କମିପାରେ ଖାଇବାତେଲ ଦର

ନୂଆଦିଲ୍ଲୀ,୫।୮:ଦୀର୍ଘଦିନର ଦରବୃଦ୍ଧି ପରେ ଗତ ମାସ ବିଭିନ୍ନ ବର୍ଗର ଖାଇବା ତେଲ ଉପରେ ୫ରୁ ୧୦ ଟଙ୍କା ହ୍ରାସ ଘଟିଥିଲା। ଫଳରେ ଖାଉଟି କିଛି ପରିମାଣରେ ଆଶସ୍ତି ଲାଭ କରିଥିଲେ। ଏପରିକି ସାରା ଦେଶ ଆଗକୁ ପାର୍ବଣ ପାଳନ କରିବ। ଏହାକୁ ନଜରରେ ରଖି ସରକାର ମଧ୍ୟ ଖାଉଟିଙ୍କ ହିତ ଲାଗି ଖାଇବା ତେଲ ସହ ଅନେକ ଖାଦ୍ୟ ସାମଗ୍ରୀର ଦର ହ୍ରାସ କରିପାରନ୍ତି। ଏ ନେଇ ଗୁରୁବାର କେନ୍ଦ୍ର ଖାଦ୍ୟ ସଚିବ ବିଭିନ୍ନ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ମିଳିତ ଭାବେ ଏକ ଯୋଜନା ପ୍ରସ୍ତୁତ ସହ ଖାଇବା ତେଲ ଦର ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦର ସମ୍ପର୍କିତ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ପକ୍ଷରୁ କମ୍ପାନୀଗୁଡ଼ିକୁ ଖାଇବା ତେଲର ଦର ଲିଟର ପିଛା ୧୦ରୁ ୧୫ ଟଙ୍କା ହ୍ରାସ କରନ୍ତୁ ବୋଲି କୁହାଯାଇଛି। ଯଦି କମ୍ପାନୀଗୁଡ଼ିକ ସରକାରଙ୍କ ଉକ୍ତ ପ୍ରସ୍ତାବ ଗ୍ରହଣ କରନ୍ତି ତା ହେଲେ ଆଗାମୀ ପାର୍ବଣ ପୂର୍ବରୁ ଖାଇବା ତେଲର ହ୍ରାସ ସହ ଖାଉଟିଙ୍କୁ ମଧ୍ୟ ସାମାନ୍ୟ ଆଶ୍ୱସ୍ତି ମିଳିବ। ଅପରପକ୍ଷରେ ସରକାର ଯଦି ଖାଦ୍ୟ ତୈଳ ଦର ଶସ୍ତା କରିବାରେ ସଫଳ ହୁଅନ୍ତି ତେବେ ମୂଲ୍ୟ ବୃଦ୍ଧି କିଛି ମାତ୍ରାରେ ନିୟନ୍ତ୍ରିତ ହେବ ବୋଲି ବଜାର ବିଶେଷଜ୍ଞମାନ ଆଶାବ୍ୟକ୍ତ କରିଛନ୍ତି। ସେହିପରି ସଚିବଙ୍କ ସୂଚନା ଅନୁଯାୟୀ କମ୍ପାନୀଗୁଡିକୁ ସରକାର ମଧ୍ୟ କିଛି ସମୟ ଦେଇଛନ୍ତି। ସ୍ବଳ୍ପ ସମୟ ମଧ୍ୟରେ କମ୍ପାନି ଦର ହ୍ରାସ ସମ୍ପର୍କରେ ଚିନ୍ତା କରି ପାର୍ବଣ ପୂର୍ବରୁ ଖାଇବା ତେଲ ଓ ଖାଦ୍ୟ ସାମଗ୍ରୀର ଦର ହ୍ରାସ ସମ୍ପର୍କରେ ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ନୂଆଦିଲ୍ଲୀରେ ସୋରିଷ ତେଲ ଲିଟର ପିଛା ୧୭୦ ରୁ ୧୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅନ୍ୟ ପ୍ରମୁଖ ଖାଇବା ତେଲର ମୂଲ୍ୟ ୧୪୦ରୁ ୧୬୦ ମଧ୍ୟରେ ରହିଛି। ସେହିପରି ଓଡ଼ିଶା ବଜାରରେ ପାମୋଲିନ ଲିଟର ପିଛା ୧୨୦ରୁ ୧୨୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ସୂର୍ଯ୍ୟମୁଖୀ ତେଲର ଦର ୧୫୫ରୁ ୧୬୦ ଟଙ୍କା, ସୋରିଷ ତେଲ ୧୫୦ରୁ ୧୮୦ ଟଙ୍କା ଏବଂ ଅନ୍ୟନ୍ୟା ଖାଇବା ତେଲର ଦର ୧୨୦ରୁ ୧୪୦
ମଧ୍ୟରେ କାରବାର ହେଉଥିବା ଓଡିଶା ବ୍ୟବସାୟୀ ମହାସଂଘର ସଚିବ ସୁଧାକର ପଣ୍ଡା ମତବ୍ୟକ୍ତ କରିଛନ୍ତି। ଆଗକୁ ପାର୍ବଣ ସହ ଫସଲ ଉତ୍ପାଦନର ସମୟ ଆସୁଥିବାରୁ ସରକାର ଲକା ସାଙ୍ଗରେ ଖାଇବା ତେଲ ଓ ଅନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗୀର ଦର ହ୍ରାସ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ପଣ୍ଡା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ବଜାରରେ ୫୦% ପାମୋଲିନ ତେଲ ବିକ୍ରି ହେଉଥିବା ବେଳେ ୨୫% ସନ୍‌ଫ୍ଲାଓ୍ବାର, ୧୫% ସୋରିଷ ତେଲ ଏବଂ ବାକି ବଜାର ଅଂଶ ଅନ୍ୟ ଖାଇବା ତେଲ ବିକ୍ରି କରାଯାଉଛି। ଭାରତ ପେଟ୍ରୋଲ ଓ ଡିଜେଲ ଭଳି ବିଦେଶରୁ ମଧ୍ୟ ଖାଇବା ତେଲ ଆମଦାନୀ କରିଥାଏ। ଏପରିକି ଅନ୍ତଃରାଷ୍ଟ୍ରୀୟ ବଜାରରେ ଖାଦ୍ୟ ତୈଳ ମହଙ୍ଗା ହେଲେ ଦେଶରେ ମଧ୍ୟ ମହଙ୍ଗା ହେଉଛି। ମାଲେସିଆରୁ ପାମ୍‌ ଅଏଲ ଆମଦାନୀ ହେଉଛି, ସେଠାରେ ଯଦି ମୂଲ୍ୟ ବୃଦ୍ଧି ହେଉଛି, ଦେଶରେ ମଧ୍ୟ ପାମ ତେଲ ଦର ବଢୁଛି। ଭାରତ ମୋଟ ଆବଶ୍ୟକତାର ୬୦% ତୈଳ ବିଦେଶରୁ ଆମଦାନୀ କରିଥାଏ। ଏପରିକି ଦେଶରେ ନୁହେଁ ବିଦେଶରେ ମଧ୍ୟ ଖାଦ୍ୟ ତୈଳ ଦର ୫୦% ପର୍ଯ୍ୟନ୍ତ ହ୍ରାସ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?