Posted inରାଜ୍ୟ

କଙ୍ଗାରୁ କୋର୍ଟରେ ପରିବାର ସଦସ୍ୟ ଦଣ୍ଡିତ: ଖଟବିଦ୍ୟାରେ ହୋଇଥିଲେ ଦୋଷୀ ସାବ୍ୟସ୍ତ

ନୟାଗଡ଼ ଅଫିସ,୧୩ା୬: ନୟାଗଡ଼ ଜିଲା ରଣପୁର ଥାନା ରାଜସୁନାଖଳା ପଞ୍ଚାୟତର କୋଟଗଡ଼ ଗ୍ରାମରେ କଙ୍ଗାରୁ କୋର୍ଟ କରି ଏକ ପରିବାରକୁ ଦଣ୍ଡ ଦିଆଯାଇଛି। ଖଟବିଦ୍ୟା ମାଧ୍ୟମରେ ଉକ୍ତ ପରିବାରକୁ ଦୋଷୀ ସାବ୍ୟସ୍ତ କରାଯାଇ ଆକ୍ରମଣ କରାଯାଇଛି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ସୁଫଳ ନ ପାଇବାରୁ ପରିବାର ଲୋକେ ବୁଧବାର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ମେ’ ୧୮ ତାରିଖରେ କୋଟଗଡ଼ ଗ୍ରାମର ଭାସ୍କର ଦୋରାଙ୍କ ଘରୁ ଲୁଟ୍‌ ହୋଇଥିଲା। ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ। ଏ ନେଇ ଭାସ୍କର ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଥିଲା। ଭାସ୍କର ଏ ନେଇ ଗ୍ରାମରେ ଜଣାଇଥିଲେ। ଗାଁ ଲୋକେ କଙ୍ଗାରୁ କୋର୍ଟ କରି ଚୋର ଧରିବା ପାଇଁ ଖଟ ବୁଲାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ଅନୁଯାୟୀ ଗତ ୧୦ ତାରିଖରେ ଗ୍ରାମରେ ଖଟ ବୁଲାଯାଇଥିଲା। କିଛି ସମୟ ଖଟ ବୁଲିବା ପରେ ଗ୍ରାମର ଗୀତାଞ୍ଜଳି ଦୋରାଙ୍କ ଘରେ ଲାଗିଥିଲା। ତେଣୁ ସେ ଚୋରି କରିଥିବା ସନ୍ଦେହ କରି ରାତି ୮ଟାରେ ଗୀତାଞ୍ଜଳିଙ୍କ ଘରକୁ ସ୍ଥାନୀୟ କେତେଜଣ ଭଦ୍ରଲୋକ ଯାଇ ପଚରାଉଚରା କରିଥିଲେ। ଗୀତାଞ୍ଜଳି ଚୋରି କରି ନ ଥିବା କହିଥିଲେ। ପରଦିନ ଅର୍ଥାତ୍‌ ୧୧ ତାରିଖରେ ଗ୍ରାମରେ ଆଉଥରେ ବୈଠକ ବସିଥିଲା। ଉକ୍ତ ବୈଠକରେ ମଧ୍ୟ ଗୀତାଞ୍ଜଳି ଚୋରି କରି ନ ଥିବା ପ୍ରକାଶ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଭାସ୍କରଙ୍କ ସହ ଅନ୍ୟମାନେ ଉଠି ପଳାଇବାରୁ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ଅପରାହ୍ନ ୨ଟା ୩୦ରେ ଭାସ୍କର, ସ୍ତ୍ରୀ ଦମୟନ୍ତୀ, ଭାଇ କୁସୁନି ଓ ତାଙ୍କ ସ୍ତ୍ରୀ ଗୋଲାପ ଗୀତାଞ୍ଜଳିଙ୍କ ଘରକୁ ଆସିଥିଲେ। ସମସ୍ତେ ଲୁହାରଡ୍‌ ଓ କଟୁରିରେ ଗୀତାଞ୍ଜଳ, ତାଙ୍କ ନଣନ୍ଦ ତୁଳସୀ ଦୋରା, ଭଉଣୀ ଟୁକୁନି ଦୋରାଙ୍କୁ ଆକ୍ରମଣ କରିଥିଲେ। ସମସ୍ତେ ଏଥିରେ ଆହତ ହୋଇଥିଲେ। ସେହି ରାତିରେ ଆହତମାନେ ରାଜସୁନାଖଳା ମେଡ଼ିକାଲରେ ଚିକିତ୍ସିତ ହୋଇଥିଲେ। ଗ୍ରାମରେ ଜୀବନ ପ୍ରତି ବିପଦ ଥିବାରୁ ଏମାନେ ଏଣେତେଣେ ଲୁଚିଛପି ରହୁଛନ୍ତି। ବୁଧବାର ଗୀତାଞ୍ଜଳି ଓ ତାଙ୍କ ପରିବାର ଲୋକେ ଏ ନେଇ ଏସ୍‌ପିଙ୍କଠାରେ ଅଭିଯୋଗ କରିବାକୁ ଆସିଥିଲେ। ହେଲେ ଏସ୍‌ପି ଅନୁପସ୍ଥିତ ଥିବାରୁ ତାଙ୍କସହ ଦେଖା ହୋଇପାରି ନ ଥିଲା। ଉଭୟ ଦମୟନ୍ତୀ ଓ ଗୀତାଞ୍ଜଳିଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ରଣପୁର ଥାନା ଅଧିକାରୀ ବୈଦ୍ୟନାଥ ଭୋଇ ପ୍ରକାଶ କରିଛନ୍ତି। ଦମୟନ୍ତୀଙ୍କ ଅଭିଯୋଗକୁ ଆଧାର କରି ଥାନାରେ ୧୨୮/୧୯ରେ ମାଲା ରୁଜୁ କରାଯାଇଛି। ଗୀତାଞ୍ଜଳିଙ୍କ ପରିବାର ଲୋକେ ତାଙ୍କୁ ଆକ୍ରମଣ କରିଥିବା ଦମୟନ୍ତୀ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଗୀତାଞ୍ଜଳିଙ୍କ ଅଭିଯୋଗକୁ ଆଧାର କରି ଥାନାରେ ୧୨୯/୧୯ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଭୋଇ ପ୍ରକାଶ କରିଛନ୍ତି। ଦିନ ଦ୍ୱିପ୍ରହରରେ ଖଟବିଦ୍ୟା ମାଧ୍ୟମରେ ଜଣଙ୍କୁ ନିର୍ଯାତନା ଦେବା ଓ ମାଡ଼ ମାରିବା ଘଟଣା ଜିଲା ପୋଲିସର ପାରିଲାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri