କରୋନାକୁ ନିଷ୍କ୍ରିୟ କରିବ ପ୍ରୋଟିନ

ବେଜିଂ,୨୮ା୫: ଚାଇନା ଏବଂ ଆମେରିକାର ଗବେଷେକମାନେ ମିଳିତ ଭାବେ ବ୍ୟାକ୍ଟେରିଆ ଦ୍ୱାରା କ୍ଷରିତ ୨ ପ୍ରୋଟିନ ଚିହ୍ନଟ କରିଛନ୍ତି, ଯାହା କରୋନା ଭୂତାଣୁ, ଡେଙ୍ଗୁ ଏବଂ ଏଚ୍‌ଆଇଭି ସମେତ ବିଭିନ୍ନ ଭୂତାଣକୁ ନିଷ୍କ୍ରିୟ କରିପାରେ। ଏହି ଅଧ୍ୟୟନ ସମ୍ପର୍କିତ ଏକ ନିବନ୍ଧକୁ ଆଧାରକରି ସରକାରଙ୍କ ଦ୍ୱାରା ପରିଚାଳିତ ଗ୍ଲୋବାଲ ଟାଇମ୍ସ ମଙ୍ଗଳବାର କହିଛି ଯେ, ଏହି ଫଳାଫଳ ଭବିଷ୍ୟତରେ ବ୍ରଡ୍‌-ସ୍ପେକ୍ଟ୍ରମ୍‌ ଆଣ୍ଟିଭାଇରାଲ ଔଷଧ ବିକାଶ ପାଇଁ ରାସ୍ତା ଦେଖାଇବ, ଯଦ୍ଦ୍ବାରା ଭୂତାଣୁ ଜନିତ ରୋଗ ଯୋଗୁ ସୃଷ୍ଟି ହେଉଥିବା କ୍ଲିନିକାଲ ଭାର ହ୍ରାସ ହୋଇପାରେ। ଭାଇରସ୍‌କୁ ପ୍ରତିହତ କରିବା ପାଇଁ ନିର୍ଦ୍ଦିଷ୍ଟ ଟିକା ଏବଂ ଆଣ୍ଟିଭାଇରାଲ ଔଷଧ ବିକାଶ ସାଧାରଣତଃ ବହୁତ ସମୟସାପେକ୍ଷ। ଠିକ୍‌ ସମୟରେ ନୂଆ ଭାଇରାଲ ରୋଗକୁ ବ୍ୟାପିବାରୁ ରୋକିବା ପାଇଁ ବ୍ରଡ୍‌-ସ୍ପେକ୍ଟ୍ରମ୍‌ ଆଣ୍ଟିଭାଇରାଲ ଔଷଧ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି ନିବନ୍ଧରେ କୁହାଯାଇଛି।
ଗବେଷକମାନେ ପ୍ରଥମେ ଏଡିଶ ଏଜିପ୍ଟି ମଶାଙ୍କ ଅନ୍ତନଳୀରୁ ଏକ ମୃତ୍ତିକା ଜୀବାଣୁ ଚିହ୍ନଟ କରିଥିଲେ। ଏହାପରେ ସେମାନେ ଉକ୍ତ ଜୀବାଣୁର ଚରିତ୍ର ବର୍ଣ୍ଣନା କରିବା ପାଇଁ ସମ୍ପୂର୍ଣ୍ଣ ଜୀବାଣୁ ଜିନୋମ୍‌କୁ ପର୍ଯ୍ୟାୟକ୍ରମ କରି ଦୁଇଟି ପ୍ରୋଟିନ ଚିହ୍ନଟ କରିଥିଲେ। ତାହା ଡେଙ୍ଗୁ ଭୂତାଣୁ, ଏଚ୍‌ଆଇଭି ଏବଂ କରୋନା ସମେତ ଅନେକ ଭୂତାଣୁକୁ ଫଳପ୍ରଦ ଭାବେ ଦୁର୍ବଳ କରିପାରେ ବୋଲି ନିବନ୍ଧରେ ଦର୍ଶାଯାଇଛି। ଦୁଇ ପ୍ରୋଟିନ୍‌ରେ ଲିପେଜ୍‌ (ଏକ ପ୍ରକାର ପ୍ରୋଟିନ, ଯାହା ଅଗ୍ନାଶୟ, ପେଟ ଓ ପାଟିରୁ ଉତ୍ପନ୍ନ ହୁଏ। ଖାଦ୍ୟ ହଜମ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣରେ ଏହା ସାହାଯ୍ୟ କରେ)ର ପ୍ରଭାବ କ୍ଷେତ୍ର ରହିଛି ବୋଲି ନିବନ୍ଧରୁ ଜଣାପଡ଼ିଛି। କିଛି ଲିପେଜ୍‌ ଦ୍ୱାରା ଶକ୍ତିଶାଳୀ ଆଣ୍ଟିଭାଇରାଲ କାର୍ଯ୍ୟକଳାପ ସୃଷ୍ଟି ହେଉଥିବା ପ୍ରମାଣ ରହିଛି। ଉଦାହରଣ ସ୍ବରୂପ ଲିପୋପ୍ରୋଟିନ ଲିପେଜ୍‌ କିମ୍ବା ହେପାଟିକ୍‌ ଟ୍ରାଇଗ୍ଲାଇସେରାଇଡ୍‌ ଲିପେଜ୍‌ ହେପାଟାଇଟିସ୍‌ ସି ଭୂତାଣୁ ସଂକ୍ରମଣକୁ ଦୁର୍ବଳ କରିପାରେ ବୋଲି ୨୦୧୦ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ସେହିପରି ୨୦୧୭ରେ ଅନ୍ୟ ଏକ ଅଧ୍ୟୟନ ଦର୍ଶାଇଛି ଯେ, ନାଜା ମୋସାମ୍ବିକା ସାପ ବିଷରୁ ବିଚ୍ଛିନ୍ନ କରାଯାଇଥିବା ‘ଫସ୍‌ଫୋଲିପେଜ୍‌ ଏ୨’ ହେପାଟାଇଟିସ୍‌ ସି, ଡେଙ୍ଗୁ ଏବଂ ଜାପାନିଜ ଏନ୍‌ସେଫାଲାଇଟିସ୍‌ ଭୂତାଣୁକୁ ନିଷ୍କ୍ରିୟ କରିବାରେ ସଫଳ ହେଉଛି।
ଉପରୋକ୍ତ ଅନୁସନ୍ଧାନରେ ସିଙ୍ଗୁଆ ୟୁନିଭର୍ସିଟି ଏବଂ ବେଜିଂର ମିଲିଟାରି ମେଡିକାଲ ସାଇନ୍ସ ଏକାଡେମୀ, ଦକ୍ଷିଣ ଚାଇନାର ଶେନଝେନସ୍ଥିତ ରୋଗ ନିରାକରଣ ଏବଂ ନିୟନ୍ତ୍ରଣ କେନ୍ଦ୍ର ଏବଂ ଆମେରିକାର କନେକ୍ଟିକଟ୍‌ ବିଶ୍ୱବିଦ୍ୟାଳୟର ଗବେଷକ ଦଳ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

ମହିଳାଙ୍କୁ ଯୌନ ଉତ୍ପୀଡନ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ

ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...

କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...

ରକ୍ତ ନେଇ HIV ସଂକ୍ରମିତ ହେଲେ ଥାଲାସେମିଆ ପୀଡିତ ୫ ଶିଶୁ: ୨ ଡାକ୍ତର ସସପେଣ୍ଡ

ନୂଆଦିଲ୍ଲୀ,୧୯ା୧୨: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଥାଲାସେମିଆ ରୋଗରେ ପୀଡ଼ିତ ୫ ଜଣ ଶିଶୁଙ୍କୁ ସରକାରୀ ଡାକ୍ତରଖାନାରେ ରକ୍ତ ଦିଆଯିବା...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ଅଞ୍ଚଳ ପାଇଁ ଗୌରବ ଆଣିଲେ କଳାହାଣ୍ଡି ଛାତ୍ର ଟେକ: ଖେଳିଗଲା ଖୁସିର ଲହରୀ

କର୍ଲାମୁଣ୍ଡା, ୧୯।୧୨ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲାସ୍ଥିତ ଅମର ଡିଗ୍ରୀ କଲେଜର ଛାତ୍ର ଟେକ ବଗର୍ତ୍ତୀ ଆସନ୍ତା ଜାନୁଆରୀ ୨୬ରେ ନୂଆଦିଲ୍ଲୀ...

ଉସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ହିଂସା, ଢାକା ସମେତ ଅନେକ ସହରରେ ହଙ୍ଗାମା

ନୂଆଦିଲ୍ଲୀ,୧୯ା୧୨: ବାଂଲାଦେଶରେ ଜୁଲାଇ ବିଦ୍ରୋହର ଜଣେ ପ୍ରମୁଖ ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦି ଛଅ ଦିନ ଧରି ଜୀବନ ସହିତ...

ଚାଷୀଙ୍କ ଚେତାବନୀ: ୨୦ ସୁଦ୍ଧା ସମସ୍ତ ଟୋକନ ନ ଆସିଲେ ଆନ୍ଦୋଳନ ତୀବ୍ରତର

ଅତାବିରା/ଗୋଡ଼ଭଗା , ୧୯ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାସ):ଧାନର ଅଭାବୀ ବିକ୍ରି ସହ ୪ ଦଫା ଦାବି ନେଇ ରାଜ୍ୟ କୃଷକ ସଂଗଠନ ଗତ ୯ ତାରିଖ ଏନ୍‌ଏଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri