କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ୮ ଔଷଧ

ଓ୍ବାଶିଂଟନ,୨୪।୩: କରୋନା ସଂକ୍ରମିତଙ୍କ ଚିକିତ୍ସା କୌଣସି ଏକ ନିର୍ଦ୍ଦିଷ୍ଟ ଔଷଧରେ ସମ୍ଭବ ହୋଇପାରୁ ନାହିଁ। ଜଣକ ପାଇଁ ସଫଳ ରହିଥିବା ଔଷଧ ଅନ୍ୟ ଜଣେ ସଂକ୍ରମିତଙ୍କଠାରେ ବିଫଳ ରହୁଛି। ସମ୍ପ୍ରତି କରୋନା ସଂକ୍ରମିତଙ୍କ ପାଇଁ ଆଣ୍ଟିଭାଇରାଲ, ଆଣ୍ଟିବଡ଼ିଜ୍‌ ଏବଂ ଆଣ୍ଟି-ଇନଫ୍ଲାମାଟୋରୀ ଆଦି ପ୍ରାୟ ୮ ପ୍ରକାର ଔଷଧର ଉପଯୋଗ କରାଯାଉଛି। ସେଥିମଧ୍ୟରେ ଫାଭିପିରାଭିର୍‌ ଜାପାନରେ ୩୪୦ ସଂକ୍ରମିତଙ୍କ କ୍ଷେତ୍ରରେ ବେଶ୍‌ ସଫଳ ରହିପାରିଛି। ଏହାକୁ ଫୁଜି ଫିଲ୍ମ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ଔଷଧ ବ୍ୟବହାର କରାଯିବାର ୪ ଦିନ ପରେ ସଂକ୍ରମିତଙ୍କ ଫୁସଫୁସ୍‌ ସ୍ବାଭାବିକ ଭାବେ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରୁଛି। ତେବେ ଏହାକୁ ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଫଳରେ ଅନ୍ୟ ରୋଗୀଙ୍କ ଲାଗି ଔଷଧ ଚୟନରେ ଅସୁବିଧା ଦେଖାଦେଉଛି। ସେହିପରି କେତେକ କ୍ଷେତ୍ରରେ ଏସିଟାମ୍ରା ଔଷଧର ବ୍ୟବହାର କରାଯାଉଛି। ଏହାକୁ ସୁଇଜରଲାଣ୍ଡର କମ୍ପାନୀ ରୋକେ ପ୍ରସ୍ତୁତ କରୁଛି। ଏହା ସମ୍ପ୍ରତି ପ୍ରସ୍ତୁତିର ତୃତୀୟ ଷ୍ଟେଜ୍‌ରେ ରହିଛି। କରୋନା ଚିକିତ୍ସା କ୍ଷେତ୍ରରେ କ୍ଲୋରୋକ୍ୱିଇନ୍‌ର ମଧ୍ୟ ଉପଯୋଗ କରାଯାଉଛି। ୧୯୩୪ରେ ଏହାକୁ ମ୍ୟାଲେରିଆ ଚିକିତ୍ସା ଲାଗି ପ୍ରସ୍ତୁତ କରାଯାଇଥିଲା। ତେବେ ଏହା କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବେଶ୍‌ ସଫଳ ରହିପାରିଛି। ଚାଇନାରେ ଏହାକୁ ସଂକ୍ରମିତଙ୍କ ଲାଗି ବ୍ୟବହାର କରାଯାଉଛି। ସେହିପରି ଆମେରିକା କମ୍ପାନୀ ଗିଲେଡ୍‌ ସାଇନ୍ସେସ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ରେମଡିସିଭିର କରୋନା ସଂକ୍ରମିତଙ୍କ ପାଇଁ ବ୍ୟବହୃତ ହେଉଛି। ଏହା କରୋନା ଭୂତାଣୁର ବିଜନ ପ୍ରକ୍ରିୟାକୁ ରୋକିବାରେ ସଫଳ ହୋଇପାରୁଛି। ଇତିମଧ୍ୟରେ ୧୦୦୦ଜଣ ସଂକ୍ରମିତଙ୍କଠାରେ ଏହାର ପ୍ରୟୋଗ କରାଯାଇଛି। ଏହାର ସଫଳତା ରିପୋର୍ଟ ଏପ୍ରିଲ୍‌ ଶେଷ ସୁଦ୍ଧା ଜଣାପଡ଼ିବ ବୋଲି କୁହାଯାଉଛି। ଡେଙ୍ଗୁ ଲାଗି ପ୍ରସ୍ତୁତ କରାଯାଇଥିବା ଇଣ୍ଟରଫେରୋନ୍‌ ଆଲ୍‌ଫା-୨-ବି ଔଷଧକୁ କରୋନା ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଉଛି। ଏହାକୁ କ୍ୟୁବାର ଚେଞ୍ଜେବର କମ୍ପାନୀ ୧୯୮୧ରେ ପ୍ରସ୍ତୁତ କରିଥିଲା। ଚାଇନା ସରକାର କରୋନା ଚିକିତ୍ସା ପାଇଁ ଏହି ଔଷଧର ଅନୁମତି ଦେଇଛନ୍ତି। ଆମେରିକାରେ କେଭଜାରା ଔଷଧକୁ ୪୦୦ରୁ ଅଧିକ ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଇଛି। ଏହା ଅନୁଧ୍ୟାନର ଦ୍ୱିତୀୟ ଏବଂ ତୃତୀୟ ଷ୍ଟେଜ୍‌ରେ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସକ୍ଷମ ହେଉଛି। ସେହିପରି ଏମ୍‌-ଆର୍‌ଏନ୍‌ଏ-୧୨୭୩ ଔଷଧ ୪୫ ଜଣ ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଇ ବେଶ୍‌ ସଫଳତା ମିଳିପାରିଛି। ଏହାର ବ୍ୟବହାର ଦ୍ୱାରା ସଂକ୍ରମିତଙ୍କ ଶରୀରରେ କରୋନା ଭୂତାଣୁ ବିରୋଧରେ କାର୍ଯ୍ୟ କରୁଥିବା ଆଣ୍ଟିବଡ଼ି ପ୍ରସ୍ତୁତ ହୋଇପାରୁଛି ବୋଲି ଏହାର ନିର୍ମାତା କମ୍ପାନୀ ମୋଡେର୍ନା ଥେରାପିକ୍‌ ପକ୍ଷରୁ କୁହାଯାଇଛି। ଏହା ବର୍ଷେ ପରେ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି। ଏଡି-୫-ଏନ୍‌-ସିଓଭି ଔଷଧ ବ୍ୟବହାର ଦ୍ୱାରା ସଂକ୍ରମିତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି ବୋଲି କାନସିନୋ ବାୟୋଲୋଜିକ୍ସ୍‌ ପକ୍ଷରୁ କୁହାଯାଇଛି। ଏହାର ପରୀକ୍ଷାକୁ ଚାଇନା ସରକାର ଅନୁମତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri