କରୋନା ଲକ୍‌ଡାଉନ୍‌: ମହିଳା ଶ୍ରମିକଙ୍କ ଦୁର୍ଦ୍ଦଶା ବଢୁଛି

ବଲାଙ୍ଗୀର ଅଫିସ, ୧ା୪: ଲକ୍‌ଡାଉନ୍‌ ସମୟରେ ଗରିବଙ୍କ ଆୟପନ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ଏବେ ସେମାନେ ମହା ଅଡୁଆରେ ପଡିଛନ୍ତି। ବିଶେଷକରି ମହିଳା ଶ୍ରମିକମାନେ ଘୋର ଅସୁବିଧାରେ ପଡିଛନ୍ତି। ଯେଉଁ ମହିଳାମାନେ କାମ କରି ପରିବାର ଚଲାଉଥିଲେ ସେମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇ ପଡିଛି। ବଲାଙ୍ଗୀର ସହରର ରାଜୀବନଗରର ଶିବ ବିଶି (୬୫) ଜଣେ ଭିନ୍ନକ୍ଷମ। ଗୋଡରେ ଅସୁବିଧା ଯୋଗୁଁ ସେ ଚାଲିପାରନ୍ତି ନାହିଁ। ତାଙ୍କ ସ୍ତ୍ରୀ ଯଜ୍ଞ ଦିନମଜୁରିଆ ଭାବେ କାମ କରି ଭିନ୍ନକ୍ଷମ ସ୍ବାମୀ ଓ ପରିବାର କଥା ବୁଝନ୍ତି।ସ୍ବାମୀଙ୍କ ଭତ୍ତାକାର୍ଡରେ ୨ ହଜାର ଟଙ୍କା ପାଇଥିଲେ। ସେଥିରୁ ଋଣର ସୁଧ ବାବଦକୁ ୪ଶହ ଟଙ୍କା ପରିଶୋଧ କରିଦେଲେ। ସେମାନଙ୍କ ପିଡିଏସ୍‌ କାର୍ଡଟି ବନ୍ଧକ ପଡିଛି। ଏବେ ୭ ଦିନ ହେଲା ଲକ୍‌ଡାଉନ୍‌ କାରଣରୁ ଘରେ ରହିଛନ୍ତି। ସେହିପଡାର ଭୁବନ ନାଗ (୫୫) ମଧ୍ୟ ଜଣେ ଭିନ୍ନକ୍ଷମ। ତାଙ୍କ ଆଖିକୁ ଦେଖାଯାଏନାହିଁ। ଗୋଟିଏ ଆଖି ଅସ୍ତ୍ରୋପଚାର କରିଛନ୍ତି। ତାଙ୍କୁ ଭତ୍ତା ମିଳେନାହିଁ। ତାଙ୍କ ସ୍ତ୍ରୀ କେତକୀ ନାଗଙ୍କ ଭରସାରେ ତାଙ୍କ ପରିବାର ଚଳେ। ଘରେ ୧୩ ବର୍ଷର ପୁଅ ଅଛି। ରାସନ କାର୍ଡରେ ଚାଉଳ ମିଳେ। ସବୁ ଚାଉଳ ସରିଗଲାଣି।ଲକ୍‌ଡାଉନ୍‌ ଯୋଗୁଁ କେତକୀ ମଧ୍ୟ କାମ କରି ଯାଇପାରୁ ନାହାନ୍ତି। ଏହି ଦୁଇ ଭିନ୍ନକ୍ଷମ ପରିବାରଙ୍କ ନିଜଘର ନାହିଁ। ଭଡାଘରେ ରହୁଛନ୍ତି। ଉଭୟ ପରିବାର ଏବେ ଦୁଇଓଳି ଭଲକରି ଖାଇବାକୁ ପାଉନଥିବା ଜଣାଇଛନ୍ତି। ଏଭଳି ସ୍ଥିତିରେ ଏହି ମହିଳା ଶ୍ରମିକମାନେ ଘୋର ଚିନ୍ତାରେ ପଡିଛନ୍ତି। ଏଭଳି ଅନେକ ଗରିବ ପରିବାର ଆଗାମୀ ୧୪ ଦିନର ଲକ୍‌ଡାଉନ୍‌ କିଭଳି ସମ୍ଭାଳିବେ ତାହା ବଡ ପ୍ରଶ୍ନ ଭାବେ ଉଭା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସକରେ ତୃତୀୟ ଥର ପାଇଁ ବଢ଼ିଲା LPG ଦର, ଜାଣନ୍ତୁ ୧୧ କେଜି ସିଲିଣ୍ଡରର ଦାମ୍?

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ ପରେ, ବିଶ୍ୱର ଅନେକ ଦେଶରେ ତୈଳ ଏବଂ ଘରୋଇ ଗ୍ୟାସ (LPG) ସମ୍ବନ୍ଧୀୟ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପୂର୍ବରୁ ଆର୍ଥିକ କ୍ଷେତ୍ରରେ…

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri