ଓଜନ କମ୍‌ କରିବା ପାଇଁ ମହିଳା କରିଥିଲେ ଏମିତି କିଛି, ଯେଉଁଥିରେ ସବୁଦିନ ପାଇଁ ଅକାମୀ ହୋଇଗଲା ଏହି ଅଙ୍ଗ

ବର୍ତ୍ତମାନ ସମୟରେ ମେଦବହୁଳତା ଏକ ଜଟିଳ ସମସ୍ୟା ପାଲଟିଛି। ଏହି ସମସ୍ୟା ଦେଇ ଗତିକରୁଛନ୍ତି ବିଶ୍ୱର ଅଧିକାଂଶ ଲୋକ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଯିଏ ଯାହା କହିଥାଏ, ଆମେ କରିଥାଉ। କେହି କେହି ଏଥିରୁ ମୁକ୍ତି ପାଇବା ପାଇଁ ଲିକ୍ୱିଡ୍‌ ଡାଏଟ ଆପଣାଇଥାନ୍ତି। ତେବେ ଆପଣ ଯଦି ଏପରି କରୁଥାନ୍ତି ତେବେ ଆପଣଙ୍କୁ ଏହାର କୁପରିଣାମ ବିଷୟରେ ଜାଣିବା ଆବଶ୍ୟକ। ଜଣେ ମହିଳା ନିଜର ଓଜନ କମ୍‌ କରିବା ପାଇଁ ଲିକ୍ୱିଡ୍‌ ଡାଏଟ ଆପଣାଇଥିଲେ। ଏଥିଯୋଗୁ ତାଙ୍କ ବ୍ରେନ୍‌ ସବୁଦିନ ପାଇଁ ଅକାମୀ ହୋଇଯାଇଥିଲା।
ଇସ୍ରାଏଲର ଜଣେ ୪୦ ବର୍ଷୀୟା ମହିଳା ନିଜ ଓଜନ କମ୍‌ କରିବାକୁ ୩ ସପ୍ତାହ ଧରି କେବଳ ଜୁସ୍‌ ପିଉଥିଲେ। ଫଳରେ ତାଙ୍କ ବ୍ରେନ୍‌ ଉପରେ ଖରାପ ପ୍ରଭାବ ପଡିଥିଲା। ମହିଳା ଜଣକ ଡାଏଟ ପୂର୍ବରୁ ଏକ ଥେରାପି ଆରମ୍ଭ କରିଥିଲେ, ଯେଉଁଥିରେ ସେ କେବଳ ପାଣି ଓ ଜୁସ୍‌ ପିଉଥିଲେ। ଏପରି କରିବା ଦ୍ୱାରା ଓଜନ ୪୦ କିଲୋ କମିଯାଇଥିଲା, ମାତ୍ର ତାଙ୍କ ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପଡ଼ି ତାହାକୁ ଡ୍ୟାମେଜ୍‌ କରିଦେଇଥିଲା। ପରେ ସେ ଡାକ୍ତରଙ୍କ ପାଖକୁ ଯିବାରେ ତାଙ୍କୁ ହାଇପୋନୋଟ୍ରେନିଆ ହୋଇଥିବା ଜଣାପଡ଼ିଥିଲା। ଏହି ସମସ୍ୟାକୁ ମେଡିକାଲ ସାଇନ୍ସରେ ଭୋଟାର ଇନ୍‌ଟୋକ୍‌ସିନେଶନ କୁହାଯାଏ। ରକ୍ତରେ ସୋଡିୟମ୍‌ର ମାତ୍ରା କମିଗଲେ ଜଣେ ଏହି ସମସ୍ୟାରେ ପଡ଼ିଥାନ୍ତି। ତେବେ ମହିଳା ଜଣଙ୍କ ଅଧିକ ଜୁସ୍‌ ଡାଏଟ୍‌ କରିବା ଫଳରେ ସବୁଦିନ ପାଇଁ ବ୍ରେନ୍‌ ଡ୍ୟାମେଜ୍‌ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

ରାତ୍ରିଭୋଜନ ବିଳମ୍ବରେ କରୁଥିଲେ, ହୋଇଯାନ୍ତୁ ସାବଧାନ: ନ ହେଲେ ହେବ ଏସବୁ ରୋଗ

ବିଭିନ୍ନ କାର୍ଯ୍ୟବ୍ୟସ୍ତତା ସହ ପରିବାର ସଦସ୍ୟ ଓ ପିଲାଙ୍କ ଖାଇବା ପରେ ଅଧିକାଂଶ ମହିଳା ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ନିଜ ଖାଦ୍ୟ ପ୍ରତି ଅବହେଳା...

୨୦୨୬ରେ ଏହି ୨ରାଶି ଉପରେ ଶନିଙ୍କ କୁଦୃଷ୍ଟି, ପାଦେ ପାଦେ ବିପଦ, ରାତାରାତି ହୋଇଯିବେ…

ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ ସବୁଠାରୁ ନିଷ୍ଠୁର ଗ୍ରହ ଭାବରେ ବିବେଚନା...

ଏହି ବ୍ୟକ୍ତିଙ୍କ ଉପରେ ପଡେ ଶନି ମହାଦଶା, ନକରାତ୍ମକ ପ୍ରଭାବକୁ ହେବ ପ୍ରବଳ କ୍ଷତି!

ଶନିଦେବଙ୍କୁ କର୍ମଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ସେ ଲୋକଙ୍କୁ ସେମାନଙ୍କ କାର୍ଯ୍ୟ ଅନୁସାରେ ପୁରସ୍କାର ଦିଅନ୍ତି। ଜ୍ୟୋତିଷ ଶାସ୍ତ୍ରରେ, ନଅଟି ଗ୍ରହ...

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର! ଭାରତରେ ଲଞ୍ଚ ହେଲା ଔଷଧ, ଦାମ୍…

ନୂଆଦିଲ୍ଲୀ,୧୩।୧୨: ବର୍ତ୍ତମାନ ସମୟରେ ଡାଇବେଟିସ ଏକ ମୁଣ୍ଡବ୍ୟଥା କାରଣ ସାଜିଛି । ସବୁ ବୟସର ଲୋକେ ଏହି ରୋଗରେ ପୀଡିତ ହେଉଛନ୍ତି । ହେଲେ ଏହାରି...

ଧନୁ ସଂକ୍ରାନ୍ତିରେ ୫ରାଶିଙ୍କ ହାତକୁ ଅଚାନକ ଆସିବ ଟଙ୍କା! ନୂଆ ଗହଣା କିଣିବେ…

୨୦୨୫ର ଶେଷ ସଂକ୍ରାନ୍ତି ହେଉଛି ଧନୁ ସଂକ୍ରାନ୍ତି, ଯାହା ମଙ୍ଗଳବାର, ଡିସେମ୍ବର ୧୬ ତାରିଖରେ ପଡୁଛି। ଦ୍ରିକ ପାଞ୍ଜି ଅନୁସାରେ, ସୂର୍ଯ୍ୟଙ୍କର ଧନୁ ରାଶିରେ ପ୍ରବେଶ...

୨୦୨୬ରେ ଭାଗ୍ୟବାନ ଏହି ୪ରାଶି, ଅଚାନକ ହେବେ ଧନୀ! ମିଳିବ ବଡ଼ ପୋଷ୍ଟ

ନୂଆବର୍ଷ ୨୦୨୬ ଆରମ୍ଭ ହେବାକୁ ଆଉ ବହୁତ ସମୟ ବାକି ନାହିଁ। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରର ଗତିବିଧିକୁ ଆଧାର କରି ୨୦୨୬ ବର୍ଷ ବିଷୟରେ...

୨୦୨୬ରେ ସାଢେସତିରୁ ଅଧିକ କଷ୍ଟ ପାଇବେ ଏହି ରାଶି, ଭୋଗିବେ ଆର୍ଥିକହାନି!

୨୦୨୫ ଶେଷ ହେବାକୁ ବସିଲାଣି। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକର ଗତିବିଧି ନିରୀକ୍ଷଣ କରୁଛନ୍ତି । ବର୍ତ୍ତମାନ ନୂତନ ବର୍ଷ ପାଇଁ ଭବିଷ୍ୟବାଣୀ କରୁଛନ୍ତି। ମୁଖ୍ୟତଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri