କଟକରେ ବଢୁଛି କ୍ରେଜ : ପସନ୍ଦରେ ଯୋଗଡ୍ୟାନ୍ସ

କଟକ ଅଫିସ, ୨୧।୬ : ନୀରୋଗ ଜୀବନଯାପନ କରିବାର ମାଧ୍ୟମ ହେଉଛି ଯୋଗ। ଯୋଗ ଦ୍ୱାରା କେବଳ ଶାରୀରିକ ନୁହେଁ ମାନସିକ ଭାବେ ମଧ୍ୟ ଲୋକମାନେ ନୀରୋଗ ହେଉଛନ୍ତି। ଶୁକ୍ରବାର ଅନ୍ତର୍ଜାତୀୟ ଯୋଗ ଦିବସ। ତେବେ କଟକ ସହରରେ ଏବେ ଯୋଗର କ୍ରେଜ୍‌ ବେଶ୍‌ ଅଧିକ। ଗତ ବର୍ଷଗୁଡ଼ିକ ତୁଳନାରେ ଅଧିକମାତ୍ରାରେ ଲୋକ ଏବେ ଯୋଗ ସହ ଜଡ଼ିତ। ଛୋଟଛୋଟ ପିଲା ମଧ୍ୟ ଯୋଗ ପ୍ରତି ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଯୋଗାସନ ମାଧ୍ୟମରେ ଡ୍ୟାନ୍ସ ହିଁ ପିଲାଙ୍କୁ ଅଧିକ ମାତ୍ରାରେ ଆକୃଷ୍ଟ କରୁଛି।
୧୯୯୮ ଅଗଷ୍ଟ ୮ ତାରିଖରେ କଟକରେ ଆରମ୍ଭ ହୋଇଥିଲା ବାରବାଟୀ ଯୋଗ ଆସୋସିଏଶନ। ସତ୍ୟବ୍ରତ ଷ୍ଟାଡିୟମରେ ପ୍ରାତଃଭ୍ରମଣ କରୁଥିବା କେତେଜଣ ବରିଷ୍ଠ ବ୍ୟକ୍ତି ଏହି ଆସୋସିଏଶନ ଗଠନ କରିବାକୁ ଚିନ୍ତା କରିଥିଲେ। ଗୌରମୋହନ କର, ବଟକୃଷ୍ଣ ତ୍ରିପାଠୀ, ରାମଚନ୍ଦ୍ର ସାହୁ, ରଘୁନାଥ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ କେତେଜଣ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଗଠନ ହୋଇଥିଲା ଆସୋସିଏଶନ। ପ୍ରଥମେ ବରିଷ୍ଠ ବ୍ୟକ୍ତିମାନେ ସକାଳ ସମୟରେ ଏଠାରେ ଯୋଗାଭ୍ୟାସ କରୁଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୩ରେ ଛୋଟଛୋଟ ପିଲାଙ୍କୁ ଯୋଗ ପ୍ରଶିକ୍ଷଣ ଦେବାକୁ ଯୋଜନା ହୋଇଥିଲା। ପ୍ରଥମେ କିଛି ମାସ ଜଣେ ପିଲାକୁ ନେଇ ଆରମ୍ଭ ହୋଇଥିଲା ପ୍ରଶିକ୍ଷଣ ଶିବିର। ମାତ୍ର ଏବେ ଏଠାରେ ଅଛନ୍ତି ୪୦ରୁ ଉର୍ଦ୍ଧ୍ୱ ପ୍ରଶିକ୍ଷାର୍ଥୀ। ସ୍କୁଲ ଥିବାରୁ ଛୋଟ ପିଲାଙ୍କ ପାଇଁ ଅପରାହ୍ନରେ ଯୋଗ ପ୍ରଶିକ୍ଷଣ ଦିଆଯାଉଛି। ଆର୍ଟିଷ୍ଟିକ ଓ ରିଦ୍ଦିମିକ ଯୋଗ ଡ୍ୟାନ୍ସ ଦ୍ୱାରା ଅଧିକରୁ ଅଧିକ ବାଳିକାବାଳକ ଏବେ ଯୋଗ ଶିଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ଆସୋସିଏଶନ ପକ୍ଷରୁ କୁହାଯାଇଛି। ଏପରି କି ଏହି ଆସୋସିଏଶନର ପ୍ରଶିକ୍ଷାର୍ଥୀ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri