ଓଏମ୍‌ସି କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ : ଭାଗନେଲେ ୧୦ ପଞ୍ଚାୟତର ଶ୍ରେଷ୍ଠ ଦଳ

କାଳିଆପାଣି/ସୁକିନ୍ଦା,୫।୯(ଡି.ଏନ୍‌.ଏ.)- ଖଣି ନିଗମ କାଳିଆପାଣି ଟାଉନସିପ୍‌ କଲୋନୀ ପରିସରରେ ଥିବା ଖେଳ ପଡ଼ିଆରେ ବୁଧବାର ୩ ଦିନିଆ ଆନ୍ତଃଗ୍ରାମାଞ୍ଚଳ (ଓଡ଼ିଶା ଖଣି ନିଗମ) ଓଏମ୍‌ସି କପ୍‌ ଫୁଟବଲ ଟୁର୍ନାମେଣ୍ଟ ୨୦୧୯ ଉଦ୍‌ଘାଟିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟକୁ ଆନୁଷ୍ଠାନିକ ଭାବେ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ପତାକା ଉତ୍ତୋଳନ କରି ଉଦ୍‌ଘାଟନ କରିଥିଲେ। ଖଣି ଅଞ୍ଚଳରେ ପ୍ରତିଭାବାନ୍‌ କ୍ରୀଡାବିତ୍‌ଙ୍କୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଖଣି ନିଗମର ପ୍ରୟାସକୁ ବିଧାୟକ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରଙ୍କ ଦ୍ୱାରା ଚିତ୍ତାକର୍ଶକ ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଅତିଥିମାନଙ୍କୁ ସ୍ବାଗତ କରାଯାଇଥିଲା। ସୌରିକ ଆଥଲେଟିକ ଆସୋସିଏଶନ ସଭାପତି ପ୍ରଭାତ ପ୍ରଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଖଣି ନିଗମ ଆଞ୍ଚଳିକ ପରିଚାଳକ ବିଜୟ କୁମାର ବେହେରା ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ବେଳେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା, ପୂର୍ବତନ ଅଧ୍ୟକ୍ଷା ଭଗବତୀ ମହାନ୍ତ, ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧୀର, ଇମ୍ଫା ଖଣି ଉପସଭାପତି ସୁଧାଂଶୁ ପାଟନୀ, ଟାଟା କମ୍ପାନୀ ସୁକିନ୍ଦା ଖଣି ପ୍ରଶାସନିକ ଅଧିକାରୀ ଗୌତମ ଚକ୍ରବର୍ତୀ, ଜସପ୍ରୀତ୍‌ ସିଂ, ଖଣି ନିଗମ ଦକ୍ଷିଣକାଳିଆପାଣି ପରିଚାଳକ କାଠି ପ୍ରଧାନ, ପ୍ରଶାସନିକ ଅଧିକାରୀ ଲକ୍ଷ୍ମଣ ହଁାସଦା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ସଭାକାର୍ଯ୍ୟରେ ସଂଘ ପକ୍ଷରୁ ରବିନାରାୟଣ କର, ଏସ୍‌.କେ.ନିହାଲୁଦିନ, ବାବୁ ମହାରଣା, ମନୋଜ ବେଜ, ଆଶିଷ ଜେନା, ବୈକୁଣ୍ଠ ମହାନ୍ତ, ସତ୍ୟଜିତ ନାୟକ ପରିଚାଳନାରେ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାରେ କଂସ, କାଳିଆପାଣି, ଚିଙ୍ଗୁଡ଼ିପାଳ, ରାଁସୋଳ, କାଙ୍କଡପାଳ, ପିମ୍ପୁଡ଼ିଆ, କୁହିକା, ଦୁଧୁଜୁରୀ, ବନ୍ଧଗାଁ, କିଆଝର ପ୍ରଭୃତି ୧୦ ପଞ୍ଚାୟତର ଶ୍ରେଷ୍ଠ ଫୁଟବଲ ଦଳ ଭାଗନେଇଛନ୍ତି। ରାଜ୍ୟ ଓ ଆନ୍ତଃରାଜ୍ୟ ଫୁଟବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭଲ ଖେଳାଳି ଚୟନ କରିବା ଲକ୍ଷ୍ୟରେ ନିଗମ ପକ୍ଷରୁ ଏହି ପ୍ରତିଯୋଗିତା କରାଯାଉଛି। ପ୍ରତିଯୋଗିତାରେ ଉନ୍ନତ ଖେଳ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ନିଗମ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇ ରାଜ୍ୟ ଓ ଆନ୍ତଃରାଜ୍ୟ ଫୁଟବଲ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦିଆଯାଇଛି। ଉଦ୍‌ଘାଟନୀ ଅବସରରେ ରାଁସୋଳ ସହିତ ବନ୍ଧଗାଁ, କଂସ ସହିତ କିଆଝର, କୁହିକା ସହିତ କାଳିଆପାଣି, ଚିଙ୍ଗୁଡିପାଳ ସହିତ ଦୁଧୁଜୁରି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ବନ୍ଧଗଁା, କଂସ, କାଳିଆପାଣି, ଦୁଧୁଜୁରୀ ଦଳ ପରାଜୟବରଣ କରିଥିଲେ। ଏହି କ୍ରୀଡାରେ ଆସୋଶେନର ସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, ନିହାଲ କୁମାର, ବୈକୁଣ୍ଠ ମହାନ୍ତ, ଶ୍ୟାମ ଚରଣ ମହାରଣା, ସନ୍ନ୍ୟାଶୀ ସାମଲ, ମଧୁପ ରଞ୍ଜନ ନନ୍ଦ, ରବିନାରାୟଣ କର, ବିକାଶ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ। ପ୍ରଭାକର ବେହେରା, ସ୍ବପ୍ନେଶ୍ୱର କଅଁର ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri