କରୋନାକୁ ନିଷ୍କ୍ରିୟ କରିବ ପ୍ରୋଟିନ

ବେଜିଂ,୨୮ା୫: ଚାଇନା ଏବଂ ଆମେରିକାର ଗବେଷେକମାନେ ମିଳିତ ଭାବେ ବ୍ୟାକ୍ଟେରିଆ ଦ୍ୱାରା କ୍ଷରିତ ୨ ପ୍ରୋଟିନ ଚିହ୍ନଟ କରିଛନ୍ତି, ଯାହା କରୋନା ଭୂତାଣୁ, ଡେଙ୍ଗୁ ଏବଂ ଏଚ୍‌ଆଇଭି ସମେତ ବିଭିନ୍ନ ଭୂତାଣକୁ ନିଷ୍କ୍ରିୟ କରିପାରେ। ଏହି ଅଧ୍ୟୟନ ସମ୍ପର୍କିତ ଏକ ନିବନ୍ଧକୁ ଆଧାରକରି ସରକାରଙ୍କ ଦ୍ୱାରା ପରିଚାଳିତ ଗ୍ଲୋବାଲ ଟାଇମ୍ସ ମଙ୍ଗଳବାର କହିଛି ଯେ, ଏହି ଫଳାଫଳ ଭବିଷ୍ୟତରେ ବ୍ରଡ୍‌-ସ୍ପେକ୍ଟ୍ରମ୍‌ ଆଣ୍ଟିଭାଇରାଲ ଔଷଧ ବିକାଶ ପାଇଁ ରାସ୍ତା ଦେଖାଇବ, ଯଦ୍ଦ୍ବାରା ଭୂତାଣୁ ଜନିତ ରୋଗ ଯୋଗୁ ସୃଷ୍ଟି ହେଉଥିବା କ୍ଲିନିକାଲ ଭାର ହ୍ରାସ ହୋଇପାରେ। ଭାଇରସ୍‌କୁ ପ୍ରତିହତ କରିବା ପାଇଁ ନିର୍ଦ୍ଦିଷ୍ଟ ଟିକା ଏବଂ ଆଣ୍ଟିଭାଇରାଲ ଔଷଧ ବିକାଶ ସାଧାରଣତଃ ବହୁତ ସମୟସାପେକ୍ଷ। ଠିକ୍‌ ସମୟରେ ନୂଆ ଭାଇରାଲ ରୋଗକୁ ବ୍ୟାପିବାରୁ ରୋକିବା ପାଇଁ ବ୍ରଡ୍‌-ସ୍ପେକ୍ଟ୍ରମ୍‌ ଆଣ୍ଟିଭାଇରାଲ ଔଷଧ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି ନିବନ୍ଧରେ କୁହାଯାଇଛି।
ଗବେଷକମାନେ ପ୍ରଥମେ ଏଡିଶ ଏଜିପ୍ଟି ମଶାଙ୍କ ଅନ୍ତନଳୀରୁ ଏକ ମୃତ୍ତିକା ଜୀବାଣୁ ଚିହ୍ନଟ କରିଥିଲେ। ଏହାପରେ ସେମାନେ ଉକ୍ତ ଜୀବାଣୁର ଚରିତ୍ର ବର୍ଣ୍ଣନା କରିବା ପାଇଁ ସମ୍ପୂର୍ଣ୍ଣ ଜୀବାଣୁ ଜିନୋମ୍‌କୁ ପର୍ଯ୍ୟାୟକ୍ରମ କରି ଦୁଇଟି ପ୍ରୋଟିନ ଚିହ୍ନଟ କରିଥିଲେ। ତାହା ଡେଙ୍ଗୁ ଭୂତାଣୁ, ଏଚ୍‌ଆଇଭି ଏବଂ କରୋନା ସମେତ ଅନେକ ଭୂତାଣୁକୁ ଫଳପ୍ରଦ ଭାବେ ଦୁର୍ବଳ କରିପାରେ ବୋଲି ନିବନ୍ଧରେ ଦର୍ଶାଯାଇଛି। ଦୁଇ ପ୍ରୋଟିନ୍‌ରେ ଲିପେଜ୍‌ (ଏକ ପ୍ରକାର ପ୍ରୋଟିନ, ଯାହା ଅଗ୍ନାଶୟ, ପେଟ ଓ ପାଟିରୁ ଉତ୍ପନ୍ନ ହୁଏ। ଖାଦ୍ୟ ହଜମ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣରେ ଏହା ସାହାଯ୍ୟ କରେ)ର ପ୍ରଭାବ କ୍ଷେତ୍ର ରହିଛି ବୋଲି ନିବନ୍ଧରୁ ଜଣାପଡ଼ିଛି। କିଛି ଲିପେଜ୍‌ ଦ୍ୱାରା ଶକ୍ତିଶାଳୀ ଆଣ୍ଟିଭାଇରାଲ କାର୍ଯ୍ୟକଳାପ ସୃଷ୍ଟି ହେଉଥିବା ପ୍ରମାଣ ରହିଛି। ଉଦାହରଣ ସ୍ବରୂପ ଲିପୋପ୍ରୋଟିନ ଲିପେଜ୍‌ କିମ୍ବା ହେପାଟିକ୍‌ ଟ୍ରାଇଗ୍ଲାଇସେରାଇଡ୍‌ ଲିପେଜ୍‌ ହେପାଟାଇଟିସ୍‌ ସି ଭୂତାଣୁ ସଂକ୍ରମଣକୁ ଦୁର୍ବଳ କରିପାରେ ବୋଲି ୨୦୧୦ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ସେହିପରି ୨୦୧୭ରେ ଅନ୍ୟ ଏକ ଅଧ୍ୟୟନ ଦର୍ଶାଇଛି ଯେ, ନାଜା ମୋସାମ୍ବିକା ସାପ ବିଷରୁ ବିଚ୍ଛିନ୍ନ କରାଯାଇଥିବା ‘ଫସ୍‌ଫୋଲିପେଜ୍‌ ଏ୨’ ହେପାଟାଇଟିସ୍‌ ସି, ଡେଙ୍ଗୁ ଏବଂ ଜାପାନିଜ ଏନ୍‌ସେଫାଲାଇଟିସ୍‌ ଭୂତାଣୁକୁ ନିଷ୍କ୍ରିୟ କରିବାରେ ସଫଳ ହେଉଛି।
ଉପରୋକ୍ତ ଅନୁସନ୍ଧାନରେ ସିଙ୍ଗୁଆ ୟୁନିଭର୍ସିଟି ଏବଂ ବେଜିଂର ମିଲିଟାରି ମେଡିକାଲ ସାଇନ୍ସ ଏକାଡେମୀ, ଦକ୍ଷିଣ ଚାଇନାର ଶେନଝେନସ୍ଥିତ ରୋଗ ନିରାକରଣ ଏବଂ ନିୟନ୍ତ୍ରଣ କେନ୍ଦ୍ର ଏବଂ ଆମେରିକାର କନେକ୍ଟିକଟ୍‌ ବିଶ୍ୱବିଦ୍ୟାଳୟର ଗବେଷକ ଦଳ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri