କମ୍ପାନୀରେ ନିଯୁକ୍ତି ଦେବା ନାଁରେ ଠକେଇ: ପ୍ରତିବାଦରେ ଧାରଣା ଦେଲେ ଚାଷୀ

ସୋର, ୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ନଟାପଡ଼ାଠାରେ ଜଣେ ବ୍ୟକ୍ତି କମ୍ପାନୀ କରି ସେଥିରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ଚାଷୀମାନଙ୍କଠାରୁ ଜମି କିଣିଥିଲେ। ହେଲେ ସେ କମ୍ପାନୀ ନ କରି ପରବର୍ତ୍ତୀ ପର୍ଯ୍ୟାୟରେ ବିକ୍ରି କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଗ୍ରାମବାସୀ ତଥା ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ବସିଛନ୍ତି। ବୁଧବାର ଆରମ୍ଭ ହୋଇଥିବା ଧାରଣା ଗୁରୁବାର ଜାରି ରହିଛି।
୧୦ବର୍ଷ ତଳେ ଜଣେ ବ୍ୟକ୍ତି ଉତ୍କଳ ମେଟାଲିକ ଫୋରୁକ୍ରୋମ ଅଲୱେଜ କମ୍ପାନୀ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇ ସ୍ଥାନୀୟ ନଟାପଡ଼ା, ତିଳଦା, ବିଣାଗଡ଼ିଆ, ଶରଶଙ୍ଖ ଆଦି ଗ୍ରାମର ଚାଷୀମାନଙ୍କଠାରୁ ଜମି କ୍ରୟ କରିଥିଲେ। କମ୍ପାନୀ କରିବା ନଁାରେ ପାଖାପାଖି ୫୦ଏକର ଜମିକୁ ବାଡ଼ ଘେରି ଦେଇଥିଲେ। ପରେ ଶୀତଳଭଣ୍ଡାର ଓ ଅଟା ଫ୍ୟାକ୍ଟ୍ରି କରିବାକୁ କାମ ଆରମ୍ଭ କରିଥିଲେ। କେତେକ ଚାଷୀଙ୍କ ବେକାର ଯୁବକମାନଙ୍କୁ ନାମକୁମାତ୍ର ନିଯୁକ୍ତି ଦେଇଥିଲେ। ଦରମା ନ ମିଳିବାରୁ ନିଯୁକ୍ତି ପାଇଥିବା ଯୁବକମାନଙ୍କ ଛାଡ଼ି ପଳାଇ ଆସିଥିଲେ। ପରେ ଶୀତଳଭଣ୍ଡାରକୁ ବନ୍ଦ କରିଦେଇ ଏହି ଜମିକୁ ବିକ୍ରୟ କରିବାକୁ ଯୋଜନା କରିଥିଲେ। ଚୁକ୍ତି ଅନୁସାରେ ଜମି ହରାଇଥିବା ଚାଷୀମାନଙ୍କୁ କୌଣସି ନିଯୁକ୍ତି ନ ଦେଇ ଜମି ବିକ୍ରୟ କରିବା, କେତେକଙ୍କୁ ଦରମା ନ ଦେବା ପ୍ରତିବାଦରେ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଆରମ୍ଭ ହୋଇଛି। ଏନେଇ ଚାଷୀମାନେ ଜିଲାପାଳ, ବିଭିନ୍ନ ଅଧିକାରୀଙ୍କଠାରେ ଅଭିଯୋଗ କରିବା ସହିତ ବିକ୍ରି କରିଥିବା ଜମିକୁ ଫେରସ୍ତ ଲାଗି ଦାବି କରିଛନ୍ତି। ସୋର ପୋଲିସ ପହଞ୍ଚତ୍ ବିକ୍ଷୋଭକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଧାରଣାରେ ସାମିଲ ହୋଇଥିବା ଚାଷୀମାନଙ୍କ ମଧ୍ୟରେ ନରେନ୍ଦ୍ର ଧଡ଼ା, ଦୁର୍ଗାଚରଣ ଜେନା, ବିଷ୍ଣୁ ମଳିକ, ଲମ୍ବୋଦର ସେଠୀ, ସନାତନ ମଳିକ, ଲକ୍ଷ୍ମଣ ମିଶ୍ର, ଭାସ୍କର ଦାସ, ରବୀନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରସନ୍ନ ଜେନା ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ତେବେ ଚାଷୀମାନେ ସେମାନଙ୍କ ଜମିକୁ ଫେରସ୍ତ ନ କରିବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri