Posted inଖେଳ

ଓଡ଼ିଶା ଏଫ୍‌ସି ସହ ଶୁଭମଙ୍କ ଚୁକ୍ତି ମିଆଦ ବୃଦ୍ଧି

ଭୁବନେଶ୍ୱର, ୩୦ା୪(କ୍ରୀଡ଼ା ପ୍ରତିନିଧି)-ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗତ ସିଜନଠାରୁ ଭୁବନେଶ୍ୱର ଭିତ୍ତିକ ହୋଇଥିବା ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫ୍‌ସି ପ୍ରତିଭାସମ୍ପନ୍ନ ଓଡ଼ିଆ ଫୁଟବଲ ଖେଳାଳି ଶୁଭମ୍‌ ଷଡ଼ଙ୍ଗୀଙ୍କ ସହ ଚୁକ୍ତିମିଆଦ ବୃଦ୍ଧି କରିଛି। ବୁଧବାର ହୋଇଥିବା ଚୁକ୍ତି ଅନୁସାରେ ୧୯ ବର୍ଷୀୟ ଶୁଭମ୍‌ ୨୦୨୩ ପର୍ଯ୍ୟନ୍ତ କ୍ଲବ ପକ୍ଷରୁ ଖେଳିବେ। ” ଶୁଭମ୍‌ ୧୭ ବର୍ଷର ହୋଇଥିବାବେଳେ କ୍ଲବ ସହିତ ଯୋଡ଼ି ହୋଇଥିଲେ। ସେ ଜଣେ ବିଚକ୍ଷଣ ପ୍ରତିଭାଧାରୀ ହୋଇଥିବାରୁ ପ୍ରଥମ ଖେଳାଳିଭାବେ ଆମେ ତାଙ୍କୁ ଆସ୍ପିରେ ଏକାଡେମୀକୁ ପଠାଇଥିଲୁ। ସମୟ ବଢ଼ିବା ସହ ସେ କ୍ରମେ ଅଭିଜ୍ଞ ହୋଇଛନ୍ତି ଏବଂ ଆଗାମୀ ଦିନରେ ଆହୁରି ଚମତ୍କାର ଖେଳବେ ବୋଲି ଆମର ଆଶା ରହିଛି। ଚଳିତ ବର୍ଷ ତାଙ୍କ ପ୍ରଦର୍ଶନ ଦର୍ଶନୀୟ ଥିଲା। ଏହା ତାଙ୍କ ପାଇଁ ଆରମ୍ଭ ମାତ୍ର। ସେ ବହୁତ ଆଗକୁ ଯାଇପାରିବେ ବୋଲି ପ୍ରମାଣିତ କରି ସାରିଛନ୍ତି। କଠିନ ପରିଶ୍ରମ ସହ ଧୈର୍ଯ୍ୟ ରଖିଲେ ଜଣେ ନିଜ ସ୍ବପ୍ନ ସାର୍ଥକ କରିପାରିବ ବୋଲି ଶୁଭମ୍‌ ପ୍ରମାଣିତ କରିଛନ୍ତି। ଓଡ଼ିଶା ଖେଳାଳିଙ୍କ ପାଇଁ ସେ ଆଦର୍ଶ ସାଜିଛନ୍ତି“ ବୋଲି କ୍ଲବ ସଭାପତି ରୋହନ ଶର୍ମା ପ୍ରକାଶ କରିଛନ୍ତି।
ଚୁକ୍ତି ମିଆଦ ବୃଦ୍ଧିରେ ଶୁଭମ୍‌ ସ୍ବାଭାବିକ ଖୁସି ଜାହିର କରିଛନ୍ତି। ”ଆଗାମୀ ୩ ବର୍ଷ ପାଇଁ ଓଡ଼ିଶା ଏଫ୍‌ସି ସହିତ ରହିବା ନିଶ୍ଚିତ ହୋଇଥିବାରୁ ମୁଁ ବହୁତ ଖୁସି। କଳିଙ୍ଗ ଷ୍ଟାଡିୟମରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳିବାକୁ ମୁଁ ବହୁତ ଉପଭୋଗ କରିଛି। କ୍ଲବ ପାଇଁ ଆଗାମୀ ଦିନରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ଚୁକ୍ତି ବଢ଼ାଇଥିବାରୁ ଏବଂ କ୍ରମାଗତଭାବେ ସମର୍ଥନ ଦେଇ ଆସିଥିବାରୁ କ୍ଲବ ମ୍ୟାନେଜମେଣ୍ଟ ନିକଟରେ ମୁଁ କୃତଜ୍ଞ। ଆଗାମୀ ଦିନରେ ପଡ଼ିଆରେ ଭଲ ଖେଳି କ୍ଲବ ଏବଂ ମୋ ରାଜ୍ୟକୁ ଗର୍ବିତ କରିବାକୁ ଚେଷ୍ଟା କରିବି“ ବୋଲି ଶୁଭମ୍‌ ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri