Posted inଖେଳ

୭ ମିନିଟ୍‌ରେ ହୋଇଥିଲେ କୋଚ୍‌

ନୂଆଦିଲ୍ଲୀ,୧୫ା୬ (ପି.ଟି.)-ଗ୍ୟାରୀ କର୍ଷ୍ଟେନଙ୍କର କୋଚ୍‌ ହେବାଲାଗି ଆଦୌ ଆଗ୍ରହ ନ ଥିଲା। ଏହି ପଦବୀ ପାଇଁ ସେ କେବେ ଆବେଦନ ମଧ୍ୟ କରି ନ ଥିଲେ। ମାତ୍ର କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କ ଉଦ୍ୟମ ଯୋଗୁ ତାଙ୍କୁ ୭ ମିନିଟ୍‌ରେ ହାଇପ୍ରୋଫାଇଲ ଭାରତୀୟ କ୍ରିକେଟ ଦଳର କୋଚ ପଦବୀରେ ନିଯୁକ୍ତି ମିଳିଯାଇଥିଲା। ‘କ୍ରିକେଟ କଲେକ୍ଟିଭ୍‌’ ଶୀର୍ଷକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପୂର୍ବକ ତାଙ୍କ ଜୀବନର କେତେକ ସ୍ମରଣୀୟ କଥା ଉପସ୍ଥାପନ ବେଳେ କର୍ଷ୍ଟେନ ଏକଥା ପ୍ରକାଶ କରିଛନ୍ତି। ଗାଭାସ୍କର ଥିଲେ କୋଚ୍‌ ସିଲେକ୍ସନ ପ୍ୟାନେଲର ଅଂଶବିଶେଷ। ସାକ୍ଷାତ୍‌କାର ପାଇଁ ଇମେଲ ଜରିଆରେ ତାଙ୍କଠାରୁ ଯେତେବେଳେ ଆମନ୍ତ୍ରଣ ପତ୍ର ପାଇଲି ମୁଁ ବିଶ୍ୱାସ କରିପାରିଲି ନାହିଁ। ଭାବିଲି ଏହା ଏକ ପ୍ରକାର ଜୋକ୍‌। ତେଣୁ ମୁଁ ଜବାବ ଦେଲି ନାହିଁ। ଗାଭାସ୍କର ମୋ ପାଖକୁ ଆଉ ଥରେ ଇ-ମେଲ କରିଥିଲେ। ଆପଣ ସାକ୍ଷାତ୍‌କାରକୁ ଆସୁଛନ୍ତି କି ନା ବୋଲି ପ୍ରଶ୍ନ କରିଥିଲେ। ଇ-ମେଲଟିକୁ ମୁ ମୋ ସ୍ତ୍ରୀଙ୍କୁ ଦେଖାଇଲି। ସେ କହିଥିଲେ ବୋଧହୁଏ ସେମାନେ ଭୁଲ୍‌ରେ ତୁମ ନିକଟକୁ ଏହି ଇମେଲ ପଠାଇଦେଇଛନ୍ତି। ସେତେବେଳକୁ ମୋର କୌଣସି କୋଚିଂ ଅଭିଜ୍ଞତା ନ ଥିବାରୁ ମୁଁ ସାକ୍ଷାତ୍‌କାରକୁ ଯିବି କି ନା ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲି। ତଥାପି ମୁଁ ଭାରତ ଯାଇଥିଲି। ସେଠାରେ ତତ୍‌କାଳୀନ ଭାରତ ଅଧିନାୟକ ଅନିଲ କୁମ୍ବଲେଙ୍କ ସହିତ ମୋର ଭେଟ ହୋଇଥିଲା। କୁମ୍ବଲେ ମୋତେ ହସି ହସି ପଚାରିଥିଲେ ଆପଣଙ୍କର ଏଠାରେ କି କାମ ଅଛି। ଜବାବରେ ମୁଁ କହିଥିଲି ତୁମ କୋଚ୍‌ ହେବା ଲାଗି ଏକ ସାକ୍ଷାତ୍‌କାରରେ ଭାଗ ନେବାଲାଗି ଆସିଛି। ଏହା ଏକ ପ୍ରକାର ଜୋକ୍‌ ଥିଲା। ଆମେ ଉଭୟେ ହସି ପକାଇଥିଲୁ। ମାତ୍ର ୭ମିନିଟ୍‌ ସାକ୍ଷାତ୍‌କାରରେ ମୋତେ କୋଚ୍‌ ପଦବୀ ମଳିଯାଇଥିଲା। କର୍ଷ୍ଟେନଙ୍କର ଯଦିଓ କୌଣସି କୋଚିଂ ଅଭିଜ୍ଞତା ନ ଥିଲା, ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାରତ ୨୦୦୯ରେ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଉଠିବା ସହ ଏହାର ଦୁଇ ବର୍ଷ ପରେ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri