Posted inଖେଳ

କରୋନା ଭାଇରସ ଲଢେଇ: ଗାଭାସ୍କର ଦେଲେ ୫୯ ଲକ୍ଷ ଟଙ୍କା, ପୂଜାରା, କାଶ୍ୟପ୍‌ ମଧ୍ୟ ଦାନ କଲେ

ନୂଆଦିଲ୍ଲୀ,୭।୪(ପି.ଟି.)- କରୋନା ଭାଇରସ ଲଢେଇରେ ସାମିଲ ହୋଇଛନ୍ତି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର। ସେ ୫୯ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେହିପରି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ମଧ୍ୟ ଦାତା ତାଲିକାରେ ସାମିଲ ହୋଇଛନ୍ତି। ତେବେ ପୂଜାରା କେତେ ପରିମାଣ ଅର୍ଥ ଦାନ କରିଛନ୍ତି ସେ ନେଇ ସେ କିଛି କହିନାହାନ୍ତି। ପୂଜାରାଙ୍କ ପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା, ଅଜିଙ୍କ୍ୟ ରାହାନେ ଓ କେଦାର ଯାଦବ ବହୁ ପରିମାଣର ଅର୍ଥ ଦାନ କରିଛନ୍ତି। ଗାଭାସ୍କର ୩୫ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଓ ୨୪ ଲକ୍ଷ ଟଙ୍କା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି। ଏ ନେଇ ଗାଭାସ୍କରଙ୍କ ପୁଅ ରୋହନ ସ୍ପଷ୍ଟ କରିଛନ୍ତି। ଗାଭାସ୍କରଙ୍କ ଏହି ଅର୍ଥ ଦାନ ପଛରେ ମଜାଦାର ତଥ୍ୟ ରହିଛି। ୩୫ଟି ଶତକ ହାସଲ କରିଥିବାରୁ ୩୫ ଲକ୍ଷ ଓ ମୁମ୍ବାଇ ପାଇଁ ୨୪ଟି ଶତକ ହାସଲ କରିଥିବାରୁ ୨୪ ଲକ୍ଷ ଟଙ୍କା ଗାଭାସ୍କର ପୃଥକ ପୃଥକ ଦାନ କରିଛନ୍ତି ବୋଲି ରୋହନ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ସେହିପରି ବ୍ୟାଡମିଣ୍ଟନ ତାରକା ପାରୁପାଲ୍ଲୀ କାଶ୍ୟପ ତେଲଙ୍ଗାନା ମୁଖ୍ୟମନ୍ତୀଙ୍କ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦାନ କରିଛନ୍ତି। ମୋର ଏ ଛୋଟିଆ ଦାନ କରୋନା ଭାଇରସ୍‌ ଲଢେଇରେ ବେଶ୍‌ ସହାୟ ହେବ ବୋଲି କାଶ୍ୟପ ଟୁଇଟ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀଙ୍କ ପରଲୋକ: ବିଧାୟକଙ୍କ ଶୋକ ପ୍ରକାଶ

ଭଞ୍ଜନଗର,୨୩।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ବାଉଁଶଲୁଣ୍ଡି ଗ୍ରାମର ସାମାଜିକ କର୍ମୀ ଶଙ୍କର୍ଷଣ ପ୍ରଧାନ (ଟୁନା) ୫୯ ବର୍ଷ ବୟସରେ ରବିବାର ରାତିରେ ହଠାତ୍‌ ହୃଦଘାତ ଯୋଗୁ…

‘ଗାନ୍ଧୀ ଜୀ ଭାରତର ନୁହଁନ୍ତି ବରଂ ପାକିସ୍ତାନର…’, ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୀତିରେ ହଇଚଇ

ନୂଆଦିଲ୍ଲୀ,୨୩।୨: କର୍ନାଟକ ବିଜୟପୁରାର ଭାଜପା ବିଧାୟକ ବସନଗୌଡା ପାଟିଲ ଯତନାଲ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହା ରାଜନୈତିକ ମହଲରେ ହଇଚଇ ସୃଷ୍ଟି…

ଇତିହାସ ରଚିଲେ ବୁମ୍‌ରା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ ବି କଲେ ଅନନ୍ୟ ରେକର୍ଡ

ନୂଆଦିଲ୍ଲୀ,୨୩।୨: ଜସପ୍ରିତ ବୁମ୍‌ରା ପୁଣିଥରେ ପ୍ରମାଣ କରିଛନ୍ତି ଯେ ବଡ଼ ମ୍ୟାଚରେ ତାଙ୍କଠାରୁ ଭଲ ଆଉ କେହି ନାହାନ୍ତି। ସେ ୨୦୨୬ ଟି୨୦ ବିଶ୍ୱକପର ସୁପର ୮…

Video: ଭାରତ-ଦକ୍ଷିଣ ଆଫ୍ରିକ ମ୍ୟାଚରେ ହେଲା ଖୁବ ଝଗଡା! ଡେଭିଡ ମିଲରଙ୍କ ସହ ଲାଗିଗଲେ ଓ୍ବାଶିଂଟନ ସୁନ୍ଦର, ଶୁଣିଲେନି…

ନୂଆଦିଲ୍ଲୀ,୨୩।୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ଲେଇଂ ଇଲେଭେନରେ ଭାରତୀୟ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରିବା ନେଇ ପ୍ରଶ୍ନ ଉଠାଯାଉଛି। ଏହି ମ୍ୟାଚରେ ତାଙ୍କୁ ଅକ୍ଷର ପଟେଲଙ୍କ…

ଡ୍ରଗ୍ସ ମାଫିଙ୍କ ମୃତ୍ୟୁ ପରେ ମେକ୍ସିକୋରେ ବଢୁଛି ହିଂସା, ଆଡଭାଇଜରୀ ଜାରି କଲା ଭାରତୀୟ ଦୂତାବାସ

ମେକ୍ସିକୋ ସିଟି,୨୩।୨: ମେକ୍ସିକୋର ମୋଷ୍ଟ ଓ୍ବାଣ୍ଟେଡ ଡ୍ରଗ୍ସ ଚାଲାଣକାରୀ ଏଲ ମେଞ୍ଚୋଙ୍କ ମୃତ୍ୟୁ ପରେ ମେକ୍ସିକୋର ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ଏକ ସାମରିକ ଅଭିଯାନରେ…

ବଡ଼ ଦୁର୍ଘଟଣା, ନଦୀକୁ ଖସିଲା ବସ, ୬ ମହିଳାଙ୍କ ସମେତ ୧୮ ମୃତ

କାଠମାଣ୍ଡୁ,୨୩।୨: ସୋମବାର (୨୩ ଫେବୃଆରୀ) ନେପାଳର ଧାଡିଂ ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ ନଦୀରେ ଖସି ପଡ଼ିବାରୁ ୧୮…

ଉଷୁମ ପାଣି ପିଉଛନ୍ତି କି; ମିଳିବ ଏସବୁ….

ଉଷୁମ ପାଣି ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇବା ଏକ ଭଲ ଅଭ୍ୟାସ। ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌…

ଦିନକ ପରେ ଥିଲା କାଶୀରାମଙ୍କ ତୃତୀୟ ବିବାହ ବାର୍ଷିକୀ: ଲିଭିଗଲା ଜୀବନଦୀପ

ଝାରସୁଗୁଡା/ ଲଖନପୁର,(ଆଶିଷ ରଞ୍ଜନ ଦାଶ /ଗୌତମ ସାହୁ/)୨୩।୨:ଜାତୀୟ ରାଜପଥ ୪୯ରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରେ ରହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri