ଏୟାର ଇଣ୍ଡିଆ ବିକ୍ରି ପାଇଁ ହେବ ରୋଡ ସୋ

ନୂଆଦିଲ୍ଲୀ,୧୭-୭: ମୋଦି ସରକାର ପ୍ରଥମ କାର୍ଯ୍ୟକାଳ ବେଳେ ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆକୁ ବିକ୍ରି ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ତେବେ ଦ୍ୱିତୀୟ କାର୍ଯ୍ୟକାଳରେ ଏହି କମ୍ପାନୀକୁ ବିକ୍ରି କରିବାକୁ ସରକାର ନୂଆ ପନ୍ଥା ଆପଣାଇବାକୁ ଯାଉଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଏୟାର ଇଣ୍ଡିଆର ବିକ୍ରି ପାଇଁ ସରକାର ଆସନ୍ତା ମାସରେ ଏକ୍ସପ୍ରେଶନ ଅଫ୍‌ ଇଣ୍ଟ୍ରେଷ୍ଟ ବା ଆଗ୍ରହପତ୍ର ଜାରି କରିବାକୁ ଯାଉଛନ୍ତି। ଆଗ୍ରହପତ୍ର ଜାରି କରିବା ପୂର୍ବରୁ ସମ୍ଭାବ୍ୟ କ୍ରେତାଙ୍କ ସହ ସରକାର ଆଲୋଚନା କରିବାକୁ ଆଗ୍ରହୀ। ଏହା ପରେ ରୋଡ ସୋ’ ଆୟୋଜନ କରିବାକୁ ସରକାରଙ୍କ ଯୋଜନା ରହିଛି। କିଛି ଗୋପନୀୟ ତଥ୍ୟକୁ ବାଦ୍‌ ଦେଲେ ଆଗ୍ରହୀ କ୍ରେତା ଏୟାର ଇଣ୍ଡିଆର ଖାତାବହି ଯାଞ୍ଚ କରିପାରିବେ ଏବଂ ଶେୟାର କ୍ରୟ ଚୁକ୍ତିକୁ ମଧ୍ୟ ପରଖି ପାରିବେ ବୋଲି ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟର ମୁଖପାତ୍ର ଡି.ଏସ୍‌.ମାଲିକ ଏବଂ ଏୟାର ଇଣ୍ଡିଆର ମୁଖପାତ୍ର ଧନଞ୍ଜୟ କୁମାରଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଚଳିତ ଆର୍ଥିକ ବର୍ଷରେ ଏୟାର ଇଣ୍ଡିଆର ବିକ୍ରି ଶେଷ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ତାଙ୍କ ବଜେଟ ଭାଷଣରେ ଉଲ୍ଲେଖ କରିଥିଲେ। ଟିକସଦାତାଙ୍କ ପ୍ରାୟ ୩୦,୦୦୦ କୋଟି ଟଙ୍କାରେ ଏବେ ଏୟାର ଇଣ୍ଡିଆ ବଜାରରେ ତିଷ୍ଠି ରହିଛି। ବିମାନ ସେକ୍ଟରରେ ଘରୋଇ କମ୍ପାନୀଙ୍କ ପ୍ରତିଯୋଗିତାର ସମ୍ମୁଖୀନ ହୋଇ ନ ପାରିବା ଯୋଗୁ ଏୟାର ଇଣ୍ଡିଆ କ୍ରମାଗତ କ୍ଷତି ସହିଚାଲିଛି। କମ୍ପାନୀ ଉପରେ ବର୍ତ୍ତମାନ ୮.୪ ବିଲିୟନ ଡଲାର ଋଣ ରହିଥିବା ବେଳେ ଗତ ଆର୍ଥିକ ବର୍ଷ ସୁଦ୍ଧା ଏହା ୭୬୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛି।
ଦିଲ୍ଲୀ-ଟରଣ୍ଟୋ ମଧ୍ୟରେ ସିଧା ଫ୍ଲାଇଟ୍‌
ଘରୋଇକରଣର ଦ୍ୱାରଦେଶରେ ପହଞ୍ଚତ୍ବା ସତ୍ତ୍ୱେ ଏୟାର ଇଣ୍ଡିଆ ବିଶ୍ୱ ପର୍ଯ୍ୟଟନ ଦିବସ(ସେପ୍ଟେମ୍ବର ୨୭)ଠାରୁ ଦିଲ୍ଲୀ-ଟରଣ୍ଟୋ ସିଧାସଳଖ ଫ୍ଲାଇଟ ଚଳାଇବ ବୋଲି ସିଏମ୍‌ଡି ଅଶ୍ୱିନୀ ଲୋହାନୀ ପ୍ରକାଶ କରିଛନ୍ତି। ଇନ୍ଦୋର-ଦୁବାଇ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଫ୍ଲାଇଟରେ ଯାତ୍ରା କରିବା ଅବସରରେ ସେ କହିଛନ୍ତି ଯେ, ପର୍ଯ୍ୟଟନ କ୍ଷେତ୍ରରେ ଅପାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ପକ୍ଷରୁ ଅକ୍ଟୋବର ଠାରୁ ନାଇରୋବିକୁ ସିଧାସଳଖ ଫ୍ଲାଇଟ ଚଳାଇବାର ଯୋଜନା ରହିଛି। ଏହାଛଡ଼ା ଅକ୍ଟୋବରରୁ ଭୋପାଳ-ବାଙ୍ଗାଲୋର ମଧ୍ୟରେ ବିମାନ ଚଳାଚଳ କରାଯିବ। ଜନସାଧାରଣଙ୍କ ଦାବି ଅନୁଯାୟୀ କମ୍ପାନୀ ଇନ୍ଦୋରରୁ ବ୍ୟାଙ୍କକ ମଧ୍ୟରେ ଏକ ବିମାନ ଉଡ଼ାଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri