‘ଓଡ଼ିଶୀ ସଙ୍ଗୀତ’କୁ କେବେ ମିଳିବ ଶାସ୍ତ୍ରୀୟ ମାନ୍ୟତା

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଜୁନ୍‌ ୭ ଓଡିଶା ଓ ଓଡ଼ିଆଙ୍କ ପାଇଁ ଥିଲା ଏକ ଐତିହାସିକ ଦିବସ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ରଚନା ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିବାପରେ ପ୍ରତି ଓଡ଼ିଆଙ୍କ ମନରେ ଖୁସି ଓ ଆନନ୍ଦର ଲହରୀ ଖେଳିଯାଇଥିଲା। ଦୀର୍ଘ ଦଶନ୍ଧିର ଦାବି ଓ ସଂଘର୍ଷ ପରେ ଓଡ଼ିଶା ଏକ ପ୍ରାଦେଶିକ ସଙ୍ଗୀତ ପାଇଥିବାବେଳେ ରାଜ୍ୟ ଇତିହାସରେ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଥିଲା। ହେଲେ ଓଡ଼ିଶାର ବହୁ ପ୍ରାଚୀନ ଓଡ଼ିଶୀ ସଙ୍ଗୀତ କିନ୍ତୁ ଆଜିପର୍ଯ୍ୟନ୍ତ ନିଜର ହକ୍‌ ପାଇପାରି ନାହିଁ। ହିନ୍ଦୁସ୍ତାନୀ ଓ କର୍ନାଟକୀ ସଙ୍ଗୀତଠାରୁ ଅଧିକ ରୁଦ୍ଧିମନ୍ତ ହୋଇଥିଲେ ମଧ୍ୟ ଓଡିଶୀ ସଙ୍ଗୀତ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ପାଇବାରୁ ବଞ୍ଚତ୍ତ ରହିଛି। ଏହା କେବଳ ରାଜ୍ୟବାସୀଙ୍କୁ ବ୍ୟଥିତ କରିନି, କଳା, ସଂସ୍କୃତି ସହ ଜଡ଼ିତ ବିଶେଷଜ୍ଞ ଓ ବରିଷ୍ଠ ସଙ୍ଗୀତକାରଙ୍କୁ ନିରାଶ କରିଛି।
ଦେଶର ପ୍ରମୁଖ ସଙ୍ଗୀତଗୁଡିକ ମଧ୍ୟରୁ ଓଡ଼ିଶୀ ଅନ୍ୟତମ ହୋଇଥିବାବେଳେ ସ୍ବତନ୍ତ୍ର ରାଗ, ତାଳ ସାଙ୍ଗକୁ ଗାୟନ ଶୈଳୀ ଏହାକୁ ଅନ୍ୟ ସଙ୍ଗୀତଠାରୁ ଭିନ୍ନ କରିଥାଏ। ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ଇତିହାସ ୨୫୦୦ବର୍ଷ ତଳର। ଏହା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ବ୍ରିଟିଶ ଶାସନ କାଳରେ ହୋଇଥିବା ଭୁଲ୍‌ ଓ ଅବହେଳା ଯୋଗୁ ଓଡ଼ିଶୀକୁ ଏପର୍ଯ୍ୟନ୍ତ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ମିଳିପାରିନାହିଁ। ଆବଶ୍ୟକ ଗବେଷଣା ହୋଇନାହିଁ କି ପୁନରୁଦ୍ଧାର ଓ ପ୍ରଚାର ପ୍ରସାର ଦିଗରେ ମଧ୍ୟ ସେପରି ପଦକ୍ଷେପ ନିଆଯାଇନାହିଁ। ତେବେ ଭାଷାଭିତ୍ତିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ଦେଶ ସ୍ବାଧୀନ ହେବାର ଏତେବର୍ଷ ବିତିଯାଇଥିବା ବେଳେ ଏବେ ବି ଓଡ଼ିଶୀ ସଙ୍ଗୀତ ସେହି ଅବହେଳାର ଶିକାର ହେଉଛି।
ଓଡ଼ିଶୀ ସଙ୍ଗୀତର ପ୍ରାଚୀନତାର ପ୍ରମାଣ ନେଇ ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଅସୁବିଧା ନାହିଁ ବୋଲି ଗବେଷକମାନେ ବିଭିନ୍ନ ସମୟରେ ମତଦେଇଥିଲେ ମଧ୍ୟ ଏହି ପ୍ରମାଣପତ୍ରକୁ ଏକାଠି କରିବାରେ ବାରମ୍ବାର ବିଫଳ ହେଉଛନ୍ତି ରାଜ୍ୟ ସରକାର। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ୨୦୧୪ରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ କେତେବେଳେ କେନ୍ଦ୍ର ତ ପୁଣି କେତେବେଳେ ରାଜ୍ୟ ସରକାରଙ୍କ ନାଲିଫିତା ତଳେ ଏହାର ଫାଇଲ ଚାପିହୋଇ ରହିଯାଇଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଗତ ୬ ବର୍ଷ ମଧ୍ୟରେ ୩ଟି ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ପଠାଯାଇଛି। ହେଲେ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଉତ୍ତର ମିଳୁନାହିଁ। ୪ର୍ଥ ଥର ପାଇଁ ଆଉଏକ ରିପୋର୍ଟ ପ୍ରସ୍ତୁତ କରି ପଠାଇବାକୁ ଯୋଜନା ହୋଇଥିଲା। ଲକ୍‌ଡାଉନ୍‌ ଯୋଗୁ ତାହା ଏବେ ଅଟକି ରହିଥିବା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଙ୍ଗୀତା ଗୋସାଇଁ କହିଛନ୍ତି।
ଠିକ୍‌ ରିପୋର୍ଟ ପଠାଯାଇପାରୁ ନ ଥିବାରୁ କେନ୍ଦ୍ର ତାହାକୁ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି। ଓଡିଶୀ ସଙ୍ଗୀତର ପୁରାତନ ଦସ୍ତାବିଜ୍‌ ସହ ଓଡିଶୀ ସଙ୍ଗୀତର କ୍ରମବିକାଶ, ଇତିହାସ ଓ ପରମ୍ପରା, ରାଗ, ରାଗିଣୀ, ଜାଗା ଆଖଡା ସଙ୍ଗୀତ, ପଶ୍ଚିମ ଓ ଦକ୍ଷିଣ ଓଡିଶା ସଙ୍ଗୀତର କ୍ରମ ବିକାଶ, ଆନୁଷଙ୍ଗିକ କଳାରେ ଓଡିଶୀ ସଙ୍ଗୀତ, ଶ୍ରୀକ୍ଷେତ୍ର ସଙ୍ଗୀତ, ଓଡିଶୀ ସଙ୍ଗୀତରେ ତାଳବାଦ୍ୟର ବ୍ୟବହାର, ଗାୟନ ଶୈଳୀର ବୈଶିଷ୍ଟ୍ୟ ଆଦି ଉପରେ ଯଦି ଠିକ୍‌ ତଥ୍ୟ ଓ ଦସ୍ତାବିଜ୍‌ ଦାଖଲ କରାଯାଏ ତା’ହେଲେ ଓଡ଼ିଶୀକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ମିଳିବାରେ ବିଳମ୍ବ ହେବନାହିଁ ବୋଲି ବରିଷ୍ଠ ସଙ୍ଗୀତଜ୍ଞମାନେ କହିଛନ୍ତି।

ଅଧିକ ପରିବେଷଣ ହେଲେ ମାନ୍ୟତା ମିଳିବା ସହଜ ହେବ

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଲକ୍ଷ୍ୟରେ ଗତ କିଛିଦିନ ହେଲା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଓଡ଼ିଶୀ ଆସର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ହେଲେ ଯେପର୍ଯ୍ୟନ୍ତ ରାଜ୍ୟବାସୀ ଓଡ଼ିଶୀ ସଙ୍ଗୀତକୁ ନେଇ ସଚେତନ ନୁହନ୍ତି ଏବଂ ନିଜ ପିଲାଙ୍କୁ ଓଡ଼ିଶୀ ସଙ୍ଗୀତ ଶିଖାଇନାହାନ୍ତି ସେପର୍ଯ୍ୟନ୍ତ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା କଷ୍ଟକର। ଆମ ସଙ୍ଗୀତ ଯେତେ ଅଧିକ ପରିବେଷଣ ହେବ ଶାସ୍ତ୍ରୀୟ ମାନ୍ୟତା ମିଳିବା ସହଜ ହେବ ବୋଲି ଡ. ଗୋସାଇଁ କହିଛନ୍ତି।
– ଡ. ସଙ୍ଗୀତା ଗୋସାଇଁ, ମୁଖ୍ୟ କାର୍ଯ୍ୟନିର୍ବାହୀ,
ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର


Enter your email to get our daily news in your inbox.

All Right Reserved By Dharitri.Com

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଲୋକେ, ପିଇଓ-ଆରଆଇଙ୍କୁ ତାଲା ପକାଇ…

ପାଟଣା,୯।୪(ବୀର କିଶୋର ଦାଶ): କାଳବୈଶାଖି କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ଓ ହିତାଧିକାରୀଙ୍କୁ ଆରଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ତେବେ ଗୁରୁବାର ପାଟଣା ବ୍ଲକ ବଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri