Posted inଫୁରସତ

କଭି କଭି ମେରେ ଦିଲ୍‌ ମେଁ…

୧୯୭୬ରେ ୟସ୍‌ ଚୋପ୍ରା ନିର୍ମାଣ କରିଥିଲେ ଫିଲ୍ମ ‘କଭି କଭି’। ‘କଭି କଭି’ ରିଲିଜ୍‌ ହେବା ପରେ ଭାରତୀୟ ସଙ୍ଗୀତ ଜଗତରେ ଚହଳ ପକେଇ ଦେଇଥିଲା ଏକ ଗୀତ: ‘କଭି କଭି ମେରେ ଦିଲ୍‌ ମେଁ ଖୟାଲ ଆତା ହୈ!’ ଗୀତର ଗାୟକ ଥିଲେ ମୁକେଶ। ଗୀତଟିକୁ ଲେଖିଥିଲେ ସାହିର ଲୁଧିଆନ୍ବୀ। ଆଉ ଏଭଳି ଏକ ଚିରସବୁଜ ସଙ୍ଗୀତ ଯିଏ ସୃଷ୍ଟି କରିଥିଲେ ସେ ଥିଲେ ପ୍ରସିଦ୍ଧ ମ୍ୟୁଜିକ୍‌ କମ୍ପୋଜର ମହମ୍ମଦ ଜହୁର ହାସ୍‌ମୀ। ସଂକ୍ଷେପରେ ଯାହାଙ୍କୁ ସମ୍ବୋଧନ କରାଯାଏ ‘ଖୟାମ୍‌’ ବୋଲି। ଏହି ଗୀତ ସହିତ ବଲିଉଡ୍‌ ସଙ୍ଗୀତରେ ଖୟାମ୍‌-ଲୁଧିଆନ୍ବୀ ଯୋଡ଼ିର ଜନ୍ମ ହୋଇଥିଲା। ଖୟାମ୍‌ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ହିର ରାନ୍‌ଝା, ବିଓ୍ବି, ପ୍ୟାର୍‌ କି ବାତେଁ, ଫୁଟ୍‌ପାଥ୍‌, ବାରୁଦ୍‌, ସୋଲା ଔର ସବ୍‌ନମ୍‌, ଆଖିର ଖତ୍‌, ମେରା ଭାଇ ମେରା ଦୁଷ୍ମନ୍‌ ଏବଂ ଆହୁରି ଅନେକ। ସେ ଫିଲ୍ମ ‘କଭି କଭି’ ପାଇଁ ପ୍ରଥମ ଫିଲ୍ମଫେୟାର ଆଓ୍ବାର୍ଡ ହାସଲ କରିଥିଲେ। ୨୦୦୭ରେ ତାଙ୍କୁ ମିଳିଥିଲା ସଙ୍ଗୀତ ନାଟକ ଏକାଡ଼େମୀ ଆଓ୍ବାର୍ଡ। ୨୦୧୧ରେ ତାଙ୍କୁ ‘ପଦ୍ମ ଭୂଷଣ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସଙ୍ଗୀତ ଯାତ୍ରା : ୧୯୨୭ ମସିହା ଫେବୃୟାରୀ ୧୮ ତାରିଖରେ ପଞ୍ଜାବର ରାହେଁା ନାମକ ଏକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ମହମ୍ମଦ ଜହୁର ହାସ୍‌ମୀ ଓରଫ୍‌ ଖୟାମ୍‌। ସେତେବେଳେ ତାଙ୍କ ଜନ୍ମସ୍ଥାନ ବ୍ରିଟିଶ୍‌ ଇଣ୍ଡିଆ ଅନ୍ତର୍ଗତ ଥିଲା। ପିଲାଟି ବେଳରୁ ଖୟାମ୍‌ ଗୀତ ନାଚ ପ୍ରତି ଆକୃଷ୍ଟ ଥିଲେ। ଫିଲ୍ମ ଦେଖିବାରେ ସମୟ ବିତାଉଥିଲେ। ଦିଲ୍ଲୀରେ ଥିଲା ତାଙ୍କର ମାମୁଘର। ସେ ଦିନେ ଲୁଚି ମାମୁଘରକୁ ପଳେଇ ଆସିଲେ। ଆଉ ମାମୁଘରେ ହିଁ ରହିଲେ। ମାମୁଘରେ ଥିବା ବେଳେ ତାଙ୍କର ସଙ୍ଗୀତ ପ୍ରତି ଆଗ୍ରହ ଥିବା ଦେଖି ମାମୁ ତାଙ୍କୁ ସଙ୍ଗୀତ ଶିକ୍ଷା ଦେବା ଉଚିତ ମନେକଲେ। ଆଉ ତାଙ୍କୁ ନେଇ ପଣ୍ଡିତ ଅମରନାଥଙ୍କ ନିକଟକୁ ଗଲେ। ପିଲାଟି ଭିତରେ ଥିବା ସଙ୍ଗୀତ ପ୍ରତିଭା ପଣ୍ଡିତ ଅମରନାଥଙ୍କୁ ଅଭିଭୂତ କରିଦେଇଥିଲା। ସେ ତାଙ୍କୁ ସଙ୍ଗୀତ ଶିକ୍ଷା ଦେବାଲାଗି ସମ୍ମତି ପ୍ରକାଶ କରିଥିଲେ। ଏଇଠୁ ଆରମ୍ଭ ହୋଇଥିଲା ମହମ୍ମଦ ଜହୁରଙ୍କ ସଙ୍ଗୀତ ଯାତ୍ରା। ପରେପରେ ସେ ହୁସ୍‌ନଲାଲ ଏବଂ ଭଗତରାମ୍‌ଙ୍କ ଭଳି ଶାସ୍ତ୍ରୀୟ ସଙ୍ଗୀତ ବିଶାରଦଙ୍କ ଠାରୁ ସଙ୍ଗୀତରେ ତାଲିମ୍‌ ନେଲେ।

ବମ୍ବେ-ଲାହୋର-ବମ୍ବେ: ପାଞ୍ଚବର୍ଷ ସଙ୍ଗୀତ ଶିଖେଇବା ପରେ ପଣ୍ଡିତ ଅମରନାଥ ଉପଲବ୍‌ଧି କଲେ ଯେ, ମହମ୍ମଦ ଜହୁର୍‌ଙ୍କ ଭିତରେ ସଙ୍ଗୀତ ସୃଷ୍ଟି କରିବାର ପ୍ରତିଭା ରହିଛି। କାରଣ ସେ ନିଜ ଅଜାଣତରେ ଅନେକ ନୂଆ ସ୍ବର ସୃଷ୍ଟି କରିପାରୁଛନ୍ତି। ପୁଣି ଫିଲ୍ମରେ କାମ କରିବାକୁ ସେ ବଡ଼ ଆଗ୍ରହୀ। ସେଥିଲାଗି ସେ ତାଙ୍କୁ କହିଲେ ଯେ, ଦିଲ୍ଲୀରେ ରହିଲେ ସଙ୍ଗୀତ କରିପାରିବନି। ତେଣୁ ତୁମେ ବମ୍ବେ କିମ୍ବା ଲାହୋର ଚାଲିଯିବା ଉଚିତ। ସେତେବେଳକୁ ମହମ୍ମଦ ଜହୁର୍‌ଙ୍କୁ ମୋଟେ ୧୫ବର୍ଷ। ସଙ୍ଗୀତ ନିଶାରେ ସେ ବମ୍ବେ ଚାଲିଆସିଲେ। ହେଲେ ବମ୍ବେ ଏକ ସହଜ ସହର ନ ଥିଲା ଜଣେ ୧୫ବର୍ଷ କିଶୋର ପାଇଁ। ବମ୍ବେରୁ ନିରାଶ ହୋଇ ସେ ଚାଲିଗଲେ ଲାହୋର। ଲାହୋରରେ ତାଙ୍କ ଭେଟ ହେଲା ସେତେବେଳର ପ୍ରଖ୍ୟାତ ସଙ୍ଗୀତକାର ଗୁଲାମ୍‌ ଅହମ୍ମଦ ଚିସ୍ତିଙ୍କ ସହିତ। ତାଙ୍କୁ ସମସ୍ତେ ଚିସ୍ତିବାବା ବୋଲି ଡାକୁଥିଲେ। ପିଲାଟି ଭିତରେ ସଙ୍ଗୀତର ଏକ ସାଗର ଲୁଚି ରହିଛି ବୋଲି ଅନୁଭବ କଲେ ଚିସ୍ତିବାବା, ଆଉ ତାଙ୍କର ସହାୟକ ଭାବରେ ନିଯୁକ୍ତି ଦେଲେ। ତେବେ ତାଙ୍କର ଭାଗ୍ୟ ବମ୍ବେରେ ହିଁ ଲେଖା ହୋଇ ରହିଥିଲା। ସେ ଲାହୋରରେ ରହିଥାନ୍ତେ କିପରି? କିଛିବର୍ଷ ଲାହୋରରେ ରହିବା ପରେ ମହମ୍ମଦ ଜହୁର୍‌ ବମ୍ବେ ଚାଲିଆସିଲେ। ବାସ୍ତବିକ ବମ୍ବେ ହିଁ ତାଙ୍କୁ ଦେଲା ପରିଚିତି ଓ ପ୍ରସିଦ୍ଧି।

ଶର୍ମାଜୀ-ବର୍ମାଜୀ : ଅନେକ ସଂଘର୍ଷ କରିବା ପରେ ୧୯୪୮ରେ ତାଙ୍କୁ ମିଳିଲା ‘ହିର ରାନ୍‌ଝା’ ଫିଲ୍ମ। ତେବେ ଏଥିରେ ତାଙ୍କ ସହିତ ଥିଲେ ସଙ୍ଗୀତ ନିର୍ଦ୍ଦେଶକ ରେହମାନ୍‌ ହୁସେନ୍‌। ଏହି ଦୁଇଜଣ ୧୨ଟି ଗୀତର ସୁର କରିଥିଲେ ସେହି ଫିଲ୍ମ ପାଇଁ। ଫିଲ୍ମରେ ସେମାନଙ୍କ ନାମକୁ ଶର୍ମାଜୀ-ବର୍ମାଜୀ ବୋଲି ଉଲ୍ଲେଖ କରାଯାଇଥିଲା। ଫିଲ୍ମର ପ୍ରଯୋଜକ ଦୁଇ ଜଣଙ୍କ ନାମ ଖୁବ୍‌ ବଡ଼ ହୋଇଯିବ ଆଉ ଲୋକମାନେ ତାହାକୁ ମନେ ରଖିପାରିବେ ନାହିଁ ବୋଲି ଭାବି ଏପରି କରିଥିଲେ। ସେତେବେଳକୁ ସେ ‘ଖୟାମ୍‌’ ହୋଇ ନଥିଲେ। ମହମ୍ମଦ ଜହୁର୍‌ ହାସ୍‌ମୀ ନାମରେ ପରିଚିତ ଥିଲେ। ଏହାପରେ ଭାରତ ବିଭାଜିତ ହେଲା। ରେହମାନ୍‌ ହୁସେନ୍‌ କ୍ୟାରିଅର କରିବା ପାଇଁ ଲାହୋର ଚାଲିଗଲେ। ସେ ଏକୁଟିଆ ଶର୍ମାଜୀ ନାମରେ କେତେଗୋଟି ଫିଲ୍ମ କରିଥିଲେ। ସେଥିମଧ୍ୟରୁ ପର୍ଦା, ବିଓ୍ବି ଆଦି ଅନ୍ୟତମ। ବିଓ୍ବିରେ ସେ ପ୍ରଥମ ହିଟ୍‌ ସଙ୍ଗୀତର ସ୍ବାଦ ଚାଖିଲେ। ତାହା ଥିଲା ମହମ୍ମଦ ରଫି ଗାଇଥିବା ‘ଅକେଲେ ମେଁ ଓ୍ବ ଘବରାତା ତୋ ହୋଙ୍ଗେ’।

ଶେଷରେ ଫୁଟ୍‌ପାଥ୍‌ : କିଛିଦିନ ସେ ଶର୍ମାଜୀ ନାମରେ ସଙ୍ଗୀତ ନିର୍ଦ୍ଦେଶନା ଦେବାରେ ଲାଗିଲେ। ୧୯୫୩ରେ ଆସିଲା ଫିଲ୍ମ ‘ଫୁଟ୍‌ପାଥ୍‌’। ଏହାର ନିର୍ଦ୍ଦେଶକ ଥିଲେ ଜିଆ ସରହଦୀ। ତାଙ୍କୁ ଶର୍ମାଜୀ ନାମଟି ଭାରି ପୁରୁଣାକାଳିଆ ମନେ ହେଉଥିଲା। ଆଉ ସେ ତାକୁ ଗୋଟିଏ ନୂଆ ନାମରେ ପରିଚିତ କରେଇବାର ଯୋଜନା ଥିଲା। ଅନେକ ଚିନ୍ତା କରିବା ପରେ ‘ଖୟାମ୍‌’ ନାମଟି ତାଙ୍କ ମୁଣ୍ଡକୁ ଜୁଟିଲା। ବାସ୍ତବିକ୍‌ ଖେୟାଲ ଏବଂ ଠୁମ୍‌ରି ସଙ୍ଗୀତରେ ମହମ୍ମଦ ଜହୁର୍‌ଙ୍କର ଖୁବ୍‌ ପ୍ରବେଶ ଥିଲା। ସେହି ଖେୟାଲ ଶବ୍ଦରୁ ଖୟାମ୍‌ ଶବ୍ଦଟି ତାଙ୍କ ମୁଣ୍ଡକୁ ଜୁଟିଲା। ଆଉ ସେ ‘ଖୟାମ୍‌’ ନାମଟିକୁ ତାଙ୍କର ‘ଫୁଟ୍‌ପାଥ୍‌’ ମୁଭିର ମ୍ୟୁଜିକ୍‌ ଡିରେକ୍ଟର ଭାବରେ ରଖିଲେ। ତାହା ମଧ୍ୟ ତାଙ୍କ ଭାଗ୍ୟକୁ ସୁହାଇଲା ଓ ଗୀତଗୁଡ଼ିକ ମଧ୍ୟ ଖୁବ୍‌ ହିଟ୍‌ କଲା। ଏହାପରେ ସେ ‘ଖୟାମ’ ଭାବରେ ନିଜର ପରିଚିତି ହାସଲ କଲେ। ୨୦୧୯ ଅଗଷ୍ଟ ୧୯ ତାରିଖରେ ଏହି ମହାନ୍‌ ସଙ୍ଗୀତଜ୍ଞଙ୍କ ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri