ଏୟାର ଇଣ୍ଡିଆ ବିକ୍ରି ପାଇଁ ହେବ ରୋଡ ସୋ

ନୂଆଦିଲ୍ଲୀ,୧୭-୭: ମୋଦି ସରକାର ପ୍ରଥମ କାର୍ଯ୍ୟକାଳ ବେଳେ ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆକୁ ବିକ୍ରି ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ତେବେ ଦ୍ୱିତୀୟ କାର୍ଯ୍ୟକାଳରେ ଏହି କମ୍ପାନୀକୁ ବିକ୍ରି କରିବାକୁ ସରକାର ନୂଆ ପନ୍ଥା ଆପଣାଇବାକୁ ଯାଉଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଏୟାର ଇଣ୍ଡିଆର ବିକ୍ରି ପାଇଁ ସରକାର ଆସନ୍ତା ମାସରେ ଏକ୍ସପ୍ରେଶନ ଅଫ୍‌ ଇଣ୍ଟ୍ରେଷ୍ଟ ବା ଆଗ୍ରହପତ୍ର ଜାରି କରିବାକୁ ଯାଉଛନ୍ତି। ଆଗ୍ରହପତ୍ର ଜାରି କରିବା ପୂର୍ବରୁ ସମ୍ଭାବ୍ୟ କ୍ରେତାଙ୍କ ସହ ସରକାର ଆଲୋଚନା କରିବାକୁ ଆଗ୍ରହୀ। ଏହା ପରେ ରୋଡ ସୋ’ ଆୟୋଜନ କରିବାକୁ ସରକାରଙ୍କ ଯୋଜନା ରହିଛି। କିଛି ଗୋପନୀୟ ତଥ୍ୟକୁ ବାଦ୍‌ ଦେଲେ ଆଗ୍ରହୀ କ୍ରେତା ଏୟାର ଇଣ୍ଡିଆର ଖାତାବହି ଯାଞ୍ଚ କରିପାରିବେ ଏବଂ ଶେୟାର କ୍ରୟ ଚୁକ୍ତିକୁ ମଧ୍ୟ ପରଖି ପାରିବେ ବୋଲି ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟର ମୁଖପାତ୍ର ଡି.ଏସ୍‌.ମାଲିକ ଏବଂ ଏୟାର ଇଣ୍ଡିଆର ମୁଖପାତ୍ର ଧନଞ୍ଜୟ କୁମାରଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଚଳିତ ଆର୍ଥିକ ବର୍ଷରେ ଏୟାର ଇଣ୍ଡିଆର ବିକ୍ରି ଶେଷ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ତାଙ୍କ ବଜେଟ ଭାଷଣରେ ଉଲ୍ଲେଖ କରିଥିଲେ। ଟିକସଦାତାଙ୍କ ପ୍ରାୟ ୩୦,୦୦୦ କୋଟି ଟଙ୍କାରେ ଏବେ ଏୟାର ଇଣ୍ଡିଆ ବଜାରରେ ତିଷ୍ଠି ରହିଛି। ବିମାନ ସେକ୍ଟରରେ ଘରୋଇ କମ୍ପାନୀଙ୍କ ପ୍ରତିଯୋଗିତାର ସମ୍ମୁଖୀନ ହୋଇ ନ ପାରିବା ଯୋଗୁ ଏୟାର ଇଣ୍ଡିଆ କ୍ରମାଗତ କ୍ଷତି ସହିଚାଲିଛି। କମ୍ପାନୀ ଉପରେ ବର୍ତ୍ତମାନ ୮.୪ ବିଲିୟନ ଡଲାର ଋଣ ରହିଥିବା ବେଳେ ଗତ ଆର୍ଥିକ ବର୍ଷ ସୁଦ୍ଧା ଏହା ୭୬୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛି।
ଦିଲ୍ଲୀ-ଟରଣ୍ଟୋ ମଧ୍ୟରେ ସିଧା ଫ୍ଲାଇଟ୍‌
ଘରୋଇକରଣର ଦ୍ୱାରଦେଶରେ ପହଞ୍ଚତ୍ବା ସତ୍ତ୍ୱେ ଏୟାର ଇଣ୍ଡିଆ ବିଶ୍ୱ ପର୍ଯ୍ୟଟନ ଦିବସ(ସେପ୍ଟେମ୍ବର ୨୭)ଠାରୁ ଦିଲ୍ଲୀ-ଟରଣ୍ଟୋ ସିଧାସଳଖ ଫ୍ଲାଇଟ ଚଳାଇବ ବୋଲି ସିଏମ୍‌ଡି ଅଶ୍ୱିନୀ ଲୋହାନୀ ପ୍ରକାଶ କରିଛନ୍ତି। ଇନ୍ଦୋର-ଦୁବାଇ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଫ୍ଲାଇଟରେ ଯାତ୍ରା କରିବା ଅବସରରେ ସେ କହିଛନ୍ତି ଯେ, ପର୍ଯ୍ୟଟନ କ୍ଷେତ୍ରରେ ଅପାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ପକ୍ଷରୁ ଅକ୍ଟୋବର ଠାରୁ ନାଇରୋବିକୁ ସିଧାସଳଖ ଫ୍ଲାଇଟ ଚଳାଇବାର ଯୋଜନା ରହିଛି। ଏହାଛଡ଼ା ଅକ୍ଟୋବରରୁ ଭୋପାଳ-ବାଙ୍ଗାଲୋର ମଧ୍ୟରେ ବିମାନ ଚଳାଚଳ କରାଯିବ। ଜନସାଧାରଣଙ୍କ ଦାବି ଅନୁଯାୟୀ କମ୍ପାନୀ ଇନ୍ଦୋରରୁ ବ୍ୟାଙ୍କକ ମଧ୍ୟରେ ଏକ ବିମାନ ଉଡ଼ାଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

କଟକରେ ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ: ଉଦଘାଟନ କରିବେ ରବିନା ଟଣ୍ଡନ, ଅର୍ଚ୍ଚିତା

ଭୁବନେଶ୍ୱର,୬।୫( (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ କଟକର କ୍ୟାଣ୍ଟନମେଣ୍ଟ ଛକଠାରେ ଖୋଲିବାକୁ ଯାଉଛି। ଏପରିକି ଆଜି...

ଏପ୍ରିଲ୍‌ରେ ୫,୪୧,୯୪୬ ୟୁନିଟ ଗାଡ଼ି ବିକ୍ରି

ଭୁବନେଶ୍ୱର,୬।୫: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ମାସିକ ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଚଳିତ ଆର୍ଥିକ...

ବଜାରରେ ବାଗୀର ନୂତନ ଉତ୍ପାଦ

ଭୁବନେଶ୍ୱର,୬।୫: ବଜାଜ୍‌ ଆଲିଆଞ୍ଜ୍‌ ଜେନେରାଲ ଇନ୍‌ସ୍ୟୁରାନ୍ସ (ବିଏଜିଆଇ ବା ବାଗୀ)ର ନୂତନ ଉତ୍ପାଦ ‘ପ୍ରିଭେ’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି କମ୍ପାନୀ ଏକ ବର୍ଦ୍ଧିତ ଏବଂ...

ଦେଶରେ ଦୈନିକ ଖୋଲୁଛି ୫୦୦ରୁ ଅଧିକ କମ୍ପାନୀ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଦେଶରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଲୋକମାନେ ଚାକିରି ଖୋଜିବା ପରିବର୍ତ୍ତେ କିପରି ନିଯୁକ୍ତି ପ୍ରଦାନ କରିପାରିବେ ସେ ଦିଗ ପ୍ରତି ଗୁରୁତ୍ୱ...

ପେଟିଏମ୍‌କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୫।୫ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ପରେ ପେଟିଏମକୁ ଆଉ ଏକ ଝଟ୍‌କା ଲାଗିଛି। କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri