Posted inଖେଳ

ଓପନିଂ କରିବା ମୋତେ ସୁହାଉଛି: ରୋହିତ

ବିଶାଖାପାଟଣା,୩।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଅପରାଜିତ ଶତକ ହାସଲ କରିବା ପରେ ଭାରତୀୟ ଓପନର ରୋହିତ ଶର୍ମା ବେଶ୍‌ ଆସ୍ବସ୍ତି ଲାଭ କରିଥିବେ। ଟେଷ୍ଟରେ ଇନିଂସ ଓପନ୍‌ କରିବା ମୋତେ ବେଶ୍‌ ସୁହାଉଛି। ଏଥିପାଇଁ ଅବଶ୍ୟ ମାନସିକ ଭାବେ ପ୍ରସ୍ତୁତ ଥିଲି। ଗତ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଇନିଂସ ଓପନ୍‌ କରିବି ବୋଲି ବେଶ୍‌ ଚର୍ଚ୍ଚା ହେଉଥିଲା। ଗତ ଦୁଇ ବର୍ଷ ହେବ ଏହି ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ ଥିଲି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ରୋହିତ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇ ନ ଥିଲେ। ପୁଣି ଅଜିଙ୍କ ରାହାନେ ଓ ହନୁମା ବିହାରୀ ଭଲ ଫର୍ମରେ ଥିବାରୁ ରୋହିତଙ୍କୁ ଅନ୍ତିମ ଏକାଦଶରେ ସ୍ଥାନ ମିଳି ନ ଥିଲା। ଦିନିକିଆ ଓ ଟେଷ୍ଟରେ ଇନିଂସ ଓପନ କରିବା ଅବଶ୍ୟ ଭିନ୍ନ ବୋଲି ସେ ସ୍ବୀକାର କରିଛନ୍ତି। ମାନସିକ ଭାବେ ପ୍ରସ୍ତୁତ ରହିବା ସବୁଠାରୁ ବଡ଼ କଥା। ବୈଷୟିକ ଦୃଷ୍ଟିକୋଣରୁ ମଧ୍ୟ ପ୍ରସ୍ତୁତ ରହିବା ଆବଶ୍ୟକ। ନୂଆ ବଲ୍‌ରେ ବ୍ୟାଟିଂ କରିବା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ୍‌। ୬ ନମ୍ବରରେ ବ୍ୟାଟିଂ କରିବା ବେଳେ ବଲ୍‌ ରିଭର୍ସ କରିଥାଏ। ଫିଲ୍ଡିଂ ସଜା ମଧ୍ୟ ଭିନ୍ନ ହୋଇଥାଏ। ଏହି ସୁଯୋଗକୁ ଅପେକ୍ଷା କରିଥିଲି। ଟେଷ୍ଟରେ ନୂଆ ବଲ୍‌କୁ ଖେଳିବା ନିଶ୍ଚିତ ଭାବେ କଷ୍ଟକର। କାରଣ ବଲ୍‌ର ଗତିରେ ଦିଗରେ ଭିନ୍ନତା ରହିଥାଏ। ଦେହ ସହିତ ଲାଗି କରି ଖେଳିବାକୁ ପ୍ରୟାସ କରିଥିଲି ଓ ଆବଶ୍ୟକ ପଡିଲେ ବଲ୍‌କୁ ଛାଡି ଦେବାକୁ ଶ୍ରେୟସ୍କର ମଣିଥିଲି। ୭-୮ ଓଭର ପରେ ବଲ୍‌ ଚମକ କମିଗଲେ କିଭଳି ଖେଳିବାକୁ ହେବ ଜାଣିଥିଲି। ଏହା ଏକ ସ୍ଲୋ ଓ ଲୋ ପିଚ୍‌ ହୋଇଥିବାରୁ ସତର୍କତା ଅବଲମ୍ବନ କରିଥିଲି। ପୂର୍ବରୁ ଭାରତରେ ବହୁତ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛି। ତେଣୁ ପରିସ୍ଥିତି ସମ୍ପର୍କରେ ଭଲ ଭାବେ ଅବଗତ ରହିଛି। ଫିଲ୍ଡରମାନେ ସର୍କଲ ଭିତରେ ଥିଲେ କିପରି ବ୍ୟାଟିଂ କରିବାକୁ ହେବ ତାହା ମଧ୍ୟ ଜାଣିଛି ବୋଲି ରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri