କର୍କଟ ପଞ୍ଝାରେ ଭାରତ: ୧୦ ଜଣରେ ମୃତ୍ୟୁହାର ୭

ନୂଆଦିଲ୍ଲୀ: ଭର୍ସାଟାଇଲ୍‌ ଆକ୍ଟର ଇର୍ଫାନ ଖାନ୍‌ ଏବଂ ହଜାରେ ହୃଦୟରେ ରାଜୁତି କରୁଥିବା ଋଷି କପୁରଙ୍କ ପରଲୋକ ବଲିଉଡ୍‌କୁ ଶୋକରେ ବୁଡ଼ାଇ ଦେଇଛି। ଦୁଇଦିନରେ ଦୁଇ କଳାକାରଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସିନେପ୍ରେମୀ। ହେଲେ ଦୁଇ ଅଭିନେତାଙ୍କ ରୋଗଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଅଦ୍ଭୁତ ସଂଯୋଗ ଦେଖିବାକୁ ମିଳିଥିଲା। ଋଷି ବ୍ଲଡ୍‌ କ୍ୟାନ୍‌ସର ଏବଂ ଇର୍ଫାନ୍‌ ବ୍ରେନ୍‌ କ୍ୟାନ୍‌ସର ଭଳି ଜଟିଳ ବ୍ୟାଧିରେ ପୀଡ଼ିତ ଥିଲେ। ଉଭୟଙ୍କ ବିଦେଶ ଏବଂ ଦେଶରେ ଚିକିତ୍ସା ଚାଲିଥିଲା। ହେଲେ ଚିକିତ୍ସାର ୨ବର୍ଷ ପରେ ଦିନଟିଏ ବ୍ୟବଧାନରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି।
ଭାରତ ସମେତ ସାରା ବିଶ୍ୱରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ଜୀବନ ନେଉଛି କ୍ୟାନ୍‌ସର। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୧୮ରେ ବିଶ୍ୱବ୍ୟାପୀ ୯୬ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା କ୍ୟାନ୍‌ସର। ସେଥିରୁ ୭୦% ମୃତ୍ୟୁ ଭାରତ ଭଳି ଅନ୍ୟ ବିକାଶଶୀଳ ଏବଂ ଗରିବ ଦେଶରେ ଦେଖିବାକୁ ମିଳିଥିଲା। ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଉକ୍ତ ବର୍ଷ ୭ ଲକ୍ଷ ୮୪ ହଜାର ଭାରତୀୟ କ୍ୟାନ୍‌ସରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ, ଯାହା ମୋଟ ମୃତ୍ୟୁର ୮%।
ଜର୍ନାଲ ଅଫ୍‌ ଗ୍ଲୋବାଲ ଆକ୍ନୋଲୋଜି ପକ୍ଷରୁ ୨୦୧୭ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଭାରତରେ କ୍ୟାନ୍‌ସରଜନିତ ମୃତ୍ୟୁହାର ବିକଶିତ ରାଷ୍ଟ୍ର ତୁଳନାରେ ଦୁଇଗୁଣା। ଦେଶରେ ପ୍ରତି ୧୦ ଜଣ କର୍କଟ ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣଙ୍କ ମୃତ୍ୟୁ ଘଟିଥାଏ। ବିକଶିତ ଦେଶରେ ଏହା ୩ରୁ ୪ ମଧ୍ୟରେ ସୀମିତ। ଭାରତରେ କ୍ୟାନ୍‌ସର ଚିକିତ୍ସା କରୁଥିବା ଡାକ୍ତର ଏବଂ ବିଶେଷଜ୍ଞଙ୍କ ଅଭାବ ରହିଛି। ଏଠାରେ ଜଣେ ଡାକ୍ତରଙ୍କ କାନ୍ଧରେ ହାରାହାରି ୨୦୦୦ କର୍କଟ ଆକ୍ରାନ୍ତଙ୍କ ଚିକିତ୍ସା ଦାୟିତ୍ୱ ଥାଏ, ଯେଉଁଠି ଆମେରିକାରେ ପ୍ରତି ୧୦୦ ଜଣ ରୋଗୀଙ୍କ ଲାଗି ଜଣେ ଡାକ୍ତର ନିୟୋଜିତ ହୋଇଥାନ୍ତି। ଏହା ହିଁ ଭାରତରେ କର୍କଟ ଆକ୍ରାନ୍ତଙ୍କ ମୃତ୍ୟୁହାର ବଢ଼ାଇବାର ପ୍ରମୁଖ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଡାକ୍ତରଙ୍କ ଅଭାବ ସତ୍ତ୍ୱେ କ୍ୟାନ୍‌ସର ଚିକିତ୍ସା ଲାଗି ଭାରତରେ ଅନେକ ବଡ଼ ହସ୍ପିଟାଲ ରହିଛି। ଗଲ୍ଫ ଦେଶ ସମେତ ଆଫ୍ରିକୀୟ ଦେଶରୁ ଅନେକ ରୋଗୀ ଏଠାକୁ ଚିକିତ୍ସିତ ହେବାକୁ ଆସିଥାନ୍ତି। କାରଣ ବିକଶିତ ଦେଶ ତୁଳନାରେ ଭାରତରେ କ୍ୟାନ୍‌ସର ଚିକିତ୍ସା କମ୍‌ ବ୍ୟୟବହୁଳ। ଏହାସତ୍ତ୍ୱେ ଭାରତର ପଇସାବାଲା ଲୋକମାନେ ବିଦେଶରେ କ୍ୟାନ୍‌ସର ଚିକିତ୍ସା କରିବାକୁ ପସନ୍ଦ କରିଥାନ୍ତି। କର୍କଟ ଆକ୍ରାନ୍ତ ଋଷି କପୁର ନ୍ୟୁୟର୍କରେ ଏବଂ ଇର୍ଫାନ ଲଣ୍ଡନରେ ଚିକିତ୍ସିତ ହୋଇ ଫେରିଥିଲେ। ସେହିପରି ସୋନାଲୀ ବେନ୍ଦ୍ରେ, ମନୀଷା କୋଇରାଲା, କ୍ରିକେଟର ଯୁବରାଜ ସିଂଙ୍କ ଚିକିତ୍ସା ଆମେରିକାରେ ହୋଇଥିଲା।
ତେବେ କେତେଜଣ ବିଶେଷଜ୍ଞ ଏ ନେଇ ଭିନ୍ନ ମତ ଦେଇଛନ୍ତି। ସେମାନେ କହିଛନ୍ତି କ୍ୟାନ୍‌ସର ଚିକିତ୍ସାରେ ଭାରତ ପଛରେ ପଡ଼ିନାହିଁ। ତେବେ ଥିଲାବାଲା ଲୋକ ନିଜର ଉନ୍ନତମାନର ଚିକିତ୍ସା କରାଇବାକୁ ବିକଳ୍ପ ଖୋଜିଥାନ୍ତି। ଭାରତରେ ସମସ୍ତ ରୋଗୀଙ୍କୁ ଉଚିତ ଚିକିତ୍ସା ମିଳିପାରୁନାହିଁ। ତେଣୁ ମୃତ୍ୟୁହାରରେ ଏପରି ପାର୍ଥକ୍ୟ ଦେଖାଦେଉଥିବା ସେମାନେ ମତପୋଷଣ କରିଛନ୍ତି। ଯଦି ସବୁ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଉପଲବ୍ଧ ହୁଏ, ତେବେ ତୁଳନାତ୍ମକ ମୃତ୍ୟୁହାର ବିକଶିତ ଦେଶର ପାଖାପାଖି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri