Posted inଖେଳ

କର୍ତ୍ତବ୍ୟ ପରାୟଣ ଯୋଗୀନ୍ଦର ଶର୍ମାଙ୍କୁ ଆଇସିସିର ପ୍ରଶଂସା

ନୂଆଦିଲ୍ଲୀ,୨୯।୩(ପି.ଟି.)-୨୦୦୭ ଟି୨୦ ବିଶକପ୍‌ ହିରୋ ପୂର୍ବତନ ଭାରତୀୟ କ୍ରିକେଟର ତଥା ପୋଲିସ୍‌ ଅଧିକାରୀ ଯୋଗୀନ୍ଦର ଶର୍ମାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଭୂୟିୟସୀ ପ୍ରଶଂସା କରିଛି। ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ଯୋଗୀନ୍ଦର ଦେଶରେ ଦେଖାଦେଇଥିବା କରୋନ ଭାଇରସ୍‌ ସଂକ୍ରମଣ ବିରୋଧରେ ପୂରା ସମର୍ପିତ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ତାଙ୍କର କର୍ତ୍ତବ୍ୟନିଷ୍ଠା ଆଇସିସି ଦ୍ୱାରା ପ୍ରଶଂସିତ ହୋଇଛି।
୨୦୦୭ରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଯୋଗୀନ୍ଦର ଚତୁରତାର ସହ ବୋଲିଂ କରିଥିଲେ। ମ୍ୟାଚ୍‌ର ଅନ୍ତିମ ଓଭର ବୋଲି କରି ସେ ଭାରତକୁ ଜିତାଇଥିଲେ। ଅନ୍ତିମ ଓଭରରେ ତୃତୀୟ ବଲ୍‌ରେ ମିସ୍‌ବା ଉଲ ହକଙ୍କୁ ଆଉଟ କରିଥିଲେ ଯୋଗୀନ୍ଦର ଓ ଏଥିସହିତ ପାକିସ୍ତାନ ଅଲଆଉଟ ହୋଇଥିଲା। ଫଳରେ ଭାରତ ୫ ରନରେ ବିଜୟୀ ହୋଇ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା।
ଏହି ଘଟଣାର ୧୩ ବର୍ଷ ପରେ ଯୋଗୀନ୍ଦର ପୁଣି ଦେଶକୁ ଗର୍ବିତ କରିଛନ୍ତି। ତେବେ ଏକ ଭିନ୍ନ ପ୍ରକାର ପୃଷ୍ଠଭୂମୀରେ। ସାରା ଦେଶ ଏବେ କୋଭିଡ-୧୯ ବିରୋଧରେ ଲଢେଇ ଜାରି ରଖିଥିବା ବେଳେ ୩୬ ବର୍ଷୀୟ ଦେବୀନ୍ଦର ହରିୟାଣା ପୋଲିସ୍‌ରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ଆଇସିସି ତା’ର ଅଫିସିଲଆ ଟୁଇଟର ହ୍ୟାଣ୍ଡଲରେ ଯୋଗୀନ୍ଦରଙ୍କୁ ପ୍ରଶଂସା କରିଛି। ଏବେ ଏହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଯୋଗୀନ୍ଦର ରାସ୍ତରେ ପେଟ୍ରୋଲିଂ କରୁଥିବାର ଦେଖଯାଇଛି। ନିଜ ଦାୟିତ୍ୱକୁ ସେ ସୂଚାରୁ ରୂପେ ସମ୍ପାଦନ କରୁଛନ୍ତି। ୨୦୦୭ ପରଠାରୁ ଡିଏସ୍‌ପି ଭାବେ କାର୍ଯ୍ୟ କରିଆସୁଥିବା ୫ ଫୁଟ୍‌ ୧୧ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଯୋଗୀନ୍ଦର ୪ଟି ଲେଖାଏ ଟି୨୦ ଓ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ମଧ୍ୟ ୪୪ଟି ପ୍ରଥମ ଶ୍ରେଣୀ ଓ ୪୫ଟି ଲିଷ୍ଟ ଏ ଗେମ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri