେ ଘର ତିଆରି ଓ ପରବର୍ତ୍ତୀ ଘରମୁଦା ପାଇଁ କାଚ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ଘରକୁ ସୁଦୃଶ୍ୟମାନ କରିବା ସହିତ ଆଲୋକ ସଞ୍ଚାଳନ ପାଇଁ ବ୍ୟବହାର କରାଯାଇଥାଏ। ଅନେକ ଥାକ, ଆଲମାରୀ ଓ ର଼୍ୟାକ୍‌ମାନଙ୍କରେ ବିଭିନ୍ନ କାଚ ଲଗାଯାଇଥାଏ।
ମାତ୍ର ଏବେ ଘଟିଯାଇଥିବା ”ଅତ୍ୟନ୍ତ ମହାବାତ୍ୟା ଫନୀ“ର ତାଣ୍ଡବଲୀଳା ଓ ପ୍ରଳୟ ପରେ ଜଣାପଡ଼ିଛି ଯେ ‘କାଚ’ କେତେ କ୍ଷତିକାରକ ଓ ଅସ୍ବାସ୍ଥ୍ୟକର। ପ୍ରଚଣ୍ଡ ପବନ ମାଡ଼ରେ ତାହାସବୁ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଇଛି। ଘର ଦ୍ୱାର, ବାହାର, ଗାଡ଼ି, ଝରକା, କବାଟ, ପାର୍ଟିସନ୍‌ ଓ ପ୍ରବେଶକକ୍ଷ ସବୁ କାଚ ଭାଙ୍ଗି ଗୁଣ୍ଡହୋଇ ପାହାଡ଼ ପରି ଜମା ହୋଇଛି। ଏହା ବହୁତଳ ପ୍ରାସାଦ ପାଇଁ ଅନେକ କ୍ଷତିସାଧନ କରିଛି। ଯଦିଓ କାଚ ପାଇଁ କୌଣସି ବ୍ୟକ୍ତି ମରିନାହାନ୍ତି ତଥାପି ମରିଯିବା ମଧ୍ୟ ଅସମ୍ଭବ ନୁହେଁ। ତା’ର ତୀକ୍ଷ୍ନ ଧାର ଅତି ସହଜରେ ଖଣ୍ଡା ଓ ଛୁରି ପରି କ୍ଷତ କରିପାରେ, ଫୁଟାଇ ଦେଇପାରେ।ସେହିସବୁ ଭଂଗା କାଚକୁ ସଂଗ୍ରହ କରିବା, ସଫା କରିବା ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ନେଇ କେଉଁଠାରେ ପକାଇବା କାଠିକର ପାଠ। ଏହି ଆବର୍ଜନାଟି ସହଜରେ ବର୍ଷ ବର୍ଷ ଧରି ମାଟିରେ ମିଶେନାହିଁ କିମ୍ବା ବିଘଟିତ ହୁଏନାହିଁ। ଫଳରେ ପରେ ଗୁରୁତର ପରିବେଶଜନିତ ପ୍ରଦୂଷଣର ମୁଖ୍ୟାଂଶ ହୋଇଥାଏ। ଗାଡ଼ିଟିଏ ରାସ୍ତାରେ ଧକ୍କା ହେବା ଦ୍ୱାରା ଗାଡ଼ିର କାଚ ଗୁଣ୍ଡ ହୋଇ ରାସ୍ତାସାରା ମୋତି ଗୁଣ୍ଡ ପରି ଚିକ୍‌ ଚିକ୍‌ ଦେଖାଯାଏ। ଅନ୍ୟ ଛୋଟମୋଟ ଗାଡ଼ି ଚକରେ ପଶି କଣା କରାଏ। ସାଇକେଲ ଲିକ୍‌ ହୁଏ, ପାଦରେ ପଶିଥାଏ। ଏପରି କି ଚପଲ ଓ ଜୋତା ଫୁଟାଇବା ଫଳରେ ଅନ୍ୟ ଆଘାତ ଅପେକ୍ଷା କାଚଜନିତ କ୍ଷତ ଅଧିକ ସଂକ୍ରମଣ ଘଟାଇଥାଏ। ଏଥିଲାଗି ଆମକୁ ଅଧିକ ସତର୍କତା ଗ୍ରହଣ କରିବାକୁ ପଡ଼ିବ। ଘରେ, କବାଟରେ, ଝରକାରେ, ର଼୍ୟାକ୍‌, ଶୋ’କେସ୍‌ରେ ଯଥାସମ୍ଭବ କମ୍‌ କାଚ ଲଗାଇବା। ନଚେତ ଫାଇବର ଲଗାଇବା। ପ୍ରବେଶ ପଥରେ ମଧ୍ୟ ସେହିପରି କାଚ ଲଗାଇବା ଉଚିତ। ବହୁତଳ ପ୍ରାସାଦର ଝରକାକୁ ଷ୍ଟିଲ୍‌ ଜାଲି ଲଗାଇଯାଇପାରେ, ଫାଇବର ଉଡ ମଧ୍ୟ ଲଗାଯାଇପାରେ।
ପବନର ସାଧାରଣ ଗତିପଥ ଓ ବାତ୍ୟାର ଗତିପଥ ଜାଣିପାରିଲେ ସେଥିପାଇଁ କାଚ ଘର ଓ କବାଟର ଠିକ୍‌ ନିର୍ଦ୍ଧାରଣ କରିବା ଯଥାର୍ଥ ଅଟେ। କାଚର ପୃଷ୍ଠକୁ ସଫା କରିବାବେଳେ ସତର୍କତା ଅବଲମ୍ବନ କରିବା ମଧ୍ୟ ଦରକାର। ଅଧା ଭଙ୍ଗା କାଚର ଚିଜ ଘରେ ନ ରଖି ପକେଇଦେବା ଉଚିତ ଓ ଟେବୁଲର ଧାର ନ ରଖି ଓ୍ବାଲ୍‌ କଡକୁ ରଖାଯିବା ଠିକ୍‌। ତୈଳାକ୍ତ ହାତରେ, ଲାଜୁଆପଦାର୍ଥ ଲାଗିଥିଲେ ଓ ସର୍ଫ କିମ୍ବା ଡିଟରଜେଣ୍ଟ ବା ଡିସ୍‌ଇନ୍‌ଫେକ୍ଟାଣ୍ଟ୍‌ରେ ଧୋଇବାବେଳେ ମଧ୍ୟ ଏହାସବୁ ଖସୁଡ଼ିଯାଇ ଭାଙ୍ଗିଯାଇଥାଏ। ସେଥିଲାଗି ସତର୍କତା ଜରୁରୀ।
କ୍ଷତ ହେଲେ ପ୍ରଥମେ ପରିଷ୍କାର କରି ରକ୍ତକ୍ଷରଣ ବନ୍ଦ କରିବା ଦରକାର। କ୍ଷତ ଅଳ୍ପ ହୋଇଥିଲେ ପ୍ରେସର ବ୍ୟାଣ୍ଡେଜ୍‌ରେ ବନ୍ଦ ହୁଏ। ବଡ଼ ଓ ଦୀର୍ଘ ହୋଇଥିଲେ ଷ୍ଟିଚ୍‌ ପଡ଼େ, ଟି.ଟି. ଦିଆଯାଏ, କ୍ଷତମଲମ ଓ ଆଣ୍ଟିବାୟୋଟିକ୍‌ ମଧ୍ୟ ସାତଦିନ ଯାଏ ନେବାକୁ ପଡ଼େ। ଏହାସହିତ ସର୍ତକତାର ସହିତ ମଧ୍ୟ ଚଳିବାକୁ ପଡ଼େ।
ପ୍ରବାଦ ଅଛି ”କାଚଘରେ ରହୁଥିବା ଲୋକେ ପର ଘରକୁ ଟେକା ପକେଇବା ଅନୁଚିତ“। ମାତ୍ର କାଚ ଘର ଯେ ବାତ୍ୟା ସମୟରେ ଏକ ପ୍ରାଣଘାତକ ବିପଦ ତାକୁ ସମସ୍ତଙ୍କୁ ମନେରଖି କାର୍ଯ୍ୟ କରିବାକୁ ପଡ଼ିବ।

ଡ. ରାମଚନ୍ଦ୍ର ରାଉତ

-ଗୋପାଳପୁର, ହରିହର ଭେଟ, ବାଙ୍କୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri