ଓରେରାକୁ ଚକମା ଦେଉଛନ୍ତି ଅସାଧୁ ବିଲ୍‌ଡର

ଭୁବନେଶ୍ୱର,୧୩-୯(ବ୍ୟୁରୋ):ଘର କିମ୍ବା ଜମି କିଣୁଥିବା ବ୍ୟକ୍ତି ଅନେକ ସମୟରେ ଅସାଧୁ ପ୍ରମୋଟର ଓ ରିୟଲ ଇଷ୍ଟେଟ ମାଲିକଙ୍କର ଶୋଷଣର ଶିକାର ହେଉଥିଲେ। ଗ୍ରାହକମାନଙ୍କୁ ସେମାନଙ୍କଠାରୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ରିୟଲ ଇଷ୍ଟେଟ୍‌ (ରେଗୁଲେଶନ ଆଣ୍ଡ ଡେଭଲପମେଣ୍ଟ) ଆଇନ-୨୦୧୬ କାର୍ଯ୍ୟକାରୀ କରିଛନ୍ତି। ଏହାର ବର୍ଷକ ପରେ ରାଜ୍ୟ ସରକାର ଓଡ଼ିଶା ରିୟଲ ଇଷ୍ଟେଟ୍‌ (ରେଗୁଲେଶନ ଆଣ୍ଡ ଡେଭଲପମେଣ୍ଟ) ରୁଲ୍‌ସ-୨୦୧୭ କାର୍ଯ୍ୟକାରୀ କଲେ। ଅସାଧୁ ବିଲଡର ଏବଂ ରିୟଲ ଇଷ୍ଟେଟ୍‌ ମାଲିକଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାର ଓଡ଼ିଶା ରିୟଲ ଇଷ୍ଟେଟ୍‌ ରେଗୁଲେଟୋରୀ ଅଥରିଟି (ଓରେରା) ଗଠନ କରିଛନ୍ତି। ଏଥିସହିତ ରିୟଲ ଇଷ୍ଟେଟ୍‌ ଟ୍ରିବ୍ୟୁନାଲ ମଧ୍ୟ ଗଠନ କରାଯାଇଛି। ଏହି ଦୁଇଟି ସଂସ୍ଥାର ପ୍ରଶାସନିକ ଖର୍ଚ୍ଚ ବାବଦରେ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଓରେରା ଗଠନ ହେବାର ୨ ବର୍ଷ ପୂରି ଗଲାଣି। ବେଆଇନ ବିଲ୍‌ଡରଙ୍କ ଉପରେ ଅଙ୍କୁଶ ଲଗାଇବା ପରିବର୍ତ୍ତେ ପୂର୍ଣ୍ଣ କ୍ଷମତା ଦିଆଯାଇ ନ ଥିବାରୁ ଅସହାୟ ଅବସ୍ଥାରେ ରହିଛି। ଅସାଧୁ ବିଲ୍‌ଡରମାନେ ଓରେରାକୁ ଚକମା ଦେଇ ନିଜର କଳା କାରନାମା ଅବାଧରେ ଚଳାଇଥିବା ବେଳେ ପଞ୍ଜୀକୃତ ହୋଇଥିବା ରିୟଲ ଇଷ୍ଟେଟ ଓ ଡେଭଲପରମାନେ ଫସି ଯାଇଛନ୍ତି। ଅସାଧୁ ବିଲ୍‌ଡରମାନେ ପୂର୍ବରୁ ଚଳାଇ ଆସୁଥିବା ଜମିବାଡ଼ି ବ୍ୟବସାୟକୁ ବନ୍ଦ କରି ଜମି ମାଲିକ ଓ ଚାଷୀଙ୍କୁ ମୋହରା ବନାଇ ଅବାଧରେ ବହୁ କୋଟି ଟଙ୍କାର ବ୍ୟବସାୟ କରି ଚାଲିଛନ୍ତି। ଚତୁରତାର ସହିତ ଚାଷୀମାନଙ୍କୁ କିଛି ଟଙ୍କା ଦେଇ ଜମି ହାତେଇ ନେଉଛନ୍ତି। ଜମି ମାଲିକଙ୍କ ଜରିଆରେ କିଣା ବିକା ଚଳାଇଛନ୍ତି। ଏହି କାର୍ଯ୍ୟରେ ଜମି ଖରିଦ୍‌ ବିକ୍ରି ପଞ୍ଜୀକରଣ ଦାୟିତ୍ୱରେ ଥିବା ଡିଷ୍ଟ୍ରିକ୍ଟ ରେଜିଷ୍ଟ୍ରାର ଓ ସବ୍‌ରେଜିଷ୍ଟାରମାନଙ୍କର ପ୍ରଚ୍ଛନ୍ନ ହାତ ରହିଥିବା ଅଭିଯୋଗ ହୋଇଛି। ଓରେରା ନାମରେ ଜାଲ୍‌ ଫି ୧୫ରୁ ୨୫ ହଜାର ଟଙ୍କା ଆଦାୟ କରି ଶହ ଶହ ବେଆଇନ ଜମିକୁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଲେ-ଆଉଟ ଅନୁମୋଦନ ବିନା ରେଜିଷ୍ଟ୍ରି କରାଯାଉଛି। ଇନ୍ସପେକ୍ଟର ଜେନେରାଲ ଅଫ୍‌ ରେଜିଷ୍ଟ୍ରେଶନ (ଆଇଜିଆର) ମଧ୍ୟ ଏହାକୁ ଅଣଦେଖା କରି ଚାଲିଛନ୍ତି। ରାଜ୍ୟରେ ଗତ ୨ ବର୍ଷ ହେବ କେତେ ଜମି ବିକ୍ରି ହୋଇଛି ତାହାର ତାଲିକା ଓରେରା ପକ୍ଷରୁ ଆଇଜିଆରଙ୍କୁ ବାରମ୍ବାର ମଗାଯାଉଥିଲେ ମଧ୍ୟ ଦିଆଯାଉନାହିଁ। ନିକଟରେ ଆଇଜିଆର, ସବ୍‌ରେଜିଷ୍ଟ୍ରାର ଓ ଓରେରା କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ ହୋଇଥିଲେ ମଧ୍ୟ ବେଆଇନ ଜମି ରେଜିଷ୍ଟ୍ରି କାର୍ଯ୍ୟରେ ଅଙ୍କୁଶ ଲାଗିବା ପରିବର୍ତ୍ତେ ବଢି ଚାଲିଛି। ସବ୍‌ରେଜିଷ୍ଟ୍ରାରମାନଙ୍କୁ ଓରେରା ଗାଇଡ୍‌ଲାଇନ ଦିଆଯାଇଥିଲେ ମଧ୍ୟ ତାହାକୁ ଅଣଦେଖା କରାଯାଉଛି। ଅଭିଯୋଗ ମିଳିବା ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ପଞ୍ଜୀକରଣର ତଦନ୍ତ ସୀମିତ ରହିଥିବା ବେଳେ ବିଲ୍‌ଡରମାନେ ଲୁଚିଛପି ନିଜର କଳା ବ୍ୟବସାୟ ଚାଲୁ ରଖିଛନ୍ତି।
ଅନ୍ୟପକ୍ଷରେ ସଚ୍ଚୋଟ ଉପାୟରେ ନିଜର ବ୍ୟବସାୟ କରିବାକୁ ପାଦ କାଢିଥିବା ପଞ୍ଜୀକୃତ ରିୟଲ ଇଷ୍ଟେଟ ଏବଂ ଡେଭଲପରମାନେ ଓରେରାର ଚକ୍ରବୂ୍ୟହରେ ଫସିଯାଇଛନ୍ତି। ଓରେରା ଗାଇଡ ଲାଇନରୁ ସାମାନ୍ୟ ବିଚ୍ୟୁତି ହେବା ମାତ୍ରେ ପ୍ରକଳ୍ପକୁ ଫୋପାଡ଼ି ଦିଆଯାଉଛି। ଅନ୍‌ଲାଇନ ଆବେଦନ ଡେଭଲପରଙ୍କ ସମସ୍ୟାକୁ ଆହୁରି ବଢାଇଦେଇଛି। ସଫ୍ଟଓ୍ବେର ସମସ୍ୟା ଯୋଗୁ ମାସ ମାସ ଧରି ପ୍ରକଳ୍ପ ଅନୁମୋଦନ ନ ହୋଇ ପଡ଼ିରହୁଛି। ଆଇନଗତ ସମସ୍ୟା ଯୋଗୁ ପ୍ରକଳ୍ପ ଅନୁମୋଦନ ହେବାରେ ସମସ୍ୟା ରହୁଥିବା ଓରେରା ପକ୍ଷରୁ କୁହାଯାଉଛି। ଓରେରାରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୭ ମେ ୧ ତାରିଖରୁ ୨୦୧୯ ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ମୋଟ ୭୨୬ଟି ପ୍ରକଳ୍ପ ଅନୁମୋଦନ ପାଇଁ ଆବେଦନ କରାଯାଇଛି। ସେଥିରୁ ମାତ୍ର ୩୦୮ଟି ଅନୁମୋଦନ ହୋଇଛି। ଗ୍ରାମାଞ୍ଚଳରେ ଗଢି ଉଠିଥିବା ତଥା ବିଡିଓ ଏବଂ ସରପଞ୍ଚଙ୍କ ଦ୍ୱାରା ଅନୁମୋଦିତ ୧୪୬ଟି ଆବାସିକ, ବ୍ୟବସାୟିକ ପ୍ରକଳ୍ପ ପାଇଁ କୌଣସି ଗାଇଡ୍‌ଲାଇନ ନ ଥିବାରୁ ତାହା ତ୍ରିଶଙ୍କୁ ଅବସ୍ଥାରେ ରହିଛି। ଏହି ପ୍ରକଳ୍ପ ଗୁଡ଼ିକରେ ନିର୍ମିତ ୨୨,୩୩୩ଟି ଆବାସିକ ଗୃହ ଗ୍ରାହକଙ୍କ ନାମରେ ପଞ୍ଜୀକୃତ ହୋଇପାରୁନାହିଁ। କୋଟି କୋଟି ଟଙ୍କା ପୁଞ୍ଜି ନିବେଶ କରିଥିବା ଡେଭଲପରମାନେ ସେମାନଙ୍କ ଆପାର୍ଟମେଣ୍ଟକୁ ବିକ୍ରି କରିପାରୁନାହାନ୍ତି। ଦେଶରେ ଆର୍ଥିକ ମାନ୍ଦାବସ୍ଥା ଚାଲିଥିବା ବେଳେ ରାଜ୍ୟରେ ପଞ୍ଜୀକୃତ ରିୟଲ ଇଷ୍ଟେଟ୍‌ରେ କର୍ମଚାରୀ ଛଟେଇ ହେବା ସହ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ରାଜ୍ୟରେ ପ୍ରାୟ ୩୫୦ ଅସାଧୁ ବିଲ୍‌ଡର ଚାଷୀଙ୍କ ଆଢୁଆଳରେ ରହି ଏଭଳି କଳାକାରନାମା ଚଳାଇଛନ୍ତି। ଏଥିଯୋଗୁ ରାଜ୍ୟ ସରକାରଙ୍କୁ ବାର୍ଷିକ ପ୍ରାୟ ୩ ହଜାର କୋଟି କ୍ଷତି ସହିବାକୁ ପଡୁଛି। ଆଇଜିଆର କିମ୍ବା ସବ୍‌ରେଜିଷ୍ଟ୍ରାରମାନଙ୍କର ସହଯୋଗ ମିଳୁ ନ ଥିବାରୁ ଅସାଧୁ କାରବାର ରୋକାଯାଇ ପାରୁନାହିଁ। ପ୍ରକଳ୍ପ ଅନୁମୋଦନ ପାଇଁ ଆସିଲେ ଓରେରା ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିବ। ଏହାକୁ ଦୃଷ୍ଟିରେ ରଖି ଆବାସିକ ପ୍ରକଳ୍ପ ପାଇଁ ପ୍ରତି ବର୍ଗମିଟରକୁ ୫ ଟଙ୍କା ସର୍ବାଧିକ ୨ଲକ୍ଷ ୫୦ ହଜାର ଟଙ୍କା, ବାଣିଜି୍ୟକ ପ୍ରକଳ୍ପ ପାଇଁ ପ୍ରତି ବର୍ଗମିଟରକୁ ୧୦ ଟଙ୍କା ସର୍ବାଧିକ ୫ ଲକ୍ଷ ଏବଂ ଉଭୟ ଆବାସିକ ଓ ବ୍ୟବସାୟିକ ପ୍ରକଳ୍ପ ପାଇଁ ପ୍ରତି ବର୍ଗମିଟରକୁ ୭ ଟଙ୍କା ସର୍ବାଧିକ ୩ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ବେଆଇନ ଜମି କାରବାର ଯୋଗୁ ପ୍ରକଳ୍ପ ଆୟରୁ ଓରେରା ନିଜ ଖର୍ଚ୍ଚ ତୁଲାଇବା ନେଇ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ମଧ୍ୟ ଧୂଳିସାତ୍‌ ହେଉଛି। ଅନ୍ୟପକ୍ଷରେ ରିୟଲ ଇଷ୍ଟେଟ ଆଇନର ଭିତରେ ରହି ସରକାରଙ୍କୁ ଟିକସ ଦେଉଥିବା ବିଲ୍‌ଡରମାନେ ମଧ୍ୟ ଏହି ବ୍ୟବସାୟରୁ ମୁହଁ ମୋଡ଼ିବା ଆରମ୍ଭ କଲେଣି। ଯେଉଁ କେତେକ ତିଷ୍ଠି ରହିଛନ୍ତି ପ୍ରକଳ୍ପ ଅନୁମୋଦନରେ ବିଳମ୍ବ ହେଉଥିବାରୁ ସାଂଘାତିକ ଆର୍ଥିକ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି। ସରକାର ଏ ଦିଗରେ ତୁରନ୍ତ ଧ୍ୟାନ ନ ଦେଲେ ରିୟଲ ଇଷ୍ଟେଟ୍‌ ବ୍ୟବସାୟ ଅନ୍ଧକାରମୟ ହେବ ବୋଲି ରିୟଲ ଇଷ୍ଟେଟ ସଂଘ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାର ବେଆଇନ ଜମି ବିକ୍ରି କରିବା ଉପରେ କଟକଣା ନ ଲଗାଇଲେ ଅସାଧୁ ବିଲ୍‌ଡରଙ୍କର କଳାକାରବାରକୁ ରୋକାଯାଇପାରିବ ନାହିଁ ବୋଲି ଓରେରାର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri