ଓରେରା ଟ୍ରିବ୍ୟୁନାଲ ଅକାମୀ

ଭୁବନେଶ୍ୱର,୮।୬(ବ୍ୟୁରୋ): ଘର ଓ ଜମି ବିକୁଥିବା ବେଆଇନ ପ୍ରମୋଟର ଏବଂ ରିୟଲ ଇଷ୍ଟେଟଗୁଡ଼ିକ ଉପରେ ଅଙ୍କୁଶ ଲଗାଇବାକୁ ଗଠନ କରାଯାଇଥିବା ଓଡ଼ିଶା ରିିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି(ଓରେରା) ମେରୁଦଣ୍ଡବିହୀନ ହୋଇଯାଇଛି। ନାମକୁ ମାତ୍ର ଗଠନ କରାଯାଇଥିବା ଏହି ସଂସ୍ଥା ଲୋକମାନଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଏକ ପ୍ରକାର ଥଇଥାନ କେନ୍ଦ୍ର ପାଲଟିଛି। ଏଥିରେ ବିଭିନ୍ନ ପଦବୀରେ ନିୟୋଜିତ ଅବସରପ୍ରାପ୍ତ ଅଧିକାରୀଙ୍କୁ ମୋଟା ଅଙ୍କର ଦରମା ଦେଇ ସରକାର ବହୁକୋଟି ଟଙ୍କା ବରବାଦ କରିଚାଲିଛନ୍ତି। ଓରେରା ଗଠନ ହେବାର ୨ବର୍ଷ ପରେ ମଧ୍ୟ ଓଡ଼ିଶା ରିୟଲ ଇଷ୍ଟେଟ୍‌ ଆପିଲେଟ ଟ୍ରିବ୍ୟୁନାଲ(ଓଆର୍‌ଇଏଟି) ଠିକ୍‌ଭାବେକାର୍ଯ୍ୟକ୍ଷମ ନ ହେବା ଯୋଗୁ ଘର ଓ ଜମି କିଣୁଥିବା ଗ୍ରାହକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି।
ଘର କିମ୍ବା ଜମି କିଣୁଥିବା ଲୋକମାନେ ଅନେକ ସମୟରେ ଅସାଧୁ ପ୍ରମୋଟର ଓ ରିୟଲ ଇଷ୍ଟେଟ ମାଲିକଙ୍କ ଶୋଷଣର ଶିକାର ହେଉଥିଲେ। ଗ୍ରାହକଙ୍କୁ ସେମାନଙ୍କ ଠାରୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ରିୟଲ ଇଷ୍ଟେଟ୍‌ (ରେଗୁଲେଶନ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ) ଆଇନ-୨୦୧୬ କାର୍ଯ୍ୟକାରୀ କରିଛନ୍ତି। ଏହାର ବର୍ଷକ ପରେ ରାଜ୍ୟ ସରକାର ଓଡ଼ିଶା ରିୟଲ ଇଷ୍ଟେଟ୍‌ (ରେଗୁଲେଶନ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ) ରୁଲ୍‌ସ-୨୦୧୭ କାର୍ଯ୍ୟକାରୀ କରିବା ସହିତ ଓରେରା ଗଠନ କରିଥିଲେ। ଏଥିରେ ଅଧ୍ୟକ୍ଷଭାବେ ଅମୀୟ ମହାପାତ୍ରଙ୍କୁ ୨୦୧୭ ଅକ୍ଟୋବର ୭ରେ ନିୟୁକ୍ତି ଦିଆଯାଇଥିଲା। ତାଙ୍କ ସହ ଅନ୍ୟ ୨ସଦସ୍ୟ ନିରଞ୍ଜନ ସାହୁ ଓ ବିକାଶ ମହାପାତ୍ରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା। ଜମି ଓ ଘର କିଣୁଥିବା ଲୋକଙ୍କୁ ନ୍ୟାୟ ଦେବା ପାଇଁ ଓଆର୍‌ଇଏଟି ଗଠନ କରିବା ବ୍ୟବସ୍ଥା ରହିଛି। ହେଲେ ଏକ ଭିନ୍ନ ଟିବ୍ୟୁନାଲ ଗଠନ କରିବା ପରିବର୍ତ୍ତେ ୨୦୧୭ ସେପ୍ଟେମ୍ବର ୧୬ରେ ରାଜ୍ୟ ସରକାର ପୂର୍ବରୁ ଥିବା ସେଲ୍ସଟ୍ୟାକ୍ସ ବା ବିକ୍ରିକର ଟ୍ରିବ୍ୟୁନାଲକୁ ଏହି ରିୟଲ୍‌ ଇଷ୍ଟେଟ ଆପିଲେଟ ଅଥରିଟିର ଦାୟିତ୍ୱ ଦେଇଥିଲେ। ତେବେ ଉକ୍ତ ଟ୍ରିବ୍ୟୁନାଲ୍‌କୁ ହଠାତ୍‌ ୨୦୧୯ ଫେବୃୟାରୀ ୨ ତାରିଖରେ ବନ୍ଦ କରି ଦିଆଗଲା। ଏନେଇ ପ୍ରଥମେ ହାଇକୋର୍ଟ ଏବଂ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌ ପରେ ରାଜ୍ୟ ସରକାର ଟ୍ରିବ୍ୟୁନାଲ୍‌ ଗଠନ କରିବା ପ୍ରକ୍ରିୟା ଆରମ୍ଭ କଲେ। ୨୦୧୯ ସେପ୍ଟେମ୍ବର ୫ରେ ଓଆର୍‌ଇଏଟିର ଅଧ୍ୟକ୍ଷଭାବେ ଜଷ୍ଟିସ୍‌ ସୁବାସ ଚନ୍ଦ୍ର ପରିଜାଙ୍କୁ ନିଯୁକ୍ତି ଦିଆଗଲା। ଏହାପରେ ୨ଜଣ ସଦସ୍ୟ ଭାବେ ଇଶନ୍‌ ଦାସ ଓ ମଳୟ ଚାର୍ଟାିୀଙ୍କୁ ନିଯୁକ୍ତ କରାଗଲା। ଆପିଲେଟ ଟ୍ରିବ୍ୟୁନାଲର ଅସ୍ଥାୟୀ କାର୍ଯ୍ୟାଳୟ ଫର୍ଚୁନ୍‌ ଟାଓ୍ବାର ଠାରେ ଖୋଲାଯାଇଛି। ଏହାକୁ କାର୍ଯ୍ୟକ୍ଷମ କରିବାକୁ ୧୭ ଜଣ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଅଧିକାରୀ ଓ କର୍ମଚାରୀଙ୍କ ଦରମା ଏବଂ ପ୍ରଶାସନିକ ଖର୍ଚ୍ଚ ବାବଦରେ ସରକାର ଇତିମଧ୍ୟରେ ପ୍ରାୟ ୧କୋଟି ଖର୍ଚ୍ଚ ହେଲାଣି। ମାତ୍ର ଏଯାବତ୍‌ ଉକ୍ତ ଟ୍ରିବ୍ୟୁନାଲରେ ଗୋଟିଏ ହେଲେ ମାମଲା ଫଇସଲା ହୋଇପାରି ନାହିଁ। ଯାହାକୁ ନେଇ ଘର କିଣିବାକୁ ଇଚ୍ଛୁକ ଥିବା ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଫାଉଣ୍ଡେଶନ ଅଫ ଓଡ଼ିଶା ଆପାର୍ଟମେଣ୍ଟ ଆସୋସିଏଶନର ସାଧାରଣ ସମ୍ପାଦକ ବିମଳେନ୍ଦୁ ପ୍ରଧାନ କହିଛନ୍ତି ଯେ, ଓଆର୍‌ଇଏଟି ଗଠନ ହେବା ଦିନଠୁ ଏଯାବତ୍‌ ଗୋଟିଏ ହେଲେ ମାମଲା ଫଇସଲା ହୋଇ ନ ଥିବା ବେଳେ ସରକାର କେଉଁ ଉଦ୍ଦେଶ୍ୟରେ ଅପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ଓରେରା ଅଧ୍ୟକ୍ଷ ଅମିୟ ମହାପାତ୍ର ନିଜ ପଦବୀରୁ ୨୦୨୦ ଫେବୃୟାରୀ ୧୦ରେ ଇସ୍ତଫା ଦେଇଥିବାବେଳେ ମେ ୧୧ ତାରିଖରୁ ତାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। ତାଙ୍କ ସ୍ଥାନରେ ସଦସ୍ୟ ନିରଞ୍ଜନ ସାହୁ କାମଚଳା ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଫଳରେ ବିଭିନ୍ନ ପ୍ରକଳ୍ପ ଅନୁମୋଦନ କାର୍ଯ୍ୟ ହୋଇପାରୁ ନ ଥିବାରୁ ପ୍ରମୋଟରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ମାସକୁ ୩୦ରୁ ୪୦ ପ୍ରକଳ୍ପ ଅନୁମୋଦନ ପାଇଁ ଓରେରାକୁ ଆସୁଥିବାବେଳେ ସେଥିରୁ ମାତ୍ର ୪ରୁ ୫ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଉଥିବା ସୂଚନା ମିଳିଛି।
କ୍ରେଡାଇ ଓଡ଼ିଶାର ଚେୟାରମ୍ୟାନ ଡି.ଏସ୍‌. ତ୍ରିପାଠୀଙ୍କ କହିବା ହେଲା ଓରେରାରେ ପ୍ରକଳ୍ପ ଅନୁମୋଦନରେ ବିଳମ୍ବ ହେଉଛି। ନିୟମ ଅନୁସାରେ ୩୦ଦିନ ମଧ୍ୟରେ ପ୍ରକଳ୍ପ ଅନୁମୋଦନ ହେବା କଥା, ହେଲେ ୬ ରୁ ୮ମାସ ବିତିଯାଉଥିଲେ ବି ଅନୁମୋଦନ ମିଳୁନାହିଁ। ଏହାଦ୍ୱାରା ପ୍ରମୋଟର ଓ ବିଲ୍‌ଡରମାନେ ଆର୍ଥିକ କ୍ଷତି ସହିତ ଶ୍ରମିକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପର ଅନୁମୋଦନ ପାଇଁ ଦୃଷ୍ଟି ଦେବାର ଆବଶ୍ୟକ ରହିଛି ବୋଲି ତ୍ରିପାଠୀ କହିଛନ୍ତି।
ଏ ସମ୍ପର୍କରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଓରେରା ଅଧ୍ୟକ୍ଷ ଇସ୍ତଫା ଦେବା ପରେ ସଦସ୍ୟ ନିରଞ୍ଜନଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ସେ ସମସ୍ତ କାର୍ଯ୍ୟ ତୁଲାଉଛନ୍ତି। ଅଧ୍ୟକ୍ଷ ନିଯୁକ୍ତି ନେଇ କମିଟି ଗଠନ କରାଯାଇଛି। ଖୁବ୍‌ଶୀଘ୍ର ନିଯୁକ୍ତି ଦିଆଯିବ। ଟ୍ରିବ୍ୟୁନାଲ୍‌ ସମ୍ପର୍କରେ ମନ୍ତ୍ରୀ କହିଲେ ଯେ, ସେ ବିଷୟରେ ତାଙ୍କ ପାଖରେ କିଛି ଖବର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri