ଓଟିଡିସି ଆରମ୍ଭ କଲା ‘ଗୋ ଗ୍ଲୋବାଲ’

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନକୁ ଆଉପାଦେ ଆଗକୁ ନେବାକୁ ପଦକ୍ଷେପ ନେଇଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)। ଡେଷ୍ଟିନେଶନ ଓ୍ବେଡିଂ ପ୍ୟାକେଜ୍‌ ପରେ ପ୍ରଥମଥର ଲାଗି ଓଟିଡିସି ପକ୍ଷରୁ ବିଦେଶ ଭ୍ରମଣ ପ୍ୟାକେଜ୍‌ ‘ଗୋ ଗ୍ଲୋବାଲ’ର ଶୁଭାରମ୍ଭ କରାଯାଇଛି। ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଏବଂ ଦୁବାଇ ଭଳି ୫ ପ୍ରମୁଖ ଡେଷ୍ଟିନେଶନକୁ ଓଟିଡିସି ପକ୍ଷରୁ ଟୁର୍‌ ପ୍ୟାକଜ୍‌ ଘୋଷଣା କରାଯାଇଛି। ରାଜ୍ୟ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିଗମ ଏହି ନୂତନ ବ୍ୟବସ୍ଥା ଆରମ୍ଭ କରିଥିବାବେଳେ ପ୍ୟାକେଜ୍‌ର ଦାମ୍‌ ପକେଟ୍‌କୁ ସୁହାଇଲା ଭଳି ରହିଥିବା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି। ଗୁରୁବାର ପାନ୍ଥନିବାସଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ୟାକେଜ୍‌ର ଲୋଗୋ ଉନ୍ମୋଚନ କରି ସେ କହିଥିଲେ, ୩ ରାତି ଓ ୪ ଦିନିଆ ଏହି ପ୍ୟାକେଜ୍‌ରେ ପର୍ଯ୍ୟଟକଙ୍କ ଯିବାଆସିବା ଓ ରହଣି ସାମିଲ ହେବ। ଏଥିରେ ଯିବାଆସିବା ଭଡ଼ା, ଭିଜା ଖର୍ଚ୍ଚ, ଭ୍ରମଣ ବୀମା, ହୋଟେଲ ରହଣି, ପ୍ରାତଃ ଭୋଜନ, ରାତ୍ରି ଭୋଜନ ଇତ୍ୟାଦି ଅନ୍ତର୍ଭୁକ୍ତ ହେବ। ଥାଇଲାଣ୍ଡ ପାଇଁ ମୁଣ୍ଡ ପିଛା ୨୪,୯୯୦ ଟଙ୍କା ଦେୟ ଥିବାବେଳେ ମାଲେସିଆ ୨୯,୯୯୦ ଟଙ୍କା, ସିଙ୍ଗାପୁର ୩୯,୯୯୦ ଟଙ୍କା, ଇଣ୍ଡୋନେସିଆର ବାଲି ପାଇଁ ୩୪,୯୯୦ ଟଙ୍କା ଏବଂ ଦୁବାଇ ନିମନ୍ତେ ୫୩,୯୯୦ ଟଙ୍କା ଦେୟ ଧାର୍ଯ୍ୟ କରାଯାଇଥିବା ସେ କହିଥିଲେ।
ଏହି ଅବସରରେ ଓଟିଡିସିର ସଫଳତା ସମ୍ପର୍କରେ ଏମ୍‌ଡି ହେମକାନ୍ତ ସାଏ ସୂଚନା ଦେଇଥିଲେ। ୨ ମାସରେ ଇକୋ ରିଟ୍ରିଟ୍‌ରେ ହାରାହାରି ୭୬% ବୁକିଂ ଶେଷ ହୋଇଛି। ସେହିଭଳି ଓଟିଡିସି ପକ୍ଷରୁ ସାତକୋଶିଆ, ଭିତରକନିକା, ମଙ୍ଗଳାଯୋଡ଼ି, ରାଜହଂସ ଓ ବଡ଼କୂଳ ଭଳି ସ୍ଥାନକୁ ଆରମ୍ଭ ହୋଇଥିବା ଦିନିକିଆ ପ୍ୟାକେଜ୍‌ ପର୍ଯ୍ୟଟକଙ୍କ ଦ୍ୱାରା ସର୍ବାଧିକ ଆଦୃତ ହୋଇଛି। କେବଳ ଇକୋ-ଟୁରିଜମ୍‌ ପ୍ୟାକେଜ୍‌ର ୯୦% ବୁକିଂ ରହୁଛି। ଗତ ଡିସେମ୍ବରରେ ଚୁକ୍ତିବଦ୍ଧ ହୋଇଥିବା ‘ମେକ୍‌ ମାଇଁ ଟ୍ରିପ୍‌’, ‘ଗୋ-ଆଇବିବୋ’ ଏବଂ ‘ଯାତ୍ରା ଡଟ୍‌ କମ୍‌’ ଭଳି ବିଭିନ୍ନ ସଂସ୍ଥା ଦ୍ବାରା ଅନ୍‌ଲାଇନ୍‌ରେ ୮୦ଲକ୍ଷ ଟଙ୍କାର ରୁମ୍‌ ବୁକିଂ ହୋଇପାରିଛି। ବିଗତବର୍ଷ ୩୫ଟି ଉତ୍ସବ ଏବଂ ବିଭିନ୍ନ ବେଳାଭୂମି ଉତ୍ସବରେ ଓଟିଡିସିର ଯୋଗଦାନ ସାଙ୍ଗକୁ କଳା, ସଂସ୍କୃତିର ପ୍ରଚାର ଏବଂ ଓଡ଼ିଆ ଖାଦ୍ୟ ସମ୍ଭାରର ପରିବେଷଣ ଲାଗି ନିଗମ ପ୍ରଶଂସିତ ହୋଇଛି। କିଛିଦିନ ତଳେ ଚିଲିକା କୂଳରେ ଥିବା ରମ୍ଭା ଓ ବଡ଼କୁଳ ପାନ୍ଥନିବାସ, ଗୋପାଳପୁର, ଚାନ୍ଦିପୁର, ପୁରୀ ଓ କୋଣାର୍କ ପାନ୍ଥନିବାସରେ ଓଟିଡିସି ପକ୍ଷରୁ ଡେଷ୍ଟିନେଶନ୍‌ ୱେଡିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ମାତ୍ର ଦୁଇମାସରୁ କମ୍‌ ସମୟ ମଧ୍ୟରେ ଏଠାରେ ୨୦ଟି ବାହାଘର ସମ୍ପନ୍ନ ହୋଇଛି। ଏହାବ୍ୟତୀତ ବର୍ତ୍ତମାନ ଖେଲୋ ଇଣ୍ଡିଆ ଏବଂ ଅଲ୍‌ଇଣ୍ଡିଆ ଫରେଷ୍ଟ ଗେମ୍‌ ପରି ୨ଟି ବଡ଼ ଇଭେଣ୍ଟର ଟ୍ରାନ୍ସପୋର୍ଟ ଏବଂ ଆକୋମୋଡେଶନ୍‌ ଦାୟିତ୍ୱ ଓଟିଡିସି ବହନ କରୁଥିବା ସାଏ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ଯୌନ କାର୍ଯ୍ୟରେ ଲିପ୍ତ ପ୍ରତ୍ୟେକ ମହିଳାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରମି କୋର୍ଟ

ନୂଆଦିଲ୍ଲୀ,୩୧।୫: ଏକ ଐତିହାସିକ ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ବେଶ୍ୟାବୃତ୍ତିରେ ଲିପ୍ତ ପ୍ରତ୍ୟେକ ମହିଳା ବଳପୂର୍ବକ ଶିକାର ହୋଇଥିବା ଏବଂ ଫଳସ୍ବରୂପ ତାଙ୍କୁ ପୁନର୍ବାସ କେନ୍ଦ୍ରକୁ ପଠାଇବା…

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ…

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

ନିରାଡମ୍ବର ଉତ୍ସବରେ ଶପଥ ନେବେ ଶିବକୁମାର, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି

ବେଙ୍ଗାଲୁରୁ,୩୧।୫: ବର୍ଷ ବର୍ଷ ଧରି ରାଜନୈତିକ ଚାଲବାଜି ଏବଂ ସିଦ୍ଦାରାମାୟାଙ୍କ ସହ ତୀବ୍ର କ୍ଷମତା ସଂଘର୍ଷ ପରେ, ଡି.କେ. ଶିବକୁମାର ଶେଷରେ କର୍ନାଟକର ମୁଖ୍ୟମନ୍ତ୍ରୀ ହେବାର ତାଙ୍କର…

ପଶ୍ଚିମବଙ୍ଗରେ ଆଉ ଜଣେ ଟିଏମସି ନେତାଙ୍କୁ ଆକ୍ରମଣ, ମୁଣ୍ଡରେ ଲାଗିଛି ଗଭୀର ଆଘାତ, ସାମ୍ନାକୁ ଆସିଲା ଭିଡିଓ

କୋଲକାତା,୩୧।୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର କ୍ଷମତା ଗ୍ରହଣ କରିବା ପରେ, ଟିଏମସି ନେତାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ପ୍ରଥମେ, ଦକ୍ଷିଣ ୨୪ ପରଗନାର ସୋନାରପୁରରେ…

ମନ୍‌ କି ବାତ୍‌ରେ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ମୋଦି, କହିଲେ ଗ୍ରୀଷ୍ମ ପ୍ରବାହରେ…

ନୂଆଦିଲ୍ଲୀ,୩୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ର ୧୩୪ ତମ ସଂସ୍କରଣରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଓଡ଼ିଶାର ବେଲପଣାକୁ ପ୍ରଶଂସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri