ଓଡ଼ିଶାର ୨୪ ଜିଲାରେ ମହାପ୍ରଭୁଙ୍କ ସମ୍ପତ୍ତି

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କର ଓଡ଼ିିଶାର ୨୪ଟି ଜିଲାରେ ୬୦,୪୨୬.୯୪୩ ଏକର ଜମି ରହିଥିବା ଚିହ୍ନଟ କରାଯାଇଛି। ସେଥିରୁ ଏ ପର୍ଯ୍ୟନ୍ତ ୩୪,୮୦୩.୦୧୩ ଏକର ପରିମିତ ଜମିର ଚୂଡାନ୍ତ ସ୍ବତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପ୍ରାପ୍ତ ହୋଇଛି। ବିନା କାଗଜାତରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କର ଜମିକୁ ବେଆଇନ ଭାବେ ଅବରୋଧ କରିଥିବା ବ୍ୟକ୍ତିବିଶେଷଙ୍କୁ ସରଜମିନ ତଦନ୍ତରେ ଚିହ୍ନଟ କରାଯାଇ ଉକ୍ତ ଅବରୋଧକୁ ଉଚ୍ଛେଦ କରାଯିବା ନିମନ୍ତେ ଶ୍ରୀମନ୍ଦିର ଆଇନ-୧୯୫୫ର ଧାରା-୧୬-ଏ(୧) ଅନୁଯାୟୀ ୮୬୪ଟି ବେଆଇନ ଅବରୋଧ ମକଦ୍ଦମା ସମ୍ପୃକ୍ତ ତହସିଲଦାରଙ୍କ ଇଜିଲାସରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଏର କରାଯାଇଛି। ଭାଜପା ସଭ୍ୟ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ବିଧାନସଭାରେ ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କର ସମସ୍ତ ପାଣ୍ଠିର ସ୍ଥାୟୀ ଜମା ପରିମାଣ ୫୫୨,୪୩,୨୧,୦୦୦ ଟଙ୍କା। ଫ୍ଲେକ୍ସିି, ଚଳନ୍ତି ଖାତାରେ ୭୪,୦୧,୫୭,୪୪୪ ଟଙ୍କା ସହ ମୋଟ ୬୨୬,୪୪,୭୮,୪୪୪ ଟଙ୍କା ରହିଛି।
ଶ୍ରୀଜଗନ୍ନାଥଙ୍କ ସମସ୍ତ ପାଣ୍ଠିକୁ ସର୍ବାଧିକ ସୁଧ ହାର ପ୍ରଦାନ କରୁଥିବା ବ୍ୟାଙ୍କରେ ସ୍ଥାୟୀ ଭାବେ ବିନିଯୋଗ କରାଯିବା ପାଇଁ ପ୍ରଚଳିତ ଧାରାକୁ ଅବ୍ୟାହତ ରଖି ଟେଣ୍ଡର ମାଧ୍ୟମରେ ୟେସ ବ୍ୟାଙ୍କରେ ୨୦୧୯ ସେପ୍ଟେମ୍ବର ୩୦ ତାରିଖରୁ ସ୍ଥାୟୀ ଜମାରେ ୫୪୫ କୋଟି ଏବଂ ଫ୍ଲେକ୍ସି ଜମାରେ ୪୭ କୋଟି ଟଙ୍କା ଏପରି ମୋଟ ୫୯୨ କୋଟି ଟଙ୍କା ରଖାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୪ ଧାରା-୨୮-ସି(୩) ଅନୁଯାୟୀ ଫାଉଣ୍ଡେଶନ ଫଣ୍ଡର ସମସ୍ତ ଅର୍ଥ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ କିମ୍ବା ଦୀର୍ଘମିଆଦୀ ବ୍ୟାଙ୍କଗୁଡିକରେ ଦୀର୍ଘମିଆଦୀ ସ୍ଥାୟୀ ଜମାରେ ରଖାଯିବା ବିଧି ରହିଛି। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ୨୦୧୮ ଅକ୍ଟୋବର ୧୦ ତାରିଖ ଚିଠି ସଂଖ୍ୟା ୩୨୬୪୮ ଏବଂ ୨୦୧୯ ଜୁଲାଇ ୨୦ ତାରିଖ ଚିଠି ସଂଖ୍ୟା ୨୪୭୦୫ରେ ପଞ୍ଜୀକୃତ ବ୍ୟାଙ୍କଗୁଡିକ ମଧ୍ୟରେ ୟେସ ବ୍ୟାଙ୍କ ସ୍ଥାନିତ ହୋଇଥିବାରୁ ଏବଂ ସର୍ବାଧିକ ସୁଧ ପ୍ରଦାନ କରୁଥିବାରୁ ଏହି ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ସମସ୍ତ ପାଣ୍ଠିକୁ ସ୍ଥାୟୀ ଜମା ଫ୍ଲେକ୍ସି ଜମାରେ ବିନିଯୋଗ କରାଯାଇଥିଲା। ଇତିମଧ୍ୟରେ ଫ୍ଲେକ୍ସି ଜମା ୪୭ କୋଟିକୁ ୟେସ ବ୍ୟାଙ୍କରୁ ପ୍ରତ୍ୟାହାର କରାଯାଇଛି। ଅବଶିଷ୍ଟ ୫୪୫ କୋଟି ଟଙ୍କା ଆସନ୍ତା ମାର୍ଚ୍ଚ ୧୯ ଓ ୩୦ ତାରିଖରେ ପ୍ରତ୍ୟାହାର କରାଯିବ। ସେହିଦିନ ଟେଣ୍ଡର ମାଧ୍ୟମରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସ୍ଥାୟୀ ଜାଗାରେ ପୁନଃ ବିନିଯୋଗ କରିବାକୁ ୨୦୨୦ ଫେବୃୟାରୀ ୫ତାରିଖରେ ନିଷ୍ପତ୍ତି ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

‘ଏଥର ଏପରି ଗୁଳି ବର୍ଷା କରିବୁ…’ ଯୁଦ୍ଧବିରତି ମଧ୍ୟରେ ଟ୍ରମ୍ପ ଇରାନକୁ କାହିଁକି ଧମକ ଦେଲେ?

ଓ୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ପୁଣି ଥରେ…

ରେଳ ଷ୍ଟେଶନରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌: ବାପା ହିଁ ରଚିଥିଲେ ଷଡଯନ୍ତ୍ର: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିରାକାରପୁର,୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେଶନରେ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌। ଶିଶୁ ଚୋରି କାହାଣୀ ବାପା ନିଜେ ରଚିଥିବା…

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri