Posted inଖେଳ

ଓପନରେ ଆୟୁଷ, ବାଳିକାରେ ଜ୍ୟୋତିକା ଅଗ୍ରଣୀ

କଟକ ଅଫିସ,୧୪ା୭-ପୂର୍ବତଟ ରେଳପଥ ପ୍ରତିଷ୍ଠାନ ପରିସରରେ ଚାଲିଥିବା ରାଜ୍ୟ ୯ ବର୍ଷରୁ କମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଶନିବାର ୪ ରାଉଣ୍ଡ ଖେଳ ଶେଷ ହୋଇଛି। ଓପନ୍‌ ବର୍ଗରେ ଆୟୁଷ ଆର୍ଯ୍ୟନ ମହାପାତ୍ର, ଆୟୁଷ୍ମାନ ମହାନ୍ତି ଓ ଶ୍ରୀୟଂଶ ଦେ ୪ପଏଣ୍ଟ ଲେଖାଏ ହାସଲ କରି ଅଗ୍ରଣୀ ରହିଛନ୍ତି। ବିଶ୍ୱଜିତ ରାୟ, ଶ୍ରେୟାଂଶ ହୋତା, ଆଦିତ୍ୟ ବିକ୍ରମ ମିଶ୍ର, ପ୍ରତ୍ୟୁଷ ନାୟକ ୩.୫ ପଏଣ୍ଟ ଲେଖାଏ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ବାଳିକା ବର୍ଗରେ ଜ୍ୟୋତିକା ସାହୁ ଓ ସାଇ ସମ୍ପ୍ରଦା ମହାନ୍ତି ୪ ପଏଣ୍ଟ ଲେଖାଏ ପାଇ ଅଗ୍ରଣୀ ରହିଥିବା ବେଳେ ସନ୍ଦୀପା ପ୍ରିୟଦର୍ଶିନୀ ୩.୫ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହେବ। ରାଜେନ୍ଦ୍ର କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନ୍ତର୍ଜାତୀୟ ଆର୍ବିଟର ତାପସ ମହାନ୍ତି, ନୀହାର ରଞ୍ଜନ ସାସମଲ ଖେଳ ପରିଚାଳନା କରୁଛନ୍ତି। ସେକ ମନସୁର ଅଲ୍ଲୀ, ସାହେବ ଅଖ୍‌ତାର ସହାୟତା କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND v SA, 3rd T20I: ଦକ୍ଷିଣ ଆଫ୍ରିକାକୁ ମହଙ୍ଗା ପଡିଲାକି ଗମ୍ଭୀରଙ୍କ ଚତୁର ରଣନୀତି, ହଠାତ୍…

ନୂଆଦିଲ୍ଲୀ,୧୫।୧୨: ତୃତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଛି । ଅର୍ଶଦୀପ ସିଂହଙ୍କ ବୋଲିଂ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା...

Lionel Messi India Tour: ଭାରତ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଫୁଟବଲ କିମ୍ବଦନ୍ତୀ ମେସି

ନୂଆଦିଲ୍ଲୀ,୧୫।୧୨: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଜଣେ ଭାବରେ ବିବେଚିତ ଲିଓନେଲ ମେସି (GOAT Tour of India 2025), ସୋମବାର ଦିଲ୍ଲୀରେ ଅନେକ...

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ରନ ଆଉଟ ହୋଇଥିବା ୫ ଜଣ ବ୍ୟାଟସମ୍ୟାନ: ଏହି ଭାରତୀୟ ଖେଳାଳି ୫୩ ଥର ହୋଇଛନ୍ତି ରନ ଆଉଟ

ନୂଆଦିଲ୍ଲୀ,୧୫।୧୨: ରନ ଆଉଟ ହେବା କ୍ରିକେଟର ସବୁଠାରୁ ହତାଶାଜନକ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ, ଏବଂ କେତେକ ସମୟରେ, ବ୍ୟାଟସମ୍ୟାନମାନେ ଗୋଟିଏ ବଲ ମଧ୍ୟ ନ ଖେଳି...

ବର୍ଷ ସରୁ ସରୁ ଇତିହାସ ରଚିଲା ଭାରତ, ଜିତିଲା ବିଶ୍ୱକପ

ନୂଆଦିଲ୍ଲୀ,୧୫।୧୨: ୨୦୨୫ ଶେଷ ହେବା ପୂର୍ବରୁ ଭାରତ କ୍ରୀଡ଼ା ଜଗତରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଭାରତୀୟ ସ୍କ୍ବାସ ଦଳ ୨୦୨୫ ସ୍କ୍ବାସ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri