କମିବ ପିଆଜ ଦର

ଭୁବନେଶ୍ୱର,୨୪ା୧୧(ବ୍ୟୁରୋ)- ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦର ବୃଦ୍ଧି ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଚଡ଼କ ପକାଇଛି। ପ୍ରତ୍ୟେକ ଦିନ ଦର ବଢ଼ି ବଢ଼ି ଚାଲଛି । ବଜାରରେ ଏହାର ଖୁଚୁରା ଦର ୯୦ରୁ ୧୦୦ ଟଙ୍କା ଛୁଇଁଲାଣି। ଘରଖର୍ଚ୍ଚ ପାଇଁ କିଲୋ ଜାଗାରେ ଅଢ଼େଇଶ କିମ୍ବା ଅଧା କେଜିରେ କାମ ଚଳାଇବାକୁ ପଡୁଛି। ଏହି ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି। ଖୁଚୁରା ବ୍ୟବସାୟୀଙ୍କ ଉପରେ ନିୟନ୍ତ୍ରଣ ନ ଥିବାରୁ ସେମାନେ ମନଇଚ୍ଛା ଦର ବଢ଼ାଇ ଗ୍ରାହକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଗତ ଦୁଇମାସ ହେବ ପିଆଜ ଦର ବଢ଼ି ଚାଲିଛି। ତେବେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଦର ତଳକୁ ଖସିବ। ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରରୁ ନୂଆ ପିଆଜ ଓଡ଼ିଶା ଆସିବା ଆରମ୍ଭ ହୋଇଗଲାଣି। ଗତ ୧୫ ଦିନ ହେବ ଭୁବନେଶ୍ୱରକୁ ମାତ୍ର ୧୦୦ରୁ ୧୨୦ ଟନ୍‌ ପିଆଜ ଆମଦାନୀ ହେଉଥିଲା। ତେବେ ରବିବାର ୨୨୦ ଟନ୍‌ ପିଆଜ ଆସି ପହଞ୍ଚତ୍ଛି। ରବିବାର ନୂଆ ପିଆଜର ହୋଲ୍‌ସେଲ୍‌ ଦର ୬୫ରୁ ୭୦ ଟଙ୍କା ମଧ୍ୟରେ ରହିଥିବା ବେଳେ ପୁରୁଣା ପିଆଜ ୮୦ରୁ ୮୫ ଟଙ୍କା ରହିଛି। ତେବେ ନୂଆ ପିଆଜ ଆସିବା ଆରମ୍ଭ ହୋଇଥିବାରୁ ଦର ତଳକୁ ଖସିବ ବୋଲି ଆଇଗିଣିଆ ବ୍ୟୟସାୟୀ ସଂଘର ସାଧାରଣ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି। ତେବେ ପ୍ରଥମ ସପ୍ତାହରେ ୫ରୁ ୧୦ ଟଙ୍କା କିଲୋ ପିଛା କମିବ। ଅଧିକ ପିଆଜ ଆମଦାନୀ ଆରମ୍ଭ ହୋଇଗଲେ ଧୀରେ ଧୀରେ ପିଆଜ ଦର ତଳକୁ ଖସିଯିବ ବୋଲି ସେ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ନିମ୍ବ ଗଛରୁ ୫୦୦ଟଙ୍କିଆ ନୋଟ୍ ବର୍ଷା! ୨ଲକ୍ଷ ବୋହିନେଲେ ଲୋକେ, ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧।୬: ଉତ୍ତର ପ୍ରଦେଶର ବୁଲନ୍ଦସହରରୁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକି ଦେଖିବା ପରେ ଲୋକଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଛି । ପଞ୍ଜୀକରଣ…

GT ବସରେ କେମିତି ଲାଗିଲା ନିଆଁ, ସାମ୍ନାକୁ ଆସିଲା ଭିଡ଼ିଓ, ଘଣ୍ଟାଏ ରାସ୍ତା କଡ଼ରେ ବସି ରହିଲେ ଖେଳାଳି

ନୂଆଦgିଲ୍ଲୀ,୧।୬: IPL 2026 ଫାଇନାଲ ପରେ ଦଳ ହୋଟେଲକୁ ଫେରୁଥିବା ବେଳେ ଗୁଜୁରାଟ ଟାଇଟାନ୍ସ ଦଳର ବସରେ ନିଆଁ ଲାଗିଯାଇଥିଲା; ଘଟଣାର ଏକ ଭିଡ଼ିଓ ଏବେ ସାମ୍ନାକୁ…

ପାଟିରେ ଘା’ ହେଲେ ହାଲୁକା ଭାବରେ ନିଅନ୍ତୁ ନାହିଁ, ହୋଇପାରେ ଏହି ମାରାତ୍ମକ ରୋଗ…

ପାଟିରେ ଘା’ ହେବାର ଅନେକ କାରଣ ରହିଛି। ଏହାର ପ୍ରାରମ୍ଭରୁ ଚିକିତ୍ସା କରା ନ ଗଲେ ତାହା ଭବିଷ୍ୟତରେ କ୍ୟାନ୍‌ସରର ରୂପ ନେବାର ଯଥେଷ୍ଟ ଆଶଙ୍କା ରହିଛି।…

ଆଉ ଏକ ଦେଶରେ ଛୋଟ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ, କେଉଁକେଉଁ ଦେଶରେ ନିଷେଧ ହୋଇଛି ଜାଣନ୍ତୁ

ନୂଆଦିଲ୍ଲୀ,୧।୬: ମାଲେସିଆ ସୋମବାରଠାରୁ ଏକ ନୂତନ ନିୟମ ଲାଗୁ କରିଛି । ଏହି ନିୟମ ଅନୁଯାୟୀ, ୧୬ ବର୍ଷରୁ କମ୍ ବୟସର ପିଲାମାନେ ଆଉ ସୋସିଆଲ ମିଡିଆ…

କାଳବୈଶାଖୀର କରାଳ ରୂପ: ଭାଙ୍ଗିଲା ୬ ପରିବାରର ଘର

ଟିକିରି,୧।୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ପଞ୍ଚାୟତରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ…

ପଶ୍ଚିମବଙ୍ଗ ସରକାରଙ୍କ ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ

କୋଲକାତା,୧।୬: ସୋମବାର ପଶ୍ଚିମବଙ୍ଗରେ ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ଶୁଭେନ୍ଦୁଙ୍କ ଦଳରେ ୩୫ ଜଣ ନୂତନ ମନ୍ତ୍ରୀ ଶପଥ ନେଇଥିଲେ। ଏଠାରେ ଉଲ୍ଲେଖନୀୟ ଯେ…

ଓପିଏସ୍‌ସିରେ ଜିଲା ପାଇଁ ଗୌରବ ଆଣିଥିବା ସପ୍ତେଶ୍ୱରଙ୍କୁ ସମ୍ବର୍ଦ୍ଧନା

ଟିକିରି, ୧।୬(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲା କାଶୀପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ସପ୍ତେଶ୍ୱର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଟିକିରିସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri