Posted inଭଦ୍ରକ

ଐତିହାସିକ ଗାନ୍ଧୀ କର୍ମମନ୍ଦିର ଶ୍ରୀହୀନ

ବନ୍ତ,୩୦।୧୨(ସ୍ବ.ପ୍ର.)- ଦେଶକୁ ସ୍ବାଧୀନ କରିବା ପାଇଁ ସେତେବେଳେ ବହୁ ସ୍ଥାନରେ ସଂଗ୍ରାମୀମାନେ ମେଳି ବାନ୍ଧି ବ୍ରିଟିଶ ଶାସନ ବିରୋଧରେ ରଣକୌଶଳ ପ୍ରସ୍ତୁତ କରୁଥିଲେ। ପରେ ସେହି ସ୍ଥାନଗୁଡ଼ିକ ସ୍ବାଧୀନତାର ମୂକ ସାକ୍ଷୀ ଭାବେ ପରିଚିତ। ସେଥିମଧ୍ୟରୁ ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ାସ୍ଥିତ ଐତିହାସିକ ଗାନ୍ଧୀ କର୍ମମନ୍ଦିର ଅନ୍ୟତମ। ଏକଦା ମହାତ୍ମା ଗାନ୍ଧୀ ଏଠାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ମେଳିରେ ଯୋଗଦେଇଥିବାରୁ ଏହି ସ୍ଥାନର ନାମ ଗାନ୍ଧୀ କର୍ମମନ୍ଦିର ରଖାଯାଇଥିବା କୁହାଯାଏ। ସ୍ବାଧୀନତା ସଂଗ୍ରାମର ଅନ୍ୟତମ ପେଣ୍ଠସ୍ଥଳୀ ଏହି କର୍ମମନ୍ଦିର ପ୍ରାଙ୍ଗଣରେ ଲୋକଙ୍କ ମଧ୍ୟରେ ଦେଶପ୍ରେମର ମନ୍ତ୍ର ଫୁଙ୍କୁଥିଲେ ଡ. ହରେକୃଷ୍ଣ ମହତାବ। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନେଇ କର୍ମଶାଳାମାନ ଆୟୋଜନ କରାଯାଉଥିଲା। ଏଥିରେ ଆକର୍ଷିତ ହୋଇ ମହତାବଙ୍କ ସାନଭାଇ ଗୋପୀନାଥ ଦାସ, ମୋହିନି ବିବି, ପ୍ରାଣବନ୍ଧୁ ପୁହାଣ, ଚନ୍ଦ୍ରମଣି ସାହୁ, ପଦ୍ମଚରଣ ଦାସ, ଅହଲ୍ୟା ଦେବୀ, ଦାମୋଦର କରଙ୍କ ସମେତ ବହୁ ଲୋକ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ଏବେ ଏହି ଐତିହାସିକ ସ୍ଥାନ ଶ୍ରୀହୀନ ହୋଇପଡ଼ିଥିବାବେଳେ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି।
ଉଲ୍ଲେଖନୀୟ ଯେ, ସ୍ବଦେଶୀ ଆନ୍ଦୋଳନ ପାଇଁ ଏହି କର୍ମମନ୍ଦିରଠାରେ ତାଲିମ ଦିଆଯାଉଥିଲା। ସେହିପରି ବିଦେଶୀ ବସ୍ତ୍ରକୁ ପରିତ୍ୟାଗ କରି ସ୍ବଦେଶୀ ବସ୍ତ୍ରକୁ ଗ୍ରହଣ କରିବାକୁ ଏଠାରେ ଲୋକଙ୍କୁ ସଚେତନ କରାଯାଉଥିଲା। ସତ୍ୟାଗ୍ରହ ଆନ୍ଦୋଳନ ସମୟରେ ମହତାବ ଅନୁପସ୍ଥିତ ରହୁଥିବାରୁ ତାଙ୍କ ଧର୍ମପତ୍ନୀ ମହିଳା ସ୍ବାଧୀନତା ସଂଗ୍ରାମୀ ରାଣୀ ସୁଭଦ୍ରା ମହତାବ କର୍ମମନ୍ଦିର ଦାୟିତ୍ୱ ନେଉଥିଲେ। ସେ ମହିଳାମାନଙ୍କୁ ଏକଜୁଟ କରି ଅରଟରେ ସ୍ବଦେଶୀ ବସ୍ତ୍ର ପ୍ରସ୍ତୁତ କରୁଥିଲେ। ସ୍ବାଧୀନତା ସଂଗ୍ରାମର ବହୁ ସ୍ବାକ୍ଷରତା ବହନ କରୁଥିବା ଏହି ଐତିହାସିକ ଗାନ୍ଧୀ କର୍ମମନ୍ଦିର ପରିସରରେ ପ୍ରତିଷ୍ଠାତା ଡ. ମହତାବ ଏବଂ ତାଙ୍କ ସହଧର୍ମିଣୀ ରାଣୀ ସୁଭଦ୍ରା ଦେବୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଭୟଙ୍କ ସମାଧିପୀଠ ପ୍ରତିଷ୍ଠା କରାଯାଇଛି। ଆଗରପଡ଼ାକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଏହି କର୍ମମନ୍ଦିର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ଏହାର ବିକାଶ ଦିଗରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି। କର୍ମମନ୍ଦିର ପରିସରର ପାରିପାର୍ଶ୍ୱିକ ଉନ୍ନତି ହୋଇପାରିଲେ ଏହା ମହତାବଙ୍କ ସ୍ମୃତିକୁ ଉଜ୍ଜୀବିତ କରିପାରନ୍ତା ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ୧୪ ନମ୍ବର ଜୋନ୍‌ ଜିଲାପରିଷଦ ସଭ୍ୟ ପ୍ରଶାନ୍ତ କୁମାର ଦାଶ ଉକ୍ତ ସ୍ଥାନ ବ୍ୟକ୍ତିଗତ ମାଲିକାନାରେ ଥିବାରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଅନୁଦାନ ମିଳିପାରୁ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri